Odisha news

ବୈଶାଖ ମାସ ଗୁରୁବାର ରେ ତୁଳସୀ ବୃକ୍ଷରେ ଅର୍ପଣ କରନ୍ତୁ ଏହି ୩ଟି ଜିନିଷ, ମିଳିବ ଅନେକ ଜନ୍ମ ର ପୁଣ୍ୟ ର ଫଳ

0

ହିନ୍ଦୁ ଧର୍ମରେ ବୈଶାଖ ମାସ ଗୋଟିଏ ପୁଣ୍ୟ ର ବୋଲି ଗଣନା କରାଯାଇଥାଏ l ଏହି ମାସର ପ୍ରତ୍ୟେକ ବାର ପବିତ୍ର ଅଟେ l ଏହି ମାସରେ ସ୍ନାନ ଦାନ ର ଅନେକ ମହତ୍ୱ ରହିଛି, ଏହାଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ l ସେହିଭଳି ବୈଶାଖ ମାସ ଗୁରୁବାର ଦିନ ତୁଳସୀ ପୂଜନ ର ମଧ୍ୟ ଅନେକ ମହତ୍ୱ ରହିଛି l ଏହି ମାସରେ ତୁଳସୀ ଙ୍କୁ କିଛିଟା ଜିନିଷ ସମର୍ପଣ କରିବା ଦ୍ୱାରା ଘରକୁ ସୁଖ-ସମୃଦ୍ଧି ର ଆଗମନ ହୋଇଥାଏ l

– ବୈଶାଖ ମାସ ଗୁରୁବାର ଦିନ ତୁଳସୀ ବୃକ୍ଷକୁ ପୂଜା କରିବା ସମୟରେ ତୁଳସୀ ବୃକ୍ଷ ନିକଟରେ ଗୋଟିଏ ହଳଦିଆ କପଡା ରେ ୭ଟି ଖଣ୍ଡ ହଳଦୀ, ଖଣ୍ଡିଏ ଗୁଡ଼ ଓ ସାମାନ୍ୟ କିଛି ଚଣା ରଖି ତୁଳସୀ ଙ୍କୁ ଅର୍ପଣ କରନ୍ତୁ l ଏବଂ ଏହାପରେ ଉକ୍ତ ଜିନିଷ କୁ ପୂଜା ସାରିବା ପରେ ତୁଳସୀ ବୃକ୍ଷ ରେ ଟାଙ୍ଗି ଦେବେ l ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ l

– ଗୁରୁବାର ଦିନ ଗୋଟିଏ ପିତଳ ପାତ୍ର ରେ ସାମାନ୍ୟ ଜଳ, ଏବଂ ହଳଦୀ ଗୁଣ୍ଡ କୁ ମିଶାଇ ମା ତୁଳସୀ ଙ୍କ ମୂଳରେ ଅର୍ପଣ କରନ୍ତୁ l ଏବଂ ଏହି ସମୟ ରେ ନିଜର ମନ ଇଚ୍ଛା ମଧ୍ୟ ମନେ ମନେ କୁହନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କର ସମସ୍ୟ ଇଚ୍ଛା ପୂରଣ ହୋଇଥାଏ l

– ବୈଶାଖ ମାସ ଗୁରୁବାର ଦିନ ସ୍ନାନ କରି ସାରିବା ପରେ ତୁଳସୀ ବୃକ୍ଷ ନିକଟରେ ଅଟା ର ଦୀପ ଟିଏ ଅର୍ପଣ କରନ୍ତୁ, ଏବଂ ଏହି ଅଟା ଦୀପ ଟି ଚତୁର୍ମୁଖୀ ହୋଇଥିବା ଜରୁରୀ l ଏବଂ ଏହି ମାସର ଏକାଦଶୀ ରେ ତୁଳସୀ ଙ୍କୁ ଶଙ୍ଖା ସିନ୍ଦୁର ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l

Nalco

Leave A Reply