Odisha news

ବାରୁଦ ଗଦାରେ ତିଗିରିଆ।  ବେଆଇନ ବାଣ ଜବତ,ଦୁଇ ଗିରଫ 

0
ଆଠଗଡ଼ ତା ୮-୧୦-୨୪ ତିଗିରିଆ  ଅଞ୍ଚଳ ପାଲଟିଛି ବେଆଇନ ବାଣ ବ୍ୟବସାୟୀ  ପେଣ୍ଠସ୍ଥଳୀ। ଏଠାରେ ଦୀର୍ଘ ବର୍ଷ ଧରି ବେଆଇନ ଭାବରେ ବାଣ ପସ୍ତୂତ କରାଯାଇ ରାଜ୍ୟର ବିଭନ୍ନ ସ୍ଥାନକୁ ପଠାଯାଇଥାଏ।ସରକାର ଏହି ବେଆଇନ ବାଣ ପସ୍ତୂତ ଉପରେ କଟକଣା କରୁଥିଲେ ମଧ୍ୟ ତିଗିରିଆ ଅଞ୍ଚଳରେ ଏହା ଫେଲ ମାରିଛି। ଏଠାରେ ଥିବା ପ୍ରସାଶନିକ ଅଧିକାରୀ ଏବଂ ବାଣ ବ୍ୟବସାୟୀ ମଧ୍ୟରେ ମଧୁ ଚନ୍ଦ୍ରିକା ରହିଥିବାରୁ ଖୁଲମଖୁଲା ଭାବେ ବେଆଇନ ବାଣ ପସ୍ତୂତ କରାଯାଉଛି। ଏଠାରେ ଜଣେ ବ୍ୟବସାୟୀ ଙ୍କୁ  ଲାଇସେନ୍ସ ପାଇଥିବା ବେଳେ ଅନେକ ଲୋକ ବେଆଇନ ବାଣ ବ୍ୟବସାୟ କରୁଛନ୍ତି। ଏହି ବ୍ୟବସାୟୀ ମାନେ କାହା ଇଙ୍ଗିତରେ ଖୁଲମଖୁଲା ଭାବେ ବେଆଇନ ବାଣ ବ୍ୟବସାୟ କରୁଛନ୍ତି ତାହାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ପଞ୍ଚାୟତ ସ୍ଥିତ ପୁରୁଣା ତିଗିରିଆ ଗ୍ରାମର ଖେଳ ପଡିଆ ନିକଟରେ ବେଆଇନ ବାଣ ବିକ୍ରି ଅଭିଯୋଗ ରେ ଗତକାଲି ଅପରାହ୍ନରେ ଦୁଇଜଣ ବାଣ ବ୍ୟବସାୟୀ ଙ୍କୁ ଗିରଫ କରଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ତିଗିରିଆ ଥାନା ଆଇଆଇସି ବିକ୍ରମ କେଶରୀ ଜେନା ସୂଚନା ଦେଇଛନ୍ତି।ଦୁଇ ବ୍ୟବସାୟୀ ଙ୍କ ନିକଟରୁ ଜବତ ବାଣ ର ମୂଲ୍ୟ ଆନୁମାନିକ ଏକ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବବୋଲି ଜଣାପଡିଛି। ଏହି ଘଟଣା ରେ ଦୁଇଟି କେସ  ୨୩୪/୨୪ ୨୩୫/୨୪ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସନ୍ତୋଷ ପାତ୍ର, ସୁବାସ ବେହେରା ଗିରଫ କରି  କୋର୍ଟ ଚାଲାଣ କରାଯାଇଥିବା ସୁଚନା ମିଳିଛି। ଏସପି ପ୍ରତୀକ ସିଂହ ଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବେଆଇନ ବାଣ ବ୍ୟବସାୟ ଉପରେ ଚଢ଼ାଉ ଆରମ୍ଭ ହେଇଥିବା ବେଳେ ଆଗକୁ ଆସୁଛି ଦିପାବଳୀ ପର୍ବ ସେଥିପାଇଁ ଏହି ଚଢ଼ାଉ କୁ ଆହୁରି ଜୋର୍ ଦାର କରାଯିବ ବୋଲି ଏସଡିପିଓ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଉଭୟ ବ୍ୟବସାୟୀ ଙ୍କୁ ବାଣ ବ୍ୟବସାୟ ପାଇଁ ପୋଲିସ ଲାଇସେନ୍ସ ମାଗିବାରୁ ତାହା ଦେଖାଇବାରେ ଉଭୟ ବ୍ୟବସାୟୀ ବିଫଳ ହୋଇଥିଲେ।
Nalco

Leave A Reply