Odisha news

ବାଇକ ଧକ୍କା ରେ ପଥଚାରୀ ମୃତ

0
ଆସିକା- ଭଞ୍ଜନଗର ମୁଖ୍ୟ ରାସ୍ତା ରେ କେ ନୂଆପଲ୍ଲୀ ଛକ ନିକଟରେ  ସୋମବାର ସନ୍ଧ୍ୟାରେ ବାଇକ ଧକ୍କାରେ ଦେବଭୂମି ଗ୍ରାମର ଚନ୍ଦ୍ର ପ୍ରଧାନ (୫୫)ର ମୃତ୍ୟୁ ହୋଇଛି। ବାଇକ ଚାଳକ ଝରପାରି ଗ୍ରାମ ର ସୁଜନ ସ୍ଵାଇଁ (୩୦) ମଧ୍ୟ ଆହତ ହୋଇଛନ୍ତି ।ଦେବଭୂମି ଗ୍ରାମ ର ଚନ୍ଦ୍ର ପ୍ରଧାନ ଚାଲିଚାଲି ନିଜଘରକୁ ଫେରୁଥିବା ବେଳେ ବାଇକ ପଛପଟୁ ଧକ୍କା ଦେଇଥିଲା ଗୁରୁତର ଅବସ୍ଥାରେ ଚନ୍ଦ୍ର ପ୍ରଧାନ କୁ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳ ରୁ ବାଇକ ନମ୍ବର ଓଡ଼ି ୩୨ସି ୩୪୫୭ କୁ  ଜବତ କରିବା ସହିତ ବାଇକ ଚାଳକ ଙ୍କୁ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରି ଅଟକ ରଖିଛି।
Nalco

Leave A Reply