ଆଠଗଡ଼ ତା ୨୧-୧୦-୨୪ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଆଜି ପହିଲି ସୋମବାର ରେ କଟକ ଜିଲ୍ଲା ର ପ୍ରମୁଖ ଶୈବ ପୀଠ ଧବଳେଶ୍ଵର ରେ ପ୍ରାୟ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।ଭୋର ୪ ଠାରୁ ପହଡ ଖୋଲାଯାଇ ମଙ୍ଗଳ ଆରତୀ ଓ ପ୍ରଭୁ ଙ୍କ ସ୍ନାନ କରାଯାଇଥିଲା।ପରେ ସକାଳୁ ସକାଳୁ ବଡ଼ସିଂହାର ବେଶ ରେ ଭକ୍ତ ମାନେ ଧବଳେଶ୍ଵର ଙ୍କୁ ଦର୍ଶନ କରିଥିଲେ। ନୂତନ କଣ୍କିଟ ପୋଲରେ ଯାତାୟତ ପରେ ଭକ୍ତ ଙ୍କ ସଖ୍ୟା ଆଶାୟିତ ବୃଦ୍ଧି ପାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗୁରୁଡିଝାଟିଆ ଥାନା ଅଧିକାରୀ ଙ୍କ ସମେତ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ନିୟୋଜିତ ଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତ ମାନେ ଧାଡ଼ିରେ ରହି ପ୍ରଭୁ ଙ୍କ ଦର୍ଶନ କରିବା ଦେଖାଦେଇଥିଲା।