Odisha news

ବଡଚଣାରେ ପ୍ରଧାନମନ୍ତ୍ରୀଙ୍କ ମନକି ବାତର ୧୧୫ ତମ ସଂସ୍କରଣ : ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ,ଆଦିବାସୀଙ୍କ ଘରେ ମଧ୍ୟାହ୍ନ ଭୋଜନ

0

ଚଣ୍ଡିଖୋଲ, ୨୯/୯ (suvendra pattanaik)କେନ୍ଦ୍ରରେ ସରକାର ଗଠନ କରିବା ପରେ ଦୀର୍ଘ ଦଶ ବର୍ଷ ହେବ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ତାଙ୍କର ମନକି ବାତ କାର୍ଯ୍ୟକ୍ରମ  କରି ଆସୁଛନ୍ତି! ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ମନକି ବାତର ୧୧୫ ତମ ସଂସ୍କରଣ ରବିବାର ଦିନ ଯାଜପୁର ଜିଲ୍ଲାର ବଡଚଣା ବ୍ଲକ୍ ସମିଆ ପଂଚାୟତର ବୁଢ଼ା କେନ୍ଦୁଆ ଠାରେ ଆୟୋଜିତ ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ! ଇତ୍ୟବସରରେ ମୁଖ୍ୟମନ୍ତ୍ରୀ ବୁଢାକେନ୍ଦୁଆ ଠାରେ ବୃକ୍ଷ ରୋପଣ କରିବା ସହ ବିଜେପିର ସଭ୍ୟା ସଂଗ୍ରହ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ!

ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ମନକି ବାତର ଚଳିତ ସଂସ୍କରଣର ପ୍ରସଙ୍ଗ ମହିଳା ସଶକ୍ତି କରଣ,ବୃକ୍ଷ ରୋପଣ,ଜଳ ସଂରକ୍ଷଣ,ସ୍ବଚ୍ଛତା କ୍ଷେତ୍ରରେ ଯୁବବର୍ଗଙ୍କ ଭୂମିକା, ସମାଜର ସର୍ବନିମ୍ନ ଭାଗରେ ଥିବା ଲୋକମାନଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା,ପୁରାତନ କୀର୍ତ୍ତିରାଜିର ସଂରକ୍ଷଣ ସାନ୍ତାଳୀ ଭାଷା ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରାକୁ ଡିଜିଟାଲ ମାଧ୍ୟମରେ ପ୍ରଚାର ପ୍ରସାର କରିବା ଓ ଏହି ଭାଷାକୁ ପୁନରୁଦ୍ଧାର କରିବା,ପରିବେଶକୁ ସୁସ୍ଥ ରଖିବା ବ୍ୟାପକ ବୃକ୍ଷ ରୋପଣ ସଚେତନତା ସୃଷ୍ଟି କରିବା, ମାଆ କି ନାମ ସେ ଏକ ପେଡ, କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଭାରତରେ ଶିଳ୍ପର ବିକାଶ, ଯୁବବର୍ଗଙ୍କୁ ଆତ୍ମ ନିଯୁକ୍ତି ଦେବା, ପ୍ରାଚୀନ କଳା କୃତୀକୁ ବିଶ୍ବରେ ବ୍ୟାପକ କରିବା , ଗରିବ ମଧ୍ୟବିତ୍ତ ବର୍ଗ, ଯୁବକ ମହିଳା ମାନଙ୍କ ସର୍ବାଧିକ ଉନ୍ନତି କରିବା ଉପରେ ପ୍ରଧାନମନ୍ତ୍ରୀ ନିଜର ମନୋଭାବକୁ ଵ୍ୟକ୍ତ କରିଥିଲେ! ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଲୋକମାନଙ୍କ ସହିତ ବସି ସୁଣିଥିଲେ!

ପରେପରେ ମୁଖ୍ୟମନ୍ତ୍ରୀ ସମବେତ ଜନତାଙ୍କୁ ଉଦବୋଧନ ଦେଇ ରାଷ୍ଟ୍ର ନିର୍ମାଣ ଯଜ୍ଞରେ ଆହୂତି ଦେବା ପାଇଁ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେବା ସହିତ ନେତାର ପୁଅ କେବଳ ନେତା ହେବ ନାହିଁ ସାଧାରଣ ଗରିବ ଘରର ପିଲା ମଧ୍ଯ ନେତାହୋଇ ଦେଶ ଓ ରାଜ୍ୟର ଶାସନମୁଖ୍ୟ ହୋଇପାରିବ ବୋଲି କହିଥିଲେ! ବିଜେଡିର ଦିର୍ଘ ୨୪ ବର୍ଷ ଶାସନ କାଳରେ ଓଡ଼ିଶା ଦୁର୍ନୀତିର ଗନ୍ତl ଘର ପାଲଟିଥିଲା! ଯାଜପୁରରେ ତିନୋଟି ପରିବାର ଜିଲ୍ଲାର ଖଣିଜ ସମ୍ପଦ ଲୁଟକରି ଯାଜପୁରର ବିକାଶ ନାମରେ ବିନାଶ କରିଛନ୍ତି ବୋଲି ଶ୍ରୀ ମାଝୀ କହିବା ସହ ନିଜ ସ୍ୱାର୍ଥ ପାଇଁ ଏହି ନେତାମାନେ ନିଜକୁ କ୍ରିତଦାସ ଭାବେ ସଜାଇ ଦେବାକୁ କୁଣ୍ଠାବୋଧ କରିନଥିଲେ ବୋଲି ସେ କହିଥିଲେ! ଅଣଓଡିଆ ଲୋକ ପରଦା ପଛପଟେ ରହି ଶାସନକୁ ପରିଚାଳନା କଲେ ଫଳରେ ଦୁର୍ନୀତି ଭ୍ରଷ୍ଟାଚାର ବ୍ୟାପକ ମାତ୍ରାରେ ବଢ଼ି ଚାଲିଲା ବୋଲି ସେ ସୂଚାଇ ଦେବାସହ ନଗଡ଼lର ଅନାହାର ଓ ଅପପୃଷ୍ଟି ବିଶ୍ବରେ ଚହଳ ପକାଇ ଦେଲା ବୋଲି କହିଥିଲେ! ହେଲେ ଆମେ ଦ୍ୱିତୀୟ ନଗଡ଼ ହେବାକୁ ଦେବୁ ନାହୁଁ !

ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରି ଶହେ ଦିନ ଭିତରେ ଶ୍ରୀ ମନ୍ଦିର ଚାରି ଦ୍ଵାର ସହ ରତ୍ନଭଣ୍ଡାର ଖୋଲିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହକୁ ବୃଦ୍ଧି କରିବା ସହିତ,୨୫ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ପ୍ରଥମ କିସ୍ତି ଭବରେ ୫ ହଜାର ଟଙ୍କା ପ୍ରଦାନ କରି ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ! ବଡଚଣାରେ ବସବାସ କରୁଥିବା ୧୮ହଜାର ଅନୁସୂଚିତ ଜାତି ଜନଜାତି ମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରି କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରିବା ପାଇଁ  ସେ ପ୍ରତିଷ୍ଠିତ ଦେଇଥିଲେ! ଏଥିରେ ବଡଚଣା ବିଧାୟକ ଅମରକୁମାର ନାୟକ ଯୋଗଦେଇ ବଡଚଣାକୁ ସଂଘର୍ଷର ଓ ସ୍ବାଭିମାନର ମାଟି ବୋଲି ଅବିହିତ କରି ନିଜ ମାମାଟିର ବଡଚଣାର ବିକାଶ ପାଇଁ ସେ ପ୍ରାଣଥିବା ପର୍ଯ୍ୟନ୍ତ ଚେଷ୍ଟା ଯାରି ରଖିବେ କହିବା ସହ ଏଥିନେଇ ସରକାରଙ୍କ ସହଯୋଗ କାମନା କରିଥିଲେ! ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମବାୟ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବୀନ୍ଦ୍ରନାରାୟଣ ବେହେରା, ଧର୍ମଶାଳl ବିଧାୟକ ହିମାଂଶୁଶେଖର ସାହୁ, ବିଞ୍ଝାରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ, ସାମିଆ ସରପଞ୍ଚ ବିଶ୍ବ ବିଜୟୀ ବ୍ରହ୍ମ, ସମିତି ସଭ୍ୟl ରେବତୀ ମଲ୍ଲିକ, ବିଜେପି ପ୍ରଭାରୀ ଚୌଧୁରୀ ହେମନ୍ତ କୁମାର, ବିଜେପି ଜିଲ୍ଲା ସମ୍ପାଦିକା ଦେବଜାନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ! ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଭାରତମାତା ଓ ଦିନ୍ଦୟାଲ୍ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ! ଶେଷରେ ବରୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଉମେଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ! ପରେ ପରେ ମୁଖ୍ୟମନ୍ତ୍ରୀ,ବିଧାୟକ ଓ ଅନ୍ୟ ନେତୃମଣ୍ଡଳୀ ମାନେ ସମିଆଁ ଗ୍ରାମର ଆଦିବାସୀ ଯଗୁ ସିଂ ଯାମୁଣ୍ଡାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ! ମଧ୍ୟାହ୍ନ ଭୋଜନରେ ଭାତ,ଡାଲି,ଶାଗ,ସାଲଡ,ସନ୍ତୁଳା,ଗୋଟା କଲରା ଭଜା ପ୍ରଭୃତି ଅନେକ ଗୁଡ଼ିଏ ବ୍ୟଞ୍ଜନ ପରସା ଯାଇଥିଲା! ଏହିସବୁ ବ୍ୟଞ୍ଜନକୁ ଯଗୁ ସିଂଙ୍କ ପରିବାର ନିଜେ ପ୍ରସ୍ତୁତ କରିଥିଲେ!

Nalco

Leave A Reply