Odisha news

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତିନି ଜଣଙ୍କୁ ଗିରଫ କରାଯାଇଛି।

0
ଆଠଗଡ଼ ତା ୨୮-୦୮-୨୩  ଆଠଗଡ଼  ଏବଂ ତିଗିରିଆ ଅଞ୍ଚଳ ପାଲଟିଛି ଦେଶୀ ମଦ ହବ । ଏହି ଅଞ୍ଚଳରେ ବହୁଳ ପରିମାଣରେ  ସ୍ପଷ୍ଟ ଦିବାଲୋକରେ ଖୁଲମଖୁଲା ଭାବରେ ଦେଶୀ ମଦ ରନ୍ଧା ଯାଇ ରାଜ୍ୟ ବାହାରକୁ ନାମୀ ଦାମୀ ଗାଡ଼ିରେ ଚାଲାଣ କରାଯାଉଛି। କିନ୍ତୁ ଆଠଗଡ଼ ଅବକାରୀ ବିଭାଗର ଅଧିକାରୀମାନେ ନିଜର ଟାର୍ଗେଟ ପୂରଣ ପାଇଁ ଗାଁ ଗହଳି ମାନଙ୍କରେ କୁଜି ବେପାରୀ ଙ୍କୁ ଧରି ବାହା ବାହା ନେଉଛି। କିନ୍ତୁ ଯେଉଁଠି  ଦିନକୁ ଲକ୍ଷ ଲକ୍ଷ ଟଙ୍କା ବେପାର କରିଥାଆନ୍ତି ଅବକାରୀ ବିଭାଗର ଅଧିକାରୀମାନେ ସେହି ସ୍ଥାନଟିକୁ ନଜର ପଡେନାହିଁ କାହିଁକି ପଡେନାହିଁ ତାହାହିଁ ସମସ୍ତ ଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ସୋମବାର ଦିନ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୬୪ ଲିଟର ଚୋରା ଦେଶୀ ରନ୍ଧା ମଦ ସହିତ ତିନି ଜଣ ଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ନୂଆ ଶାସନ ଗ୍ରାମର ଗଣେଶ୍ୱର ସୁତାର, କେଉଟପଡା ଗ୍ରାମ ର  ବିକାଶ ବେହେରା ଏବଂ ଆଠଗଡ଼ ଥାନା ଅନ୍ତର୍ଗତ ବନଖଣ୍ଡି ଗ୍ରାମ ର କିଷାନ ସାହୁ।ଏ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ୍ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି ବୋଲି ଅବକାରୀ ସବ୍ ଇନ୍ସପେକ୍ଟର ସୌମ୍ୟରଞ୍ଜନ ମାଝୀ ସୂଚନା ଦେଇଛନ୍ତି।

Leave A Reply