ପିପିଲି- କରୋନା ଭୁତାଣୁ ସଂକ୍ରମଣ ଓ ଏହାର ପ୍ରତିରୋଧ ସମ୍ପର୍କରେ ପିପିଲି ପଞ୍ଚାୟତ ସମିତି ପକ୍ଷରୁ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି । ପିପିଲି ବିଡିଓ ଗୌରବମୟ ପ୍ରଧାନ, ତହସିଲଦାର ସପନ କୁମାର ନନ୍ଦ, ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ସାଂସଦ ପ୍ରତିନିଧି ପ୍ରଫୁଲ ସ୍ୱାଇଁ, ମେଡିକାଲ ଅଫିସର ଜାନକୀ ଭୁଷଣ ପଟ୍ଟନାୟକ, ସିଡିପିଓ ପ୍ରେମବାଳା ତି୍ରପାଠୀ, ସହକାରୀ ଯନ୍ତ୍ରୀ ସୁବାଶ ଚନ୍ଦ୍ର ସ୍ୱାଇଁଙ୍କ ସହ ବ୍ଲକର ଲୋକପ୍ରତିନିଧିମାନେ ଯୋଗ ଦେଇଥିଲେ ।
ପିପିଲି ବ୍ଲକ ତରଫରୁ ୨୫ଟି ଯାକ ପଂଚାୟତରେ ଆଇସୋଲେସନ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ବିଦ୍ୟାଳୟ ଗୃହ, କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳୀକୁ ଏଥିପାଇଁ ବ୍ୟବହାର କରାଯାଉଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହି ଶିବିର ଅନୁଧ୍ୟାନ କରିବେ । ସେହିଭଳି ପ୍ରତି ପଂଚାୟତକୁ ଶିବିର ପରିଚାଳନା ଓ କରୋନା ସଂକ୍ରମଣ ସମ୍ପର୍କିତ ସଚେତନତା କରିବା ପାଇଁ ୫ଲକ୍ଷ ଟଙ୍କା ସରକାର ମଂଜୁର କରିଥିବା ବିଡିଓ ସୂଚନା ଦେଇଛନ୍ତି । ବିଡିଓ ନିଜେ ସାନିଟାଇଜରରେ ହାତ ଧୋଇ ସମସ୍ତଙ୍କୁ ଏଭଳି କରିବା ପାଇଁ ସଚେତନ କରାଇଥିଲେ ।