ବାଲେଶ୍ୱର : ସ୍ୱାୟତଶାସନ ଦିବସ ଅବସରରେ ଅନେକ ନୂତନ କାର୍ଯ୍ୟକ୍ରମ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ଏପରିପ୍ରେକ୍ଷୀରେ ସୋମବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି । ରେମୁଣା ବ୍ଲକ ମଙ୍ଗଳପୁର ଅଞ୍ଚଳରେ ଥିବା ମଳ ଉପଚାର ପ୍ଲାଣ୍ଟର ଦାୟିତ୍ୱ ଜ୍ୟୋର୍ତିମୟୀ ମହିଳା ମହାସଂଘକୁ ହସ୍ତାନ୍ତର କରାଯିବା ସହ ସଂଘସହ ଜିଲ୍ଲା ପ୍ରଶାସନର ଚୁକ୍ତି ହୋଇଛି ।
ସେଠାରେ ଶୌଚାଳୟରୁ ବାହାରୁଥିବା ମଳର ସୁବିନିଯୋଗ କରାଯିବା ସହ ଉକ୍ତ ଅଞ୍ଚଳକୁ ସବୁଜୀକରଣ କରିବା ପାଇଁ ସଂଘକୁ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ସଂଘକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ସେହିପରି ବାଲେଶ୍ୱର ସହରରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସ ଗୁଡ଼ିକର ମରାମତି ଓ ନୂତନ ଭାବେ ମାର୍କେଟ କମ୍ପ୍ଲେକ୍ସ ତିଆରି ପାଇଁ ଯୋଜନା ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳର ରାସ୍ତା ତିଆରି ଓ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି ।