Odisha news

କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଯୋଗ ଦେଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

0

କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟରେ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରାୟ ୪ ଘଣ୍ଟା ଧରି ବୈଠକ ଚାଲିଥିଲା l ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗୃହ ମନ୍ତ୍ରୀ ଅମିତ ସାହା ଓ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡା ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ l

ପ୍ରଥମ ପର୍ଯ୍ୟାୟରେ ୧୨୫ ଜଣ ପ୍ରାର୍ଥୀଙ୍କ ନାଁ ଆଜି ଘୋଷଣା କରିପାରେ ଭାରତୀୟ ଜନତା ପାର୍ଟି । ତାଲିକାରେ କିଛି ବଡ଼ ବଡ଼ ନାଁ ଦେଖିବାକୁ ମିଳିପାରେ । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍ ଶାହ, ରାଜନାଥ ସିଂ, ଅନୁରାଗ ଠାକୁର କେଉଁ କେଉଁ ଆସନରୁ ଲଢ଼ିବେ, ତାହା ସ୍ପଷ୍ଟ ହୋଇଯିବ । ବୈଠକରେ ଉତ୍ତରପ୍ର‌ଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, କେରଳ, ରାଜସ୍ଥାନ, ତେଲେଙ୍ଗାନା, ଗୋଆ, ଗୁଜରାଟ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ହୋଇଛି । ସେହିପରି ଓଡ଼ିଶାର ମଧ୍ୟ ଦୁଇ କିମ୍ବା ତିନୋଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇପାରେ ।

Leave A Reply