Odisha news

ଗୋ ମାଂସ ବୋଝେଇ ଟ୍ରକ ଜବତ ସହିତ ଦୁଇ ଗିରଫ।

0
ଆଠଗଡ଼ ତା ୨୧-୮-୨୩ ସୋମବାର କଟକ ନରସିଂହପୁର ୫୫ ତମ ଜାତୀୟ ରାଜପଥ  ତୋଟାପଡା ଛକଠାରେ ଗୋଟିଏ ଗୋମାଂସ ବୋଝେଇ ଟ୍ରକ ଜବତ କରିବା ସହିତ ଗାଡ଼ି ଚାଲକ ସଲତାର ଅମତାଫ ଓ ଟୁକାରାମ ଗାଇକ୍ବାଡ କୁ ଗିରଫ କରିଛି। ଖୁଣ୍ଟୁଣୀ ଥାନା ପକ୍ଷରୁ କେଶ୍ ନଂ ୧୬୬/୨୩ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।ଘଟଣା ରୁ ପ୍ରକାଶ ତିଗିରିଆ ଅଞ୍ଚଳରୁ ଏକ ଟ୍ରକ ଯାହାର ନମ୍ବର MH 25 AK 7864 ଗୋମାଂସ ବୋଝେଇ କରି କଲିକତା ଯାଉଥିବା ବେଳେ ଖୁଣ୍ଟୁଣୀ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଭୋଗରା ପଞ୍ଚାୟତ ତୋଟାପଡା ଛକଠାରେ ଏହି ଗୋମାଂସ ବୋଝେଇ ଟ୍ରକ କୁ ପୋଲିସ ଜବତ କରିଥିଲା। ଏଥିରେ ପ୍ରାୟ ୧୫ ଟନ୍ ରୁ ଉର୍ଦ୍ଧ ଗୋମାଂସ ରହିଥିବା ଜଣାପଡିଛି। ତିଗିରିଆ ଓ ନରସିଂହପୁର ଅଞ୍ଚଳରୁ ଦୈନିକ ବେଧଡକ ଭାବେ ଗୋମାଂସ ବୋଝେଇ ଗାଡ଼ି କଲିକତା ଯାଉଛି। ଗୋମାଂସ ଗାଡ଼ି ଅନେକ ଥାନା ଦେଇ ପାର ହୋଇଆସୁଛି। କିନ୍ତୁ କୌଣସି ଥାନାର ନଜର ପଡେନାହିଁ। କାହିଁକି ନଜର ପଡେନାହିଁ କି ଦେଖି ନଦେଖିଲା ଭଳି ଅଭିନୟ କରନ୍ତି। କିଛି ଦିନ ତଳେ , ଗୋମାଂସ ନେଇ ଏକ କଣ୍ଟେନର ଗାଡ଼ି ଆସୁଥିବା ବେଳେ ତିଗିରିଆ ଥାନା ଖବର ପାଇ ତିଗିରିଆ ଶାସନ ଛକ ନିକଟରେ ପହଞ୍ଚି ଗୋମାଂସ ଜବତ କରିବା ବେଳକୁ ମାଫିଆ ମାନଙ୍କ ମାଡରେ ପୂର୍ବତନ ଥାନା ଅଧିକାରୀ ସୁଚିତ୍ରା ଜେନା,ଏସ ଆଇ ସନ୍ତୋଷ ପ୍ରଧାନ ମାଫିଆ ମାନଙ୍କ ମାଡରେ ଆହତ ହୋଇଥିଲେ । ଏଭଳି ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେଉଅଛି। କିନ୍ତୁ ଗୋମାଂସ ଚାଲାଣ କମିବାର ନାଧରୁ ନାହିଁ।ଯଦି ଏଭଳି ଗୋମାଂସ ଚାଲାଣ ଚାଲିବ ତେବେ ଆଗାମୀ ଦିନରେ ଗୋମାତା ମିଳିବା ସାତସପନ ହେବ ବୋଲି ବୁଦ୍ଧିଜୀବୀ  ମହଲରେ ଆଲୋଚନା ହେଉଛି।
Nalco

Leave A Reply