Odisha news

ଦରଖୋଳି ହାଇସ୍କୁଲର ପ୍ରଧାନ ଶିକ୍ଷକ ନିଯୁକ୍ତିକୁ ନେଇ ଧାରଣା,ରାଜନୈତିକ ପଶାପାଲିରେ ଶିକ୍ଷାନୁଷ୍ଠାନ

0

ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ପାହାଡ ପାଦଦେଶରେ ଅବସ୍ଥିତ ବହୁପୁରାତନ ଦରଖୋଳି ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିଯୁକ୍ତିକୁ ନେଇ ପରିଚାଳନା କମିଟି ଓ ଅବିଭାବକମାନେ ସ୍କୁଲଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ସ୍କୁଲର ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ରାଜନୈତିକ ପଶାପାଲିରେ ଶିକ୍ଷାନୁଷ୍ଠାନ ଛନ୍ଦି ହୋଇପଡିଥିବାର ଜଣାଯାଇଛି । ନୀଳଗିରି କେ.ସି ହାଇସ୍କୁଲର ଖେଳ ଶିକ୍ଷକ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୧୧୫୮୪ ମୁଳେ ତା ୨୨-୦୮-୧୯ ରିଖରେ ଦରଖୋଳି ନୋଡାଲ ହାଇସ୍କୁଲକୁ ନିଯୁକ୍ତି କରାଯାଇଥିଲା ।

ଏହି ହାଇସ୍କୁଲରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କ ଠାରୁ ପ୍ରଧାନ ଶିକ୍ଷକ କାର୍ଯ୍ୟଭାର ନେବାପାଇଁ ବରିଷ୍ଠତା ଭିତିରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୪୫୫୮ ମୁଳେ ୮-୦୬-୨୦୨୦ ରିଖ ଶ୍ରୀ ଆଚାର୍ଯ୍ୟଙ୍କୁ ହସ୍ତାନ୍ତର କରିବା ପାଇଁ ନିଦେ୍ର୍ଦଶ ଥିଲା । ଏହି ପ୍ରଧାନ ଶିକ୍ଷକ ନିଯୁକ୍ତିକୁ ନେଇ ରାଜନୈତିକ ଛକା ପଞ୍ଜାରୁ ଗ୍ରାମବାସୀ ଅବିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ଯୋଗୁଁ ପୁନଶ୍ଚ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୫୧୧୩ ମୁଳେ ୨୯-୦୬-୨୦ ରିଖରେ ଫତେପୁର ହାଇସ୍କୁଲର ପ୍ରଧାନଶିକ୍ଷକ ସୁୁଦର୍ଶନ ପାଣିଗ୍ରାହୀଙ୍କୁ ଦରଖୋଳି ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟୀତ୍ୱ ନେବାପାଇଁ ନିଦେ୍ର୍ଦଶ ଦେଇଥିଲେ ।

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶ ସତ୍ୱେ କୌଣସି କାରଣରୁ କାର୍ଯ୍ୟରେ ଯୋଗ ନଦେବାରୁ ଶେଷରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଢଂଗୀ ପତ୍ର ସଂଖ୍ୟା ୬୯୯୭ ମୁଳେ ୨୬-୦୮-୨୦ ରିଖରେ ପୁର୍ବ ଆଦେଶ ପତ୍ର ସଂଖ୍ୟା ୫୧୧୩ କୁ ପରିବର୍ତ୍ତନ କରି ଶ୍ରୀ ଅଚାର୍ଯ୍ୟଙ୍କୁ ତୁରନ୍ତ ପ୍ରଧାନ ଶିକ୍ଷକ କାର୍ଯ୍ୟଭାର ଦାଇତ୍ୱ ସହ ଅର୍ଥକାରବାର କ୍ଷମତା ହସ୍ତାନ୍ତର କରିବା ପାଇଁ ପୂର୍ବତନ ଡାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିନ୍ଧାଣୀଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ଏହାର ପ୍ରତିବାଦରେ ଆଜି ସ୍କୁଲ ଖୋଲିବା ପୁର୍ବରୁ ଶିକ୍ଷାପରିଚାଳନା କମିଟିର ସଭାପତି କାଶିନାଥ ପରିଡାଙ୍କ ସମେତ କମିଟିର ସଭ୍ୟ ସଭ୍ୟା ଓ ଅଭିଭାବକ ମାନେ ଧାରଣାରେ ବସିଥିଲେ । ବିଦ୍ୟାଳୟର ଏ ପ୍ରକାର ସମସ୍ୟାକୁ ନେଇ ପିଲାଙ୍କ ମଧ୍ୟାହ୍ନ ଭୋଜନର ଅର୍ଥ ପ୍ରଦାନରେ ବିଳମ୍ବ ସହ ସ୍କୁଲକୁ ଅସୁଥିବା ବିଭିନ୍ନ ଯୋଜନାର ଲକ୍ଷାଧିକ ଟଙ୍କା ପଡିରହି କାର୍ଯ୍ୟକାରୀ ହୋଇ ନପାରିବା ଜଣାଯାଉଛି ।

Leave A Reply