Odisha news

ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ: ହତ୍ୟାକାରୀ ଗିରଫ 

0
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନୂଆସାହିର ଆମ୍ବସାହି ଠାରେ ବୁଧବାର ଅପରାହ୍ନ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ବାଲିଗୁଡ଼ା ନୁଆସାହିର ମାଧବ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ଆଗରେ ରହୁଥ‌ିବା ଦେବରାଜ ବାଗ (୫୫) ନାମକ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ମୁଣ୍ଡ କୁ ଶକ୍ତ ପ୍ରହାର ଦେବାରୁ ସେଠାରେ ହିଁ ସେ ଟଳି ପଡ଼ିଥିଲେ l ସାହି ବାସିନ୍ଦା ସଙ୍ଗେ ସଙ୍ଗେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ | ସେଠାରେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ | ହତ୍ୟାର କାରଣ ସଠିକ ଜଣାପଡ଼ିନାହିଁ l ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ହତ୍ୟାକାରୀ ଯୁବକକୁ ଗିରଫ କରି ପଚରା ଉଚୁରା କରିବା ସହ କେଶ ନଂ.୧୯୬ /୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି l
Nalco

Leave A Reply