Odisha news

ଶ୍ରାବଣ ୩ୟ ସୋମବାର , ୨୦ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ଧବଳେଶ୍ଵର ପୀଠରେ ଜଳ ଲାଗି କଲେ

0
ଆଠଗଡ଼ ୨୧/୮/୨୩ ଓଡ଼ିଶା ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ରେ ଶ୍ରାବଣ ମାସ ୩ୟ ସୋମବାର ଅବସରରେ ୨୦ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳ ଲାଗି କଲେ। ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା।ରାତି ୨ଟା ରୁ ସେବାୟତ ମାନେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯିବା ପରେ କାଉଡ଼ିଆ ମାନେ ଜଳ ଲାଗି କରି ଧବଳେଶ୍ଵର ଙ୍କୁ ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ବାରିକେଡ ନିର୍ମାଣ କରିବା ସହିତ  ୨ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ତହସିଲଦାର ପ୍ରିୟବ୍ରତ ଦାସ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲେ। ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ,ଚୈଦ୍ବାର ଉପଖଣ୍ଡ ପୋଲିସ ଅଧିକାରୀ ଉମାକାନ୍ତ ନାୟକ, ମୁଖ୍ୟାଳୟ  ଡିଏସପି ସୃତିରଂଜନ କର, ଅଶ୍ବିନୀ କୁମାର ସାହୁ ଗୁରୁଡିଝାଟିଆ ଓ ଖୁଣ୍ଟୁଣି ଥାନା ଅଧିକାରୀ ପ୍ରମୁଖ ଭିଡ଼ ନିୟନ୍ତ୍ରଣ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।
Nalco

Leave A Reply