୧୮୫୫ ରେ ଆଲେକସଜାଣ୍ଡର ପାର୍କସ ପର୍କିସନ ର ଅଧ୍ୟୟନ ଆରମ୍ଭ କରିଥିଲେ l ଏହା ଦୁନିଆର ପ୍ରଥମ ପ୍ଲାଷ୍ଟିକ ଥିଲା l କିନ୍ତୁ ସେତେବେଳେ ଏହାର ନାମ ପ୍ଲାଷ୍ଟିକ ନଥିଲା l ଏହାପରେ ୧୯୦୭ ରେ ଲିୟ ବେକଲ୍ୟାଣ୍ଡ ବେକଲାଇଟ ପ୍ରସ୍ତୁତ କରିଥିଲେ, ଏବଂ ଏହାକୁ ପ୍ଲାଷ୍ଟିକ ର ନାମ ଦେଇଥିଲେ l ଏହାକୁ ପ୍ରସ୍ତୁତ କରିବା ସମୟରେ ବେଳଲ୍ୟାଣ୍ଡ ଭାବିଥିଲେ ଯେ ଏହି ପ୍ଲାଷ୍ଟିକ ଦିନେ ମଣିଷ ଜୀବନ ର ସବୁଠୁ ଗୁରୁତ୍ୱପୂର୍ଣ ଜିନିଷ ହୋଇଯିବ ଯେପରିକି ପାଣି ଓ ପବନ l କେବଳ ଏତିକି ନୁହେଁ ଏହା ଜଳ ଓ ବାୟୁ କୁ ମଧ୍ୟ ପ୍ରଦୂଷିତ କରିବ l
ସମୟ ସହିତ ପ୍ଲାଷ୍ଟିକ ର ବିଭିନ୍ନ ଭେରାଇଟି ବଜାରକୁ ଆସିଗଲାଣି, ଦୁନିଆର ସମସ୍ତ କାର୍ଯ୍ୟ ରେ ପ୍ଲାଷ୍ଟିକ ର ବ୍ୟବହାର କରାଯାଉଛି l ଏବେ ଆମେ ଯେଉଁଠି ଦେଖିବା ପ୍ରତ୍ୟେକ ଜିନିଷ ରେ ମାଇକ୍ରୋ ପ୍ଲାଷ୍ଟିକ ରହିଛି l ତାହା ଆମ ମୋବାଇଲ ଫୋନ ଲାପଟପ ରୁ ନେଇ ଖାଇବା ପରସା ଯାଉଥିବା ପ୍ଲେଟ ହେଉନା କାହିଁକି ସବୁକିଛି ପ୍ଲାଷ୍ଟିକ l ଏପରିକି ଆମେ ଖାଉଥିବା ଚିପ୍ସ, କୁରକୁରେ, ମିକଶ୍ଚର ଓ ବିସ୍କୁଟ ର ଖୋଳ ମଧ୍ୟ ପ୍ଲାଷ୍ଟିକ ଅଟେ l ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ପ୍ଲାଷ୍ଟିକ ରେ ନିର୍ମିତ l ଏହି ପ୍ଲାଷ୍ଟିକ ଆମ ଭୋଜନ, ପାଣି ଓ ବାୟୁ ରେ ସାମିଲ ହୋଇଗଲାଣି l ଏତେ ନିକଟରୁ ବନ୍ଧୁତା ଆମର ଆମ ଶରୀରର ଶତ୍ରୁ ହୋଇ ଯାଇଛି l
ନିକଟରେ ଏନଭାଇରୋମେଣ୍ଟ କେଲଥ ଜର୍ଣ୍ଣାଲ ର ଗୋଟିଏ ସୂଚନା ଅନୁସାରେ ଗୋଟିଏ ପ୍ଲାଷ୍ଟିକ ର ଛୋଟ ଖଣ୍ଡ ଯାହାକୁ ଆମେ ମାଇକ୍ରୋ ପ୍ଲାଷ୍ଟିକ କହିଥାଉ ଏହା ମସ୍ତିଷ୍କ ର ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ l ଏହି ଅଧ୍ୟୟନ ରେ କୁହାଯାଇଛି ଯେ ସୁକ୍ଷ୍ମ ପ୍ଲାଷ୍ଟିକ ଆମ ଲିଭର, କିଡ୍ନୀ ଓ ବ୍ରେନ ରେ ପହଞ୍ଚି ତାହାକୁ ଡ୍ୟାମେଜ କରି ଦେଇଥାଏ l ଦୀର୍ଘଦିନ ପର୍ଯ୍ୟନ୍ତ ପ୍ଲାଷ୍ଟିକ ର ବ୍ୟବହାର ଜୀବନ ପ୍ରତି ପ୍ରାଣଘାତକ ହୋଇପାରେ l
– ବ୍ରେନ ପର୍ଯ୍ୟନ୍ତ ପହଂଚିଥାଏ ପ୍ଲାଷ୍ଟିକ –
ବର୍ତମାନ ପ୍ଲାଷ୍ଟିକ ଏଭଳି ଛୋଟ ଖଣ୍ଡରେ ପରିଣତ ହୋଇ ସାରିଲାଣି ଯେ ପାଣି ପବନ ରେ ମିଶି ଆମ ମସ୍ତିଷ୍କ କୁ ଡ୍ୟାମେଝ କରୁଛି କ୍ଳ ଏବଂ ଆମ ଅର୍ଗାନ ମଧ୍ୟ ନଷ୍ଟ ହେଉଛି l
– ବର୍ତମାନ୍ ଆମେ ଯେଉଁଆଡେ ଦେଖିବା ପ୍ଲାଷ୍ଟିକ ହିଁ ପ୍ଲାଷ୍ଟିକ l ଏହାର ଏଭଳି ଅନୁପରମାଣୁ ରେ ପରିବର୍ତନ ହୋଇ ସାରିଲାଣି ବାୟୁ ରେ ମଧ୍ୟ ମିଶି ଶରୀର ମଧ୍ୟକୁ ପ୍ରବେଶ କରୁଛି l ପ୍ଲାଷ୍ଟିକ ଖଣ୍ଡ ଜଳବାୟୁ ରେ ମିଶି ଆମ ପ୍ରଶ୍ୱାସ ନଳି କୁ ପ୍ରବେଶ କରି ଫୁସଫୁସ କୁ କ୍ଷତି କରୁଛି l ତେଣୁ ସେଥିପ୍ରତି ସତର୍କ ରହିବା ନିହାତି ଜରୁରୀ l
* ଗୋଟିଏ ଅଧ୍ୟୟନ ଅନୁସାରେ ପ୍ଲାଷ୍ଟିକ ର ପ୍ରକୃତି ନ୍ୟୁରୋଟକ୍ସିକ ହୋଇଥଏ ଯାହା ଆମ ଶରୀର ମଧ୍ୟକୁ ଯାଇ ସେଲସ କୁ ପ୍ରଭାବିତ କରିଥାଏ l ଏହାଦ୍ୱାରା କ୍ୟାନ୍ସର ଆଶଙ୍କା ବଢି ଯାଇଥାଏ l
– ବର୍ତମାନ ବୈଜ୍ଞାନିକ ଙ୍କ ଅଧ୍ୟୟନ ଅନୁସାରେ ଏଟମ ବମ୍ ପରେ ମଣିଷ ସମାଜ ଯଦି କିଛି କ୍ଷତି କାରକ ବସ୍ତୁ ପୃଥିବୀ ପୃଷ୍ଠରେ ରହିଛି ତାହା ହେଉଛି ପ୍ଲାଷ୍ଟିକ l