Odisha news

ସୁରକ୍ଷା ଅବହେଳା ଯୋଗୁଁ ଆରତୀ ଷ୍ଟିଲ ରେ ଶ୍ରମିକ ମୃତ।

0
ଆଠଗଡ଼ ତା ୧୪-୦୪-୨୪ ଠିକା ଶ୍ରମିକଙ୍କ ମରଣଯନ୍ତା ପାଲଟିଛି ଆରତୀ ଷ୍ଟିଲ କାରଖାନା। ସୁରକ୍ଷା ଵ୍ୟଵସ୍ଥା ରେ ଢିଲା ଯୋଗୁଁ ବାରମ୍ବାର ଏହି କାରଖାନାରେ ଠିକା ଶ୍ରମିକ ଙ୍କ ଜୀବନ ଯାଉଥିବା ବେଳେ ଆଜି ମଧ୍ୟ ସମାନ ଅବସ୍ଥା ଯୋଗୁଁ ଜଣେ ଠିକା ଶ୍ରମିକ ଙ୍କ ଜୀବନ ଯାଇଛି। ଆରତୀ ଷ୍ଟିଲ କାରଖାନା ରେ ରୋଲିଂ ମିଲ ରେ ରାତି ଡ୍ୟୁଟି କରୁଥିବା ଠିକା ଶ୍ରମିକ ଆଠଗଡ଼ ଥାନା ଅନ୍ତର୍ଗତ ହରିଡ଼ା ଗହିର ଗ୍ରାମ ର ସନାତନ ପାଢ଼ୀ (୫୫) ଙ୍କ ର କ୍ରେନ ରେ ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇ ମାସ ତଳେ ସମାନ ଜାଗା ରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାକାଳବସ୍ତ ଗ୍ରାମ ର ଜଣେ ଠିକା ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ବେଳେ କାରଖାନା କତ୍ତୃପକ୍ଷ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଉ ଗୋଟିଏ ଜୀବନ ଯାଇଛି। ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାର ସହିତ ପଞ୍ଚାୟତ ର ଲୋକ ମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ଖୁଣ୍ଟୁଣୀ ପୋଲିସ, କାରଖାନା କତ୍ତୃପକ୍ଷ ଓ ଆଠଗଡ଼ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ପରେ ମୃତକଙ୍କ ପରିବାରକୁ ଶବ ସତ୍କାର ପାଇଁ ୫୦ ହଜାର ଟଙ୍କା ର ସହାୟତା ଦେବା ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ସହାୟତା ବାବଦକୁ ଖୁବ ଶିଘ୍ର ୨୦ ଲକ୍ଷ ୫୦ ହଜାର ଟଙ୍କା ର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା।ଏହା ଛଡ଼ା ମୃତକଙ୍କ ପୁଅ ଝିଅ ନା ବାଳକ ଥିବାରୁ ସେମାନେ ସାବାଳକ ହେବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମାନ ସ୍ଥାନ ରେ କର୍ମ ସଂସ୍ଥାନ ଯୋଗାଇ ଦିଆ ଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇ କଟକ ରୁ ଆସିବା ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରା ଯାଇଛି। ମୃତକଙ୍କ ସ୍ତ୍ରୀ ଗିତାଞ୍ଜଳୀ ପାଢ଼ୀ ପ୍ରଥମ ପର୍ଯ୍ୟାୟରେ ସହାୟତା ରାଶି ଗ୍ରହଣ କରି ଥିଲେ। ଏହି ଆଲୋଚନାରେ କାରଖାନା ର ସଭାପତି ସୁଦୀପ୍ତ ପାଲ,ମାନବ ସମ୍ବଳ ଅଧିକାରୀ ସରୋଜ ଜେନା, ଲୋକ ସମ୍ପର୍କ ଅଧିକାରୀ ଶରତ ନିଶଙ୍କ, ଚୌଦ୍ବାର ଉପଖଣ୍ଡ ପୋଲିସ ଅଧିକାରୀ ଉମାକାନ୍ତ ନାୟକ, ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।ଗତ ଦୁଇ ଦିନ ତଳେ ଗରିଆ ପାଟ ଠାରେ ଥିବା ଶ୍ରୀ ସିମେଣ୍ଟ କମ୍ପାନୀ ରେ ଠିକା ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଠିକା କର୍ମଚାରୀ ମାନଙ୍କ ସୁରକ୍ଷା ଵ୍ୟଵସ୍ଥା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହିତ ପ୍ରଶାସନିକ ଉଦାସୀନତା ଏଥିପାଇଁ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଛି।
Har Ghar Tiranga

Leave A Reply