Odisha news

ଜିଲା ପ୍ରଶାସନର ଜନ ଅଭିଯୋଗ ଶୁଣାଣି : ୨୫୭ଟି ଅଭିଯୋଗରୁ ୬୪ଟିର ତତ୍କାଳ ସମାଧାନ

0
ବଡ଼ମ୍ବା, ୨୮।୮ ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲା ପ୍ରଶାସନ ତରଫରୁ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଵିଡିଓ ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ, ଡି.ଆର. ଡି. ଏ ପ୍ରକଳ୍ପ ଅଧିକାରୀ ସୁବାଷ ଚନ୍ଦ୍ର ରାୟ , ଜିଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣଚ଼ନ୍ଦ୍ର ପଟ୍ଟନାୟକ,ଆଠଗଡ଼ ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ , ଉପଖଣ୍ଡ ଆରକ୍ଷୀ ଅଧିକାରୀ  ରବିନ୍ଦ୍ର କୁମାର ମଲ୍ଲିକ , ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର, ସ୍ଥାନୀୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, ଡାକ୍ତର ଦୋଳଗୋବିନ୍ଦ ଜେନା, ତହସିଲଦାର ନୀଳକଣ୍ଠ ବେହେରା ପ୍ରମୁଖ ଯୋଗଦେଇ ପଞ୍ଜିକୃତ ସମୁଦାୟ ୨୫୭ଟି ଵିଭିନ୍ନ ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଜନଶୁଣାଣୀ ଶିବିରରେ ସମୁଦାୟ ୬୪ଟି ଅଭିଯୋଗର ତତ୍କାଳ ସମାଧାନ ମଧ୍ଯରୁ ୪୯ ଜଣଙ୍କୁ ବିଭିନ୍ନ ଭତ୍ତା ମଞ୍ଜୁର କରାଯାଇଥିବା ବେଳେ ୫ ଜଣ ଦିବ୍ୟାଙ୍ଗକୁ ଟ୍ରାଇସାଇକେଲ ଓ ଜଣଙ୍କୁ ହୁଇଲ ଚେଆର ପ୍ରଦାନ କରାଯାଇଥିଲା । ସେହିଭଳି ଜଣେ ଆବେଦନକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ଏବଂ ଅନ୍ୟ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ମଞ୍ଜୁର କରାଯାଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ । ଅନୁଷ୍ଠିତ ଶିବିରରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଭ୍ୟ ରବିନ୍ଦ୍ର କୁମାର ସାହୁ, ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ସଦାନନ୍ଦ ସ୍ଵାଇଁ ପ୍ରମୁଖ ଆମନ୍ତ୍ରିତ ଅତିଥିଭାବେ ଯୋଗଦେଇଥିଲେ ।ଶାନ୍ତିଶୃଙ୍ଖଳାର ସହିତ ଏହି କାର୍ଯ୍ୟକ୍ରମ ଅପରାହ୍ନରେ ସମ୍ପନ୍ନ ହୋଇଥିଲା । ବ୍ଲକର ନୂତନ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା ଏହାର ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଏହି ଜନଶୁଣାଣୀରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Leave A Reply