Odisha news

ଦାଳୁଅକଣି- ରହାଖନ୍ଦଳ ସୁନାମି ବନ୍ଧର ଶିଳା ନାସ୍ୟ

0
ଅସ୍ତରଙ୍ଗ,,କାକଟପୁର ଜଳ ସମ୍ପଦ ବିଭାଗ ଅଧିନ ଅସ୍ତରଙ୍ଗ ବ୍ଲକ ର ଦାଳୁଅକଣି-  ରହା ଖନ୍ଦଳ ସୁନାମି ବନ୍ଧ ର ଶିଳାନ୍ୟାସ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି। ଏହି ଶିଳାନ୍ୟାସ ଉତ୍ସବ କୁ କ୍ରୀଡା ଗୃହ ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଫିତାକାଟି ଉଦଘାଟନ କରିଥିଲେ ।ଦେଢ଼ କିଲୋମିଟର ଥିବା ଏହି ବନ୍ଧ ଟି ର ଅଟକଳ ମୂଲ୍ୟ ରହି ଅଛି ୩ କୋଟି ୪୮ଲକ୍ଷ୍ୟ । ବଙ୍ଗୋପ ସାଗର ତଟରେ ନିର୍ମିତ ହେବାକୁ ଥିବା ବନ୍ଧ ଟି କେଳୁଣି ମୁହାଣ ନିକଟରେ ଅବସ୍ଥିତ ସମ୍ବୁ ପୀଠ ବେଲେଶ୍ୱର ମହାଦେବ ମନ୍ଦିର କୁ ସଂଯୋଗ କରିବ । ବନ୍ଧର ଦୁଇ କଡ଼ରେ ପଥର ପ୍ୟାକିଙ୍ଗି ସହ ଓସାର ୫ଫୁଟ ରହି ଅଛି ଓ ଉଚ୍ଚା ୧୪ମିଟର ରହି ଅଛି । ଜଳ ନିଷ୍କାସନ ପାଇଁ ଏକ କଲଭେଟ ରହିଥିବା ବେଳେ, କାର୍ଯ୍ୟ ସମାପ୍ତ ସମୟ ସୀମା ଏକ ବର୍ଷ ରହି ଅଛି । ଏହି ଉଦଘାଟନ ଉତ୍ସବ ରେ ଜଳ ସମ୍ପଦ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ନିମାପଡ଼ା  ବୈକୁଣ୍ଠ ନାଥ ଦଳାଇ,କାକଟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ,ଓ ତପନ କୁମାର ନାୟକ,କନିଷ୍ଟ ଯନ୍ତ୍ରୀ ବିନୋଦ ମାଝୀ,ସରପଞ୍ଚ କ୍ଷୀରୋଦ କଣ୍ଡି,ଏମ୍ପି ପ୍ରତିନିଧି ଚମ୍ପକ ବାରିକ, ମନ୍ତ୍ରୀ ପ୍ରତିନିଧି ଭୀମସେନ ସ୍ବାଇଁ,ଜିଲ୍ଲା ପରିଷଦ ସଭ୍ୟ ସରସ୍ଵତୀ ସ୍ବାଇଁ,ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ କୁଞ୍ଜ ବିହାରୀ ପ୍ରଧାନ,ସମିତି ସଭ୍ୟ ରାମ ଚନ୍ଦ୍ର ନାୟକ,ଙ୍କ ସମେତ ମହିଳା ଦଳ ସ୍ଥାନୀୟ ଜନସାଧାରଣ ଆଦି ଉପସ୍ଥିତ ଥିଲେ । ଏହି ବନ୍ଧ ହେବା ଦ୍ବାରା ବହୁ ଚାଷ ଜମି ଲୁଣା ଜଳ ମାଡ଼ି ବାରୁ ରକ୍ଷା ପାଇ ପାରିବ ।
Nalco

Leave A Reply