ଆଠଗଡ଼ ତା ୦୩-୦୧-୨୪ : ଆଠଗଡ଼ ରାଧାଗୋବିନ୍ଦ ପୁର ପେଟ୍ରୋଲ ପମ୍ପ ନିକଟରେ ଆଶିର୍ବାଦ ଫାଇନାନ୍ସ କମ୍ପାନୀର କର୍ମଚାରୀ ପିନୁ କୁମାର ସାହୁ ଙ୍କ ଠାରୁ ପ୍ରାୟ ୮୦ ହଜାର ଟଙ୍କା ଲୁଟ୍ ହୋଇ ଥିବା ନେଇ ଆଠଗଡ଼ ଥାନା ରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଆଠଗଡ଼ ବୀରକିଶୋର ପୁର ନିକଟରେ ଥିବା ଆଶିର୍ବାଦ ଫାଇନାନ୍ସ କମ୍ପାନୀର କର୍ମଚାରୀ ଅଭିଯୁକ୍ତ ପିନୁ କୁମାର ସାହୁ ନିଜ ଗ୍ଲାମର ମୋଟର ସାଇକେଲ ନଂ ଓଡି -୦୫- ଏ ଏକ୍ସ -୪୮୦୮ ରେ ଆଠଗଡ଼ ଥାନା ଅନ୍ତର୍ଗତ କଦମ୍ବ ପାଟଣା ଏବଂ ରାଜନଗର ଗ୍ରାମ ରୁ ଋଣ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ରାଧାଗୋବିନ୍ଦ ପୁର ପେଟ୍ରୋଲ ପମ୍ପ ନିକଟରେ ଏକ ମୋଟର ସାଇକେଲରେ ଦୁଇ ଜଣ ମୁଖାପିନ୍ଧା ଦୁବୃର୍ତ୍ତ ଆସି ତାଙ୍କଠାରୁ ଆଦାୟ ଋଣ ଟଙ୍କା ଲୁଟି ନେଇଥିବା ଆଠଗଡ଼ ଥାନା ରେ ଅଭିଯୋଗ କରି ଥିଲେ। ଖବର ପାଇ ଆଶିର୍ବାଦ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ଅର୍ଦ୍ଧେନ୍ଦୁ ଶେଖର ଦାଶ ଥାନା ରେ ବିଧିବଦ୍ଧ ଏତଲା ଦେବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ ଏବଂ ପଚରାଉଚରା ସମୟରେ ପିନୁ କଥାରେ ତାଳମେଳ ରହୁନଥିବା ବେଳେ ଏହା ଏକ ସୁପରିକଳ୍ପିତ ଠକେଇ ବୋଲି ପୋଲିସ ଜାଣିବାକୁ ପାଇଥିଲା। ସେହି କ୍ରମରେ ପିନୁ ସୂଚନା କୁ ଆଧାର କରି ଧାଈପୁର ନିକଟସ୍ଥ ଵିଅର ଵାର ନିକଟରେ ଥିବା ଏକ ଵୁଦା ମୂଳରେ ଲୁଚାଇ ରଖିଥିବା ୭୮ ହଜାର ୧୪୦ ଟଙ୍କା ଏବଂ ମୋଟର ସାଇକେଲ ଜବତ କରିଵା ସହିତ ପିନୁ କୁ ଗିରଫ କରା ଯାଇଥିଲା। ଆଜି ଆଠଗଡ଼ ପୋଲିସ ପକ୍ଷରୁ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ରେ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ।ଏ ସମ୍ପର୍କରେ ଆଠଗଡ଼ ଥାନା କେସ ନଂ ୦୩/୨୪ ଧାରା ୩୯୪,୪୨୦,୪୦୮,୪୦୯ ଆଧାର ରେ ମୋକଦ୍ଦମା ରୁଜ୍ଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଆଠଗଡ଼ ଥାନା ଅନ୍ତର୍ଗତ ଗୁଡୁପଡା ଗ୍ରାମ ର ଵିନୋଦ କୁମାର ସାହୁ ଙ୍କ ପୁଅ ପିନୁ କୁମାର ସାହୁ କୁ ଗିରଫ କରା ଯାଇଥିବା ଜଣାପଡିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସବ୍ ଇନ୍ସପେକ୍ଟର ବିଶ୍ଵଜିତ ଜେନା ଶକୁନ୍ତଳା ଦାସ ପ୍ରମୁଖ ଉପସ୍ଥିତ ଥିଲେ।