ଆଠଗଡ଼ ତା ୮-୪-୨୪ ଚାଷୀ ଜମିରେ ମାଡ଼ିବ ପାଣି, ଚାଷୀ ଦୋଫସଲି କରି ଭଲ ଦି ପଇସା ରୋଜଗାର କରିପାରିବ। ଆଠଗଡ଼ ଏକ କୃଷି ପ୍ରଧାନ ଅଞ୍ଚଳ। ଏଠାରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି।ଆଉ ରାଜ୍ୟ ସରକାରଙ୍କ ଏହି ଦୀର୍ଘ ମିଆଦି ଯୋଜନା ଚାଷୀଙ୍କ ଜମିରେ ପାଣି ମାଡ଼ିବା ଯୋଜନା ଫେଲ ମାରିଛି, କେବଳ ରେଙ୍ଗାଲି ଅଧିକାରୀ ଓ, ଯନ୍ତ୍ରୀଙ୍କ ସହ ରେଙ୍ଗାଲି କେନାଲ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମଧୁ ଚନ୍ଦ୍ରିକା ପାଇଁ ନିମ୍ନମାନର କାର୍ଯ୍ୟ ଚାଲିଛି। ଆଠଗଡ ଚାଷୀଙ୍କ ଜମିରେ ପାଣି ମାଡ଼ିବା ପୂର୍ବରୁ ନିମ୍ନମାନର କାର୍ଯ୍ୟ ପାଇଁ କେନାଲରେ ଫାଟି ଆଁ କରିଛି । ଆଉ ଏହି କେନାଲ ପାଣି ଆସିଲେ ଭୁସୁଡିବାର ସମ୍ଭାବନା ଅଛି। ଆଉ ପାଣି ଅଭାବ ପାଇଁ ସର୍ବାଧିକ ଚାଷୀ ୠଣ ଭାରରେ ଉବୁଟୁବୁ ହେଉଛନ୍ତି।
ଆଉ ଏହି ପାଣି ଅଭାବି ଚାଷୀଙ୍କ ବିଲ ମୁଣ୍ଡରେ ପହଂଚିବ ଚାଷୀ ଙ୍କ ଦୁଃଖ ଦୂର ହେବ ଜମିରେ ଦୋଫସଲି ଚାଷ କରି ପରିବାର ହସି ଉଠିବାର ଦେଖିଥିବା ସ୍ବପ୍ନ, ସ୍ବପ୍ନରେ ରହିଯିବ ଜଣାପଡୁଛି। ଆଠଗଡ ଅଂଚଳର ନିରୀହ ଗରିବ ଚାଷୀଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ ରେ ଏକ ଦୀର୍ଘ ମିଆଦି ରେଙ୍ଗାଲି ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକୁ ଅଣଦେଖା କରିବା ସହ ରେଙ୍ଗାଲି ଦକ୍ଷିଣ କେନାଲ ୩,୪,୫ ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ଓ ଅଧିକାରୀ କ୍ଷେତ୍ର ପରିଦର୍ଶନ କରନ୍ତି ନାହିଁ ବୋଲି ଅଭିଯୋଗ ହେଉଛି।ଫଳରେ କେନାଲର କାର୍ଯ୍ୟ ଅତି ନିମ୍ନମାନର କରିଚାଲିଛନ୍ତି ଠିକାଦାର , କେନାଲରେ ପାଣି ଆସିବା ପୂର୍ବରୁ ଫାଟି ଭୁଶୁଡି ଆଁ କଲାଣିତ ଆଉ କେଉଁଠାରେ କେନାଲ ମାଟି ଧସି ପୋତି ହୋଇ ଯାଇଥିବା ଦେଖୁବାକୁ ମିଳୁଛି, ଆଉ ଏଥିରେ ପାଣି ଆସିଲେ କେନାଲ ଧୋଇହୋଇଯିବ ବୋଲି ଚାଷୀ ମାନେ ବାରମ୍ବାର ଅଭିଯୋଗ କରିବା ସହ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାର ହୋଇସାରିଛି ହେଲେ ଫଳ ଶୂନ ।
ଅଧିକାରୀ ଚୁପ ଆଉ ଠିକାଦାର ମାଲାମାଲ ଚାଷୀ ହତାଶ, ଅଭିଯୋଗ କଲେ ମୂଲ୍ୟ ନାହିଁ, । କାହା ଛତ୍ର ଛାୟା ତଳେ ରେଙ୍ଗାଲିର ଅଧିକାରୀ ଓ ଠିକାଦାର ।ଏଥି ପାଇଁ ଚାଷୀ ଦେଖିଥିବା ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯିବ। ଆଠଗଡ ଖୁଣ୍ଟୁକାଟାରେ ଥିବା ରେଙ୍ଗାଲି କାର୍ଯ୍ୟାଳୟକୁ ଅଧିକାରୀ ଆସନ୍ତି ନାହିଁ କର୍ମଚାରୀ ପିଅନଙ୍କ ହାତରେ କାର୍ଯ୍ୟାଳୟ ଚାଲିଥାଏ ଠିକାଦାର ମାନେ ଭିତିରି କାରବାର କରି ନିଜର ବିଲ ଭାଉଚର କରିଥାନ୍ତି। ଏହା ରେଙ୍ଗାଲି ଡିଭିଜନ ୫ ରେ ଦେଖିବାକୁ ମିଳିଛି। ଆଉ ରେଙ୍ଗାଲିର ନୂଆ ଯୋଜନା ଅନୁସାରେ ଭୁତଳ ପାଇପ ଯୋଗେ ଚଷୀର ବିଲ ମୁଣ୍ଡରେ ପାଣି ପହଂଚିବା ଯୋଜନା ସବୁଠାରେ ମଧ୍ୟ ଫେଲ ମାରିଛି , ଆଉ ଚାଷୀଙ୍କ ଅନୁପସ୍ଥିତରେ ବିନା କ୍ଷତି ପୂରଣରେ ଚାଷ ଜମି ଖୋଳି ତାଡ଼ି ଖାଲ କ୍ଷମା କରି ପାଇପ ବିଛା ଯାଉଛି, କୋଉଠି ଫୁଟେ ତ କୋଇଠି ଅଳ୍ପ ଖୋଳୀ ପାଇପ ବିଛା ଚାଲିଛି, ଏଲଆଣ୍ଡଟି ଠିକା ସଂସ୍ଥା, ଏହି ପାଇପ ଗୁଡିକ ଅତିନିମ୍ନ ମାନର ପୁଣି ଫଟା କଣା ପାଇପ ବିଛା ଚାଲିଛି କହିବ କିଏ ଶୁଣିବ କିଏ ଆଉ ଏହାର ସ୍ଥାଇତ୍ୱ ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ଏହା ସହ ଏହି ପାଇପରେ ପାଣି ଆସିବା ମଧ୍ୟ ସ୍ୱପ୍ନ, ଆଉ ଏ ବିଷୟରେ ରେଙ୍ଗାଲି କେନାଲ,୩,୪,୫,ଡିଭିଜନର ଅଧିକାରୀ ଯାହାକୁ ଯେତେବେଳେ ଯୋଗାଯୋଗ କଲେ ଫୋନ୍ ଉଠାନ୍ତି ନାହିଁ। ଆଉ ଏଠିକାର ଅଧିକାରୀ ଆଠଗଡରେ ରୁହନ୍ତି ନାହିଁ। କଟକ ଭୁବନେଶ୍ୱର ଓ ଢେଙ୍କାନାଳ ମୁଖ୍ୟାଳୟରେ ରହି କାର୍ଯ୍ୟ କରିଥାନ୍ତି।
ରେଙ୍ଗାଲି ଦକ୍ଷିଣ କେନାଲ ୫ ଏହି କାର୍ଯ୍ୟ ତିଗିରିଆ କରଡ଼ାପଲ୍ଲୀ ଠାରୁ ଆରମ୍ଭ ହୋଇ ଅଚଳକୋଟ, ଭିରୁଡ଼ା, ଜେନାପଦା, ଖୁଣ୍ଟୁକଟା ତାରିଣୀ ଛକ, ପୋଲାବାହାଡା, ଦର୍ଶନପୁର, ମଇଧରପୁର, ସୋଲଗାଡ଼ିଆ, ଷୋଳଘରିଆ ଦେଇ ଖୁଣ୍ଟାଡାବ ପର୍ଯ୍ୟନ୍ତ ୮ କିଲୋମିଟର କେନାଲ କାର୍ଯ୍ୟ ଶେଷ ହୋଇଛି । ରେଙ୍ଗାଲି କେନାଲ ୪ ଇଞ୍ଚ ଖୋଳି ଢଳେଇ ପକାଇ ନିୟମ ଥିବା ବେଳେ କେଉଁଠି ୧ ଇଞ୍ଚ ତଳ କେଉଁଠି ୨ ଇଞ୍ଚ ଖୋଳାଜାଇ କାର୍ଯ୍ୟ ଚାଲିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ଆଉ ଏହି କାର୍ଯ୍ୟ କରୁଥିବା ଠିକାଦାର ଓ ରେଙ୍ଗାଲି ୫ ଯନ୍ତ୍ରୀ ଓ ଅଧିକାରୀ ମିଳି ମିଶି ଏହି ଭଳି ନିମ୍ନମାନର କାର୍ଯ୍ୟ କରିଛନ୍ତି। ରେଙ୍ଗାଲି କେନାଲ ଡିଭିଜନ ୫ ସୁପର ଇଞ୍ଜିନିଅର ନୂତନ ଭାବେ ଆସିଥିବା ଜ୍ଞାନରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ ଅଶ୍ୱିନୀ ବେହେରା, ସିର୍ଦ୍ଦାର୍ଥ କୁମାର ସାହୁ, ଏକ୍ସଟି ମେଟର ସଂଗୀତା ପ୍ରିୟଦର୍ଶିନୀ ରାଉତ, କନିଷ୍ଠ ଯନ୍ତ୍ରୀ ସାନ୍ତାନୁ କୁମାର ସ୍ବାଇଁ ପ୍ରମୁଖ ନିର୍ମାଣ କାର୍ଯ୍ୟରେ ତଦାରଖ କେମିତି କରୁଥିଲେ ଯେ କେନାଲ କାମ ସବୁ ଫାଟିକି ଆଁ କରିଛି ଆଉ ଯେଉଁ ଠାରେ ଅଧିକ ଫାଟିଛି ସବୁଠି ସିମେଣ୍ଟ ରସ ଗୋଳାଇ ଲିପା ଯାଇଥିବା ଦେଖିବାକୁ ମିଳିଛି। ଏହି ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାର ଏବଂ ସମ୍ପୁକ୍ତ ଥିବା ଯନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଗରୀବ ଚାଷୀମାନେ ଦାବି କରିଛନ୍ତି।