Odisha news

ନାମାଙ୍କନ ପତ୍ର ଦାଖଲ କଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

0
ଆଠଗଡ଼ ତା ୨୯-୦୪-୨୪ ସୋମବାର ଚଳିତ ବିଧାନସଭା ନିର୍ବାଚନ ପାଇଁ ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳୁ ସକାଳୁ ବାବା ଧବଳେଶ୍ଵର ଙ୍କୁ ପୂଜା ଅର୍ଚ୍ଚନା କରି  କୁସପଙ୍ଗି ଠାରେ ପହଞ୍ଚିଥିଲେ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଚିରାଚରିତ କୌଶଳ ରେ ସବୁଥର ପରି ଏଥର ମଧ୍ୟ ତାଙ୍କ ପୁରୁଣା ସ୍କୁଟର ଚଲାଇ ଆସୁଥିବା ଦେଖିବାକୁ ମିଳିଥିଲା ଏବଂ କଟକ ଲୋକସଭା ନିର୍ବାଚନମଣ୍ଡଳୀ ର  ପ୍ରାର୍ଥୀ ସନ୍ତୁପ୍ତ ମିଶ୍ର ଆସୁଥିବା ବେଳେ ବାଟରେ ବିଭିନ୍ନ ସ୍ଥାନରେ  ସମ୍ବର୍ନ୍ଧନା ଦିଆଯାଉଥିବା ଦେଖିବାକୁ ମିଳିଥିଲା। ହଜାର ହଜାର ମୋଟର ସାଇକେଲ ଶୋଭାଯାତ୍ରାରେ  ନିଜ ସମର୍ଥକ ମାନଙ୍କ ଶୋଭାଯାତ୍ରା ରେ ଆସି ରଥଗଡା ଛକ ନିକଟରେ ପହଞ୍ଚିଥିଲେ। ସେଠାରୁ ବାଜା ବାଣ ରୋସଣୀରେ ବଜାର ପରିକ୍ରମା କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।ନିର୍ବାଚନ ରିଟର୍ଣ୍ଣି ଅଫିସର ତଥା ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କୁ ସେ ତାଙ୍କର ଚାରି ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଉକ୍ତ ଚାରି ସେଟ୍ ପ୍ରାର୍ଥୀପତ୍ର ରେ ସମର୍ଥକ ଭାବରେ ରବୀନ୍ଦ୍ର ନାଥ ରାଉତ, ଭାଗିରଥି ନନ୍ଦ, ନୃସିଂହ ଚରଣ ମହାପାତ୍ର, ଏବଂ ରଞ୍ଜନ କୁମାର ଆଚାର୍ଯ୍ୟ ରହିଛନ୍ତି। ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଅଷ୍ଟମ ଥର ପାଇଁ ରାଜ୍ୟର ଅନ୍ୟତମ ହେଭିଓ୍ବେଟ ନେତା ଭାବରେ ପରିଚିତ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜିର ନାମାଙ୍କନ ପତ୍ର ଦାଖଲରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରଦୀପ କୁମାର ବିଶ୍ବାଳ, ଙ୍କ ସହିତ ଅନ୍ୟାନ୍ୟ ଛାମୁଆ ନେତା ଏବଂ କର୍ମୀମାନେ ଉପସ୍ଥିତ ରହିଥିଲେ।ପରେ ଆଠଗଡ଼ ମହୋତ୍ସବ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭା ରେ କର୍ମୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଦବୋଧନ ଦେଇଥିଲେ। ବିଜୁ ଜନତାଦଳ ବିଗତ ଦିନ ମାନଙ୍କ ରେ ଓଡ଼ିଶାର କୃଷକ, ଛାତ୍ରଛାତ୍ରୀ, ମହିଳା ମାନଙ୍କ ପାଇଁ କରିଥିବା ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ପାଇଁ ଏଥର ମଧ୍ୟ ଲୋକେ ବିଜେଡି ଉପରେ ଭରସା କରିବେ ବୋଲି ସେ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
Nalco

Leave A Reply