Odisha news

ଆସ୍ଥମା ରୋଗ ଓ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଚୁଟକୀରେ ଖତମ କରିଦିଏ ଲିମ୍ବ ତେଲ

0

ଲିମ୍ବ ଗଛକୁ ଔଷଧ ର ବୃକ୍ଷ ବୋଲି କୁହାଯାଇ ଥାଏ l ଲିମ୍ବ ଫୁଲ , ଛାଲ, ପତ୍ର, ଫଳ ଓ ମଞ୍ଜି ସବୁକିଛି ଔଷଧୀୟ ଗୁଣ ରେ ଭରପୁର ଅଟେ l କିନ୍ତୁ ଲିମ୍ବ ତେଲ ମଧ୍ୟ ଔଷଧୀୟ ଗୁଣ ରେ ଭରପୁର ହୋଇଥାଏ l ଲିମ୍ବ ତେଲ ଅନେକ ଗୁଡିଏ ରୋଗ ର କାରକ ମଧ୍ୟ ଅଟେ l ଲିମ୍ବ ତେଲ ରେ ଆଣ୍ଟି ବାୟଟିକ ଓ ଆଣ୍ଟି ଭାଇରଲ ଗୁଣ ରହିଥାଏ l ଲିମ୍ବ ତେଲ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କୁ ଅଳ୍ପ ଦିନରେ ଗାୟବ କରିଥାଏ l

* ଆସ୍ଥମା ପାଇଁ ଲାଭ ଦାୟକ :
ଶୀତ ଋତୁରେ ପ୍ରାୟ ଆସ୍ଥମା ରୋଗୀ ମାନେ ଖୁବ ପ୍ରଭାବିତ ହୋଇ ଥାଆନ୍ତି l ଆୟୁର୍ବେଦ ଚିକିତ୍ସା ରେ ଲିମ୍ବ ତେଲ
ଆସ୍ଥମା ରୋଗୀ ମାନଙ୍କ ପାଇଁ ଖୁବ ପ୍ରଭାବଶାଳୀ l ଲିମ୍ବ ତେଲରେ ରହିଥବା ତତ୍ୱ ଆଣ୍ଟି -ହିଷ୍ଟେମିନିକ ଭଳି କାର୍ଯ୍ୟ କରିଥାଏ l ଅର୍ଥାତ ଏହା ଆସ୍ଥମା ଭଳି ରୋଗ କୁ ସନ୍ତୁଳିତ କରିବାର କାର୍ଯ୍ୟ କରିଥାଏ l ଲିମ୍ବ ତେଲ ର ଗରମ ବାମ୍ଫ ନେବା ଦ୍ୱାରା ଅସ୍ଥମା ରୁ ଆରାମ ମିଳିଥାଏ l ସେଥିପାଇଁ ଲିମ୍ବ ତେଲ କୁ ଫୁଟନ୍ତା ଗରମ ପାଣିରେ ପକାଇ ତାର ବାମ୍ଫ ନେବା ଦ୍ୱାରା ଖୁବ ଆରାମ ମିଳିଥାଏ l

* ଏକଜିମା ପାଇଁ ଲାଭ ଦାୟକ -:
ଏକଜିମା ଗୋଟିଏ ଏଭଳି ରୋଗ ଯାହାକି ତ୍ୱଚା କୁ ଗମ୍ଭୀର ଭାବରେ ପ୍ରଭାବିତ କରିଥାଏ l ଲିମ୍ବ ତେଲ ରେ ଆଣ୍ଟି ବ୍ୟାକଟେରିଆଲ୍ ଓ ଆଣ୍ଟି ଇମ୍ଫଲାମେଟାରୀ ଗୁଣ ରହିଥାଏ l ଏହି ତେଲ କୁ ଉଷୁମ କରି ଲଗାଇବା ଦ୍ୱାରା କୁଣ୍ଡେଇ ହେବା ଭଲ ହୋଇଥାଏ ଓ ଏକଜିମା ସମ୍ପୂର୍ଣ ଠିକ ହୋଇଥାଏ l

* ଦାନ୍ତ ଓ ଦାନ୍ତ ମାଢି ପାଇଁ ଲାଭ ଦାୟକ :-
ଦାନ୍ତ ସମ୍ବନ୍ଧୀୟ ରୋଗ ପାଇଁ ଲିମ୍ବ ତେଲ ଖୁବ ଫଳପ୍ରଦ l ଲିମ୍ବ ତେଲ ରେ ଆଣ୍ଟି ବ୍ୟାକଟେରିଆଲ ଗୁଣ ରହିଛି l ଯାହା ଦାନ୍ତ ସହିତ ଦାନ୍ତ ମାଢି କୁ ଠିକ ରଖିଥାଏ l ଦାନ୍ତ ମୂଳ କୁ ଷ୍ଟ୍ରଙ୍ଗ କରିଥାଉ l

Har Ghar Tiranga

Leave A Reply