Odisha news

ବଡଚଣା ମିଥ୍ୟା ଖବର ପ୍ରଚାର କରି ଦଳିତ ନେତା ମନୋରଂଜନ ଜେନା ଗିରଫ

0

ଚଣ୍ଡିଖୋଲ, ୦୪/୦୪ (ସକାଳ ଖବର.କମ ) ବଡଚଣା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ଦଳିତ ନେତା ମନୋରଂଜନ ଜେନା (୩୮)ଙ୍କୁ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଆଜି ବଡଚଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂଚନା ମୁତାବକ ମନୋରଂଜନ ନିଜର ପେସବୁକ୍ ଆଇ.ଡିରେ ହିନ୍ଦୁଦେବୀ ବୈଷ୍ଣଦେବୀ ମନ୍ଦିରେ କେତକ କରୋନା ରୋଗୀ ଥିବା ନେଇ ଏକ ମିଥ୍ୟା ଖବର ପ୍ରଚାର କରିଥିଲେ । ଅଭିଯୋଗ ପାଇବା ପରେ ତୁରନ୍ତ ବଡଚଣା ପୋଲିସ ତାଙ୍କୁ ଗିରଫ କରିଥିଲା । ସୂତନା ମୁତବକ କିଛଇଦିନ ହେବ ସମ୍ପୁକ୍ତ ଯୁବକ ଜଣଙ୍କ ହିନ୍ଦୁଦେବାଦେବୀଙ୍କ ନାମରେ ମିଥ୍ୟା ପ୍ରଚାର ଚଳାଇଆସୁଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେବା ସହିତ ବହୁଲୋକ ପୋଲିସର ତୁରନ୍ତ ପଦକ୍ଷେପକୁ ପ୍ରଂଶସା କରିଛନ୍ତି ।

Leave A Reply