Odisha news

ଦାଦା ବଟି କୁ ନେଇ ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ଜଣେ ସହଯୋଗୀ ଗିରଫ , ବନ୍ଧୁକ ଜବତ

0
ଆଠଗଡ଼ ତା ୧୩-୦୪-୨୪  ଆଠଗଡ଼ ଥାନା ଅନ୍ତର୍ଗତ ମହୀଧରପୁର ଗ୍ରାମ ରେ ଦାଦା ବଟି କୁ ନେଇ ହୋଇଥିବା ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ତାର ଜଣେ ସହଯୋଗୀ କୁ ଆଠଗଡ ପୋଲିସ ଗିରଫ କରିଛି। ଏଥି ସହିତ ଗୁଳିକାଣ୍ଡ ରେ ବ୍ୟବହୃତ ବନ୍ଧୁକ କୁ ମଧ୍ୟ ଜବତ କରା ଯାଇଛି । ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ ଏବଂ ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି। ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ମହୀଧରପୁର ଗ୍ରାମ ର ମେଘନାଦ ପଲେଇ ଙ୍କ ପୁଅ ଦିଲୁ ଓରଫ୍ ଦିଲ୍ଲୀପ କୁମାର ପଲେଇ (୩୦) ଏବଂ ସହଯୋଗୀ ଆଠଗଡ଼ ଜେଲ୍ ରୋଡ଼ ର ସନାତନ ନାଏକ ଙ୍କ ପୁଅ ରାମୁ ଓରଫ୍ ସତ୍ୟବ୍ରତ ନାଏକ (୩୪) ।ଏ ବାବଦରେ ଗୁରୁତର ଆହତ ବିଶ୍ବଜିତ ର ସାନଭାଇ ଅଭିଜିତ ପଲେଇ ଙ୍କ ଏତଲା କୁ ଆଧାର କରି ଆଠଗଡ଼ ଥାନା କେସ ନଂ ୧୪୧/୨୪ ଧାରା ୩୪୧,୨୯୪,୩୨୬,୩୮୭,୩୦୭,୩୪, ଏବଂ ୨୫/୨୭ ଆର୍ମସ ଆକ୍ଟ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣା କୁ ନେଇ ପୋଲିସ ପକ୍ଷରୁ ତିନୋଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନ ମାନଙ୍କରେ ଚଢାଉ କରାଯାଇ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ଚାରି ଜଣ ଅଭିଯୁକ୍ତ ପୋଲିସ କୁ ଚକମା ଦେଖାଇ ଏବେବି ଫେରାର ଥିବା ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ ଦିଲୁ ଘଟଣା ଘଟାଇ ପ୍ରଥମେ ଆଠଗଡ଼ ରୁ ଖୁଣ୍ଟୁଣୀ ଏବଂ ସେଠାରୁ କଟକ ଏବଂ ଭୁବନେଶ୍ବର ଦେଇ ପୁରୀ ଚାଲି ଯାଇଥିବା ବେଳେ ପୋଲିସ ପକ୍ଷରୁ ବୈଷୟିକ ସହାୟତା ନିଆଯାଇ ଆଜି ଚୌଦ୍ବାର ଅଞ୍ଚଳ ରୁ ଗିରଫ କରି ଥିବା ଏବଂ ସହଯୋଗୀ ରାମୁ କୁ ନିଜ ଘରୁ ଗିରଫ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ନିଜର ଟ୍ରାକ୍ଟର ରେ ମାଟି ଉଠାଇ ଜଣଙ୍କ ବିଲରେ ପାଉଥିବା ବେଳେ ମହୀଧରପୁର ଗ୍ରାମ ର ବୀରବର ପଲେଇ ଙ୍କ ପୁଅ ବିଶ୍ବଜିତ ପଲେଇ ଙ୍କୁ ମୁଖ୍ୟ ଅଭିଯୁକ୍ତ ଦିଲୁ ଦାଦା ବଟି ମାଗିଥିଲା।ସେ ଦେବାକୁ ମନା କରିବାରୁ ଦିଲୁ ଗୋଟିଏ ଧଳା କାର ଏବଂ ଗୋଟିଏ ବୁଲେଟ ମୋଟର ସାଇକେଲ ରେ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତ ଙ୍କ ସହିତ ଆସି ଗୁଳିକରି ଫେରାର ହୋଇ ଯାଇଥିଲା।ଗୁଳି ବିଶ୍ବଜିତ ର ଡାହାଣ ପେଟ ପାଖରେ ବାଜି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ତା’ର ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଉକ୍ତ ଗାଡି ଦୁଇଟିକୁ ଚିହ୍ନଟ କରିଥିବା ବେଳେ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରା ଯିବ ବୋଲି କୁହାଯାଉଛି।
Nalco

Leave A Reply