Odisha news

ଅସ୍ତରଙ୍ଗ ପୋଲିସ କୁ ବଡସଫଳତା, ଧଳାଜହର ବେପାରୀ କୁ କଲା ଗିରଫ

0
ଅସ୍ତରଙ୍ଗ,27/23 : ଦିନକୁ ଦିନ ବଢ଼ି ଚାଲିଛି ଚୋରା ନିଶା କାରବାର, ଅନେକ ଛୋଟ ବଡ ଦୁର୍ଘଟଣା ରେ ଅନେକ ଲୋକ ପ୍ରାଣ ହରାଉଛନ୍ତି, କାରଣ ଗାଁ ଗାଁ ରେ ଅନେକ ଦୋକାନ ବଜାର ରେ ଚୋରା ନିଶା ବ୍ୟବସାୟ ଦୁର୍ତ୍ତଗତି ରେ ଚାଲିଛି, ଯାହାକୁ ନେଇ ଅସ୍ତରଙ୍ଗ ପୋଲିସ ସ୍ୱତନ୍ତ୍ର ଅପରେସନ ଜାରିରଖିଛି, ଆଉ ଗୁରୁବାର ଦିନ ଅସ୍ତରଙ୍ଗ ର ପ୍ରସିଦ୍ଧ ଶକ୍ତିପିଠ ମା ଉକୁଳେଇ ପିଠ ନିକଟରେ ଏକ ବ୍ରାଉନସୁଗାର ବେପାରୀ କୁ ଘଟଣା ସ୍ଥଳ ରୁ ଗିରଫ କରିଛି, ସୂଚନା ମୁତାବକ କାକଟପୁର ଥାନା ଅନ୍ତର୍ଗତ ହରିନବାଵୀ ଗ୍ରାମ ର ସୁବାଷ ଦାସ, (୨୮ ), ପିତା -ପ୍ରଭାକର ଦାସ, ଉକୁଳେଇ ମନ୍ଦିର ନିକଟରେ ଧଳା ଜହର ବ୍ୟବସାୟ କରୁଥିବା ସମୟ ରେ ଅସ୍ତରଙ୍ଗ ପୋଲିସ ର ସଵ ଇନିସ୍ପେକ୍ଟର ସଂଗ୍ରାମ କେଶରୀ ସ୍ୱାଇଁ ବିଶେଷ ସୂତ୍ର ରୁ ଖବର ପାଇ ଉକ୍ତ ଧଳା ଜହର ବ୍ୟବସାୟୀ କୁ କାବୁ କରିଥିଲେ,ଅସ୍ତରଙ୍ଗ ଥାନା କେଶ ନମ୍ବର ୨0୧/୨୩ ରେ ୟୁ/ଏସ -୨୧(ବି ) ଏନଡିପିଏସ ଆକ୍ଟ ରେ ଡାକ୍ତରୀ ପରୀକ୍ଷା କରି ସମ୍ପୃକ୍ତ ବ୍ୟକ୍ତି କୁ ମାନ୍ୟବର ନିମାପଡା କୋର୍ଟ କୁ ଚାଲାଣ କରିଛି, ସମ୍ପୃକ୍ତ ବ୍ୟକ୍ତି ଙ୍କ ନିକଟରୁ ୧୧ ଗ୍ରାମ ବ୍ରାଉନସୁଗାର, ରିଏଲ ମୀ ମୋବାଇଲ ଫୋନ, ଛସହ ଟଙ୍କା ଜବତ କରିଛି ଅସ୍ତରଙ୍ଗ ପୋଲିସ, ସବ ଇନିସ୍ପେକ୍ଟର ସଂଗ୍ରାମ କେଶରୀ ସ୍ୱାଇଁ ଙ୍କ ଅପରାଧ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଅସ୍ତରଙ୍ଗ ବୁଦ୍ଧିଜୀବୀ ମହଲ ରେ ଅନେକ ପ୍ରଶଂସା କରାଯାଇଛି l
Nalco

Leave A Reply