Odisha news

ପାଟଲିଙ୍ଗା ଗ୍ରାମ ରେ ତ୍ରୟୋଦଶୀ ଦୋଳ ଯାତ୍ରା ୯ ବିମାନ ମେଳନ।

0
ଆଠଗଡ଼ ତା ୨୨-୩-୨୪ ଆଠଗଡ଼ ବ୍ଲକ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ପାଟଲିଙ୍ଗା ଗ୍ରାମରେ ଫାଲଗୁନ ଶୁକ୍ଳ ତ୍ରୟୋଦଶୀ ଦିନ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ସମସ୍ତ ଘର ଆଗରେ ଗୋମୟ ରେ ଲିପାପୋଛା କରିବା ସହିତ ମୁରୁଜରେ ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ର କରାଯାଇଛି। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା କରି ଆଖ ପାଖରୁ ଗ୍ରାମରୁ ଆସିଥିବା ୯ ଗୋଟି ବିମାନ ତଳଗଡ, ଗୋପିନାଥପୁର, ଯୋରନ୍ଦା, କନ୍ତୋଲ , ରାଜନଗର , ବେଣ୍ଟପଦା , ପର୍ଶୁରାମ ପୁର,ତରଡିଙ୍ଗ ,ପାଟଲିଙ୍ଗା ଆଦି  ସମସ୍ତ  ବିମାନ ଆସି ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ପରେ ଗାଁ ସମସ୍ତ ଘରକୁ ଘର ଯାଇ ଭୋଗଲାଗି ହୋଇଥାଏ। ଗ୍ରାମର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଖୋଳ ଝାଞ୍ଜ ତାଳେତାଳେ ଭଗବାନଙ୍କ ନାମ ସଂକୀର୍ତ୍ତନ କରି ଗ୍ରାମ ପରିଭ୍ରମଣ କରିଥିଲେ।
Nalco

Leave A Reply