Odisha news

ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଆଶା କର୍ମୀ ଙ୍କ ବିକ୍ଷୋଭ

0
ଅସ୍ତରଙ୍ଗ,12/10-ଓଡିଶା ଆଶାକର୍ମୀ ଆସୋସିଏସନ ଅସ୍ତରଙ୍ଗ ବ୍ଲକ ଶାଖା ତରଫରୁ ଶତାଧିକ ଆଶା କର୍ମୀ ୧୭ ଦଫା ଦାବି ନେଇ ଆଜି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନା ରେ ବିକ୍ଷୋଭ ପଦର୍ଶନ କରିଛନ୍ତି, ଆଶା କର୍ମୀ ବିଭିନ୍ନ ସମୟ ରେ ଅନେକ ପ୍ରକାର ସହାୟତା ପ୍ରଦାନ କରୁଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ସେମାନଙ୍କ ନାର୍ଯ୍ୟ ଦାବି ରୁ ତାଙ୍କୁ ବଞ୍ଚିତ କରାଯାଉଛି, ସେଥି ମଧ୍ୟ ରୁ ମାସିକ ସର୍ବନିମ୍ନ ଦରମା ଛବିଶ ହଜାର,ସେମାନଙ୍କୁ ସ୍ଥାୟୀ କର୍ମଚାରୀ ର ମାନ୍ୟତା ଦାବୀ, ପେନସନ ଯୋଗାଇଦେବା, ମୃତ୍ୟୁ ଓ ଅବସର କାଳିନ ସହାୟତା ରାଶି ୮ଲକ୍ଷ ଟଙ୍କା, ଏଥି ସହିତ ଆଶା କର୍ମୀ ମାନଂକୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା, ଏହିଭଳି ଅନେକ ଦାବୀ କୁ ଉପସ୍ଥାପନା କରିବା ସହିତ ଆଜି ଏକତ୍ରିତ ହୋଇଛନ୍ତି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ, ସବୁଠୁ ବଡ କଥା ହେଉଛି ବିଗତ ୧୧ ମାସ ର ପ୍ରୋତ୍ସାହନ ରାଶି ପୁରୀ ଜିଲ୍ଲା ର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଶା କର୍ମୀ ଙ୍କୁ ଦିଆଯାଇଛି କିନ୍ତୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ପର୍ଯ୍ୟନ୍ତ ସେହି ବକେୟା ଅର୍ଥ ଆଶା ମାନେ ପାଇନାହାନ୍ତି, ଯାହାକୁ ନେଇ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଆନ୍ଦୋଳନ ମାଧ୍ୟମ ରେ ଜବାବ ମାଗିଥିଲେ ଆଶା କର୍ମୀ, କେବଳ ସେମାନଙ୍କ ଦାବୀ ନୁହେଁ ତା ସହିତ ପରିବାର ନିୟନ୍ତ୍ରଣ କରୁଥିବା ବନ୍ଧ୍ୟାକରଣ ମା ମାନଙ୍କ ପାଇଁ ସହାୟତା ରାଶି ମଧ୍ୟ ଦାବୀ ରଖିଛନ୍ତି ଆଶା ସଙ୍ଘ, ୨0୨୩ ରେ ଆଶା ମାନଙ୍କ ଶାଢ଼ୀ ରାଶି ୧ହଜାର ଟଙ୍କା ତୁରନ୍ତ ଦେବାକୁ ଦାବୀ କରିଛନ୍ତି, ଏହି ଭଳି ୧୭ ଦଫା ଦାବୀ ନେଇ ଅସ୍ତରଙ୍ଗ ଷ୍ଟେଟ ବ୍ୟାଙ୍କ ନିକଟରୁ ଏକ ଶୋଭାଯାତ୍ରା ରେ ବାହାରି ଅସ୍ତରଙ୍ଗ ବଜାର ପରିକ୍ରମା କରିଛନ୍ତି, ତା ପରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଆଶା ସଙ୍ଘ ର ଏକ ସ୍ୱତନ୍ତ୍ର ଟିମ୍ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସଞ୍ଜୟ ପ୍ରଧାନ ଙ୍କୁ ସାକ୍ଷାତ କରି ସେମାନଙ୍କ ଦାବୀ ଉପରେ ଆଲୋଚନା କରିଛନ୍ତି, ଏହି ବିକ୍ଷୋଭ ସଭା ରେ ସଭାପତିତ୍ୱ କରିଛନ୍ତି ଜିଲ୍ଲା ଆଶା କର୍ମୀ ସଙ୍ଘ ର ସଭାପତି ପୀତବାସ ବେହେରା, ବକ୍ତବ୍ୟ ରଖିଛନ୍ତି ପୂର୍ବତନ ରାଜ୍ୟ ସାଧାରାଣ ସମ୍ପାଦିକା ବନବାସିନୀ ମହାପାତ୍ର, ଏହି ପ୍ରତିବାଦ ସଭା ରେ ଅସ୍ତରଙ୍ଗ ଆଶା କର୍ମୀ ସଙ୍ଘ ର ସଭାପତି ସୌଦାମିନୀ ବିଜୟଲଷ୍ମୀ ମଲ୍ଲ, ସମ୍ପାଦିକା ସରସ୍ବତୀ ବିଶ୍ୱାଳ, ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁ, ଏହି ପ୍ରତିବାଦ ସଭା ରେ ମେଡିକାଲ ଅଧିକାରୀ ସଞ୍ଜୟ ପ୍ରଧାନ ଉପରିସ୍ଥ ଅଧିକାରୀ ଙ୍କ ସହିତ ଆଲୋଚନା କରି ତୁରନ୍ତ ସେମାନଙ୍କ ନାର୍ଯ୍ୟ ଦାବୀ ପୂରଣ ପାଇଁ ପ୍ରତିଶୃତି ଦେଇଛନ୍ତି,ଏହି ପ୍ରତିବାଦ ସଭା ରେ ଅସ୍ତରଙ୍ଗ ପୋଲିସ ତରଫରୁ ଆଇନ ଶୃଙ୍ଖଳା ପରିସ୍ଥିତି କୁ ସୁଚାରୁ ରୂପେ ପାଳନ କରାଯାଇଛି l

Leave A Reply