Odisha news

ଗୁଳିମାଡ଼ ଘଟଣାରେ ୧୦ ଅଭିଯୁକ୍ତ ଗିରଫ : ପିସ୍ତଲସହ ମାରଣାସ୍ତ୍ର ଜବଦ

0

ବାଲେଶ୍ୱର-୧୨/୦ : (ସ.ବ୍ୟୁ)-ବାଲେଶ୍ୱର ସହରରେ ବେଶ୍ କିଛିମାସ ଧରି ଅପରାଧିମାନେ ନିଷ୍କ୍ରିୟ ଥିବାବେଳେ ଗତ ସୋମବାରଦିନ ଅପରାହ୍ନ ସମୟରେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଶୋଭାରାମପୁର (ଟାଇଲବସା) ଅଞ୍ଚଳରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହେବା ଘଟଣା ପୁଲିସର ଚିନ୍ତା ବଢାଇଥିଲା । ତେବେ ଏସ୍ପି ସାଗରିକା ନାଥଙ୍କ ନିଦେ୍ର୍ଦଶରେ ଗୁଳିକାଣ୍ଡ ଭିଆଇଥିବା ଗୋଷ୍ଠୀର ୧୦ଜଣଙ୍କୁ ଆଜି ଗିରଫ କରାଯାଇ କୋର୍ଟ ·ଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଅପରାଧି ଗୋଷ୍ଠୀର ନେତୃତ୍ୱ ପାଇଁ ସମ୍ପୃକ୍ତ ଅଞ୍ଚଳରେ ବେଶ୍ କିଛିଦିନ ଧରି ଛକାପଞ୍ଝା ଲାଗି ରହିଥିବା ବେଳେ ବେଆଇନ ଟଙ୍କା ଆଦାୟରେ ଭାଗବଣ୍ଟାକୁ ନେଇ ଅପରାଧି ମାନଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏଥିରେ ଉତ୍କ୍ଷୀପ୍ତ ହୋଇ ଲିପୁ ଓରଫ ମନୋରଂଜନ ବିନ୍ଧାଣୀ ଗୁଳିମାରିବା ଫଳରେ ବିନୟ କୁମାର ବିହାରୀ ନାମକ ଅନ୍ୟ ଜଣେ ଅପରାଧି ଗୁରୁତର ଆହତ ହୋଇଥିଲେ । ପରେ ଗୁରୁତର ଆହତକୁ ଲୁଚାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କ ପରିବାର ବର୍ଗ ଆଣିଥିଲେ । ତେବେ ଏହି ଘଟଣା ପ୍ରଘଟ ହେବା ପରେ ଡାକ୍ତରଖାନାରେ ପୁଲିସ ପହଞ୍ଚôଥିଲେ । ଆହତ ବିନୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଗୁଳିକାଣ୍ଡପରେ ଉକ୍ତ ଗ୍ୟାଙ୍ଗ ଉପରେ ସୋମବାର ରାତିରୁ ପୁଲିସ ଚଢାଉ ଆରମ୍ଭ କରିଥିଲା । ଗୁଳିମାରିଥିବା ଯୁବକଙ୍କ ସମେତ ଅନ୍ୟ ୯ଜଣ ଅପରାଧିଙ୍କୁ ସହଦେବଖୁଣ୍ଟା ପୁଲିସ ଗିରଫ କରିଛି ବୋଲି ଆଜି ଅପରାହ୍ନରେ ସହଦେବଖୁଣ୍ଟା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସାଗରିକା ନାଥ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଗରିଫ ହୋଇଥିବା ଲିପୁ ସମେତ ଅନ୍ୟ ଅପରାଧିମାନଙ୍କ ମଧ୍ୟରେ ଶିଳ୍ପାଞ୍ଚଳ ଥାନା ସମଲପୁର ଅଞ୍ଚଳର ଶିବ ଓରଫ ସନ୍ଦିପ ରାଉତ (୧୯), ସରସ୍ୱତୀପୁର ଅଞ୍ଚଳର ଦୀପୁ ଓରଫ ଦୀପକ ବେହେରା (୨୨), ବାପୁ ଓରଫ ଗୋପାଳ ସିଂ (୨୩), ଅଚୁ୍ୟତପୁର ଅଞ୍ଚଳର ରଂଜନ କୁମାର ସାହୁ (୨୯), ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର ନାନୁ ଓରଫ ସୁୂଶାନ୍ତ ଦାସ (୨୪), ଟାଉନଥାନା ସୁନହଟ ଅଞ୍ଚଳର ଗଣ ଓରଫ ସଂଜୀବ କୁମାର ଦେହୁରୀ (୨୪), ଖନ୍ତାପଡ଼ା ଥାନା କାବୁଡ଼ି ଅଞ୍ଚଳର ବାୟା ଓରଫ ସତ୍ୟରଂଜନ ଦାସ (୨୪), ଶିଳ୍ପାଞ୍ଚଳ ଥାନା କାରଗିଲ ନଗର ଅଞ୍ଚଳର ଟେରୁ ଓରଫ କାହ୍ନୁ ନାୟକ (୩୮), ସହଦେବଖୁଣ୍ଟା ଥାନା ଚୂଡ଼ାକୁଟା ସାହି ଅଞ୍ଚଳର ଭାତୁଡ଼ୁ ଓରଫ ବୈକୁଣ୍ଠ ବଗାଲ (୩୩)ଙ୍କୁ ଗରିଫ କରାଯାଇ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ତେଲେଙ୍ଗା କଟୁରୀ, ଗୋଟିଏ ଗୁପ୍ତି, ୧୦ଟି ମୋବାଇଲ ଫୋନ ଜବଦ କରାଯାଇଛି । ଏବାବଦରେ ସହଦେବଖୁଣ୍ଟା ଥାନାରେ କେଶ ନମ୍ବର ୩୬୨/୨୦୨୩ ମୂଳେ ଭାରତୀୟ ଦଣ୍ଡବିଧି ଆଇନର ୧୪୭, ୧୪୮, ୩୪୧,୩୦୭,୧୪୯ ଧାରା ଓ ଅସ୍ତ୍ରଶସ୍ତ୍ର ଆଇନର ୨୫/୨୭ଧାରାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଏହି ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋରଂଜନ ବିନ୍ଧାଣୀ ନାମରେ ୪ଟି ଥାନାରେ ୧୬ଟି ମାମଲା ରହିଥିବା ବେଳେ ଅନ୍ୟ ଆସାମୀ ମାନଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍ପି ଗାୟତ୍ରୀ ପ୍ରଧାନ,ସହଦେବଖୁଣ୍ଟା ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । (ଫଟୋ)

Leave A Reply