Odisha news

ରେମୁଣା ନିର୍ବାଚନ ମଣ୍ଡଳୀରେ ମୋ ଦେଶ ମୋ ମାଟି କାଯ୍ୟକ୍ରମ

0

ବାଲେଶ୍ୱର-୦୯/୦୯: ଶନିବାର ଦିନ ପୂର୍ବାହ୍ନ ସମୟରେ କ୍ୟାପଟେନ ଭାସ୍କର ମଲ୍ଲିକଙ୍କ ନେତୃତ୍ୱରେ ରେମୁଣା ବିଜେପି ତରଫରୁ ଲବଣତୀର୍ଥ ମଣ୍ଡଳର ଇଞ୍ଜୁଡ଼ି ଗ୍ରା.ପ.ରେ ମୋ ଦେଶ ମୋ ମାଟି ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ମଣ୍ଡଳ ସଭାପତି ବିଭୂତି ରଂଜନ ସେନାପତି, ଅବସରପ୍ରାପ୍ତ ଡିଏସ୍ପି ଗୋବିନ୍ଦ ମଲ୍ଲିକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦିଲ୍ଲୀରେ ହେବାକୁ ଯାଉଥିବା ସହିଦ ସ୍ମୃତି ଭବନ (ଅମୃତ ବାଟିକା) ପାଇଁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଜରିଆରେ ଶହୀଦ ଯବାନ ମାନଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା । ପ୍ରଥମେ ବୀର ସଂଗ୍ରାମୀ ମାଟି ଇଞ୍ଚୁଡ଼ିର ସହିଦ ସ୍ମୃତିପୀଠରୁ ମାଟି ସଂଗ୍ରହ କରାଯିବା ପରେ ଇଞ୍ଚୁଡ଼ିମାଟିର ସ୍ୱାଧିନତା ସଂଗ୍ରାମୀ ଲୋକନାଥ ଭୂୟାଁ, କୈଳାଶ ଚନ୍ଦ୍ର ଦାସ, ଦୀନବନ୍ଧୁ ଦାସଙ୍କ ସମେତ ଅନ୍ୟସମସ୍ତ ବୀର ଯବାନ ମାନଙ୍କ ଘରଘର ବୁଲି ମାଟି ସଂଗ୍ରହ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ମହାକୁଡ଼, ମୀନତୀ ବେହେରା, ସବିତା ମହାକୁଡ଼, କଟିମା ଜେନା, ସରୋଜିନୀ ଦାସ, ତପସ୍ୱିନୀ ବାରିକ, କାର୍ତ୍ତିକ ଚନ୍ଦ୍ର ଦାସ, ଶଶୀକାନ୍ତ ଦାସ, ସର୍ବେଶ୍ୱର ଦାସ, ଅଶୋକ ବାରିକ, ଗଜେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଭାଜପାର ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ସୂଚନା ଦେଇଛନ୍ତି ।(ଫଟୋ)

Nalco

Leave A Reply