Odisha news

ଆଗାମୀ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

0
ଆଠଗଡ଼,ତା୧୨।୫।୨୩  ଚଳିତ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଚଳିତବର୍ଷ ତା ୨୦।୫।୨୩ରିଖରୁ ରଥକାର୍ଯ୍ୟ ଆରମ୍ଭ ହୋଇ ତା୧୭।୬।୨୩ରିଖରେ ଶେଷ ହେବ ।ତା ୪।୬।୨୩ରିଖରେ ଦେବସ୍ନାନ ପୂର୍ଣିମା,ତା ୧୯।୬।୨୩ରିଖରେ ନେତ୍ରୋତ୍ସବ,ତା୨୦।୬।୨୩ ରିଖରେ ଶ୍ରୀଗୁଣ୍ଡିଚା,ତା୨୪।୬।୨୩ ରିଖରେ ହେରାପଞ୍ଚମୀ,ତା୨୮।୬।୨୩ ରିଖରେ ବାହୁଡ଼ା ଯାତ୍ରା,ତା୨୯।୬।୨୩ ରିଖରେ ସୁନାବେଶ ,ତା୩୦  ।୬।୨୩ ରିଖରେ ଅଧରପଣା ନୀତି  ହୋଇ ତା ୨।୭।୨୩ ରିଖରେ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ ।ଶ୍ରୀଗୁଣ୍ଡିଚା ଦିନ ସକଳ ୯ ଘଟିକା ସୁଦ୍ଧା ଶ୍ରୀ ଜୀଉମାନଙ୍କର ବେଶ,ମଙ୍ଗଳ ଆଳତୀ,ଦ୍ୱାରପାଳ ପୂଜା,ହୋମ, ରୋଷ,ବଲ୍ଲଭ ଭୋଗ,ସକଳ ଧୂପ,ମଧ୍ୟାହ୍ନ ଧୂପ  ଓ ସେନାପଟା ଆଦି ସମାପନ କରାଯାଇ ୧୧ ଘଟିକା ସୁଦ୍ଧା ରଥ ପ୍ରତିଷ୍ଠା ଓ ରଥ ଉପର ନୀତିକାନ୍ତି ସମାପନ ସହ ଅପରାହ୍ନ ଘ୩.୩୦ ମିନିଟ ସମୟରେ ରଥଟଣା ଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।ରାସ୍ତାଘାଟ ମରାମତି,ପାନୀୟ ଜଳ ଯୋଗାଣ,ଆଲୋକ ବ୍ୟବସ୍ଥା,ପରିମଳ ବ୍ୟବସ୍ଥା,ସ୍ୱାସ୍ଥ୍ୟ ଓ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆଗାମୀ ୨୦୨୩ ରଥଯାତ୍ରା କିଭଳି ସୁରୁଖୁରୁରେ ସମ୍ପାଦନ କରିବା ପାଇଁ  ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ତହସିଲଦାର ଶ୍ରୀ ପ୍ରୀୟବ୍ରତ ଦାସ,ଆଠଗଡ଼ ଥାନା ଅଧିକାରୀ  ଶ୍ରୀ ବାମଦେବ ସ୍ୱାଇଁ ଙ୍କ ସମେତ ଆଠଗଡ଼ ସହରର ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଦେବୋତ୍ତର ସୁପରଭାଇଜର ଶ୍ରୀ ଭବାନୀ ଶଙ୍କର ପଣ୍ଡା ବିବରଣୀ ଉପସ୍ଥାପନ କରିଥିବା ବେଳେ  ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଯୁକ୍ତ ଅଲେଖ ଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ ।
Leave A Reply