Odisha news

ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ଙ୍କ ସପ୍ତଦଶ ବିଗ୍ରହ ପ୍ରତିଷ୍ଠା ଉତ୍ସବ ର ଉଦଯାପନ।

0
ଆଠଗଡ଼ ତା ୨୦ -୦୨ -୨୪ ଆଠଗଡ଼ ବ୍ଲକ ଅନ୍ତର୍ଗତ ଧୁରୁଷିଆ ସ୍ଥିତ  ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ମନ୍ଦିର ରେ ସପ୍ତଦଶ ବ୍ରିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବ ରେ ଧୂରୁଷିଆ, ଅନନ୍ତପୁର, ଘଣ୍ଟିଖାଲ ଓ କଟିକିଆସାହି ପଞ୍ଚାୟତ ର ୩୦୮  ମହିଳା ମାନଙ୍କ ଦ୍ଵାରା ଭକ୍ତି ପୁତ ଓ ଆଧ୍ୟାତ୍ମିକ ପରିବେଶ ରେ ନାମ ସଂକୀର୍ତ୍ତନ କରି ମହାନଦୀ ରୁ  କଳସ ରେ ଜଳ ଆଣି ଯଜ୍ଞ ବେଦୀ ରେ ସ୍ଥାପନ କରାଯାଇଥିଲା। ଯଜ୍ଞ ର ମୁଖ୍ୟ ପଣ୍ଡିତ ଭାଗବତ ପତି ଙ୍କ ଦ୍ଵାରା ବେଦ ଧ୍ୱନି ରେ ଯଜ୍ଞ କାର୍ଯ୍ୟ ଆରମ୍ଭ ସହିତ ୨୦ ତାରିଖ ରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି।ପ୍ରତି ଦିନ ସନ୍ଧ୍ୟା ରେ ଭଜନ ସମାରୋହ  ହେବା ସହିତ କୁନି ପ୍ରବଚକ ଶ୍ରୀମାନ କେଶବ ଦାସ ଦ୍ବିତିକୃଷ୍ଣ ଙ୍କ ଦ୍ଵାରା ପ୍ରବଚନ ଅନୁଷ୍ଠିତ ହୋଇଯାଇଛି। ଶେଷ  ଦିନ ରେ ଅଞ୍ଚଳ ର କିଛି ପ୍ରତିଭା ମାନଙ୍କୁ ଶ୍ରୀ ଶ୍ରୀ ସଙ୍କଟ ମୋଚନ କୃପା ପରିଷଦ ଧୂରୁଷିଆ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହିତ ଓଡିଶା ର  ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭଜନ ସନ୍ଧ୍ୟା ଅନୁଷ୍ଠିତ  ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ  ଶ୍ରୀଶ୍ରୀ ସଙ୍କଟ ମୋଚନ କୃପା ପରିଷଦ ର ସଭାପତି ନିରାକାର ଲେଙ୍କା ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରା ମନ୍ଦିର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବ୍ରଜବନ୍ଧୁ ଲେଙ୍କା, ଉପଦେଷ୍ଠା ସନ୍ତୋଷ ରଥ, ଗ୍ରାମ୍ୟ କମିଟି ସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, ଜୟନ୍ତ ରାଉତ, ରଶ୍ମି ରେଖା ଶତପଥୀ, ରୁଦ୍ର ନାରାୟଣ ରାଉତ ସହ ଅନୁଷ୍ଠାନ ରା ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
Har Ghar Tiranga

Leave A Reply