କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ): କରୋନା ମହାମାରୀ ସମୟରେ ଆମେ ଆଶାକର୍ମୀମାନେ କରୋନା ହଟିବ-ଆମେ ଜିତିବୁ ଏହି କଥାକୁ କାର୍ଯ୍ୟକାରୀ କରିବାରେ ଲାଗି ପଡିଛନ୍ତି । ମାତ୍ର ଦିନରାତି ଏକାକାର ଗାଁକୁ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ସଚେତନ କରିବା, କୋଭିଡ ସେଂଟରରେ ଡୁ୍ୟଟି କରିବା, ପଂଚାୟତର ଗାଁ ମାନଙ୍କରେ ସବୁ କାମର ବିନ୍ଧାଣୀ ଆଶାକର୍ମୀର ପାରିଶ୍ରମିକ ନୈାରାଶ ଜନକ ଅଟେ ।
ଅତି କଷ୍ଟ ସମୟ ଦେଇ ଆଶାକର୍ମୀମାନେ ଗତି କରୁଥିବା ବେଳେ ଡେରାବିଶି ସି.ଏଚ.ସି.ରେ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଗତ ଜୁଲାଇମାସରୁ ଦିଆଯାଇନାହିଁ । ଏସମ୍ପର୍କରେ ମେଡିକାଲ ଅଫିସରଙ୍କୁ ସଙ୍ଘ ପକ୍ଷରୁ ଦାବିପତ୍ର ଦିଆଯାଇଥିଲେବି କୈାଣସି ପଦକ୍ଷେପ ନିଆଯାଇନାହିଁ । ଏଣୁ ଆସନ୍ତା ସେପ୍ଟେମ୍ବରମାସ ୧୦ତାରିଖରେ ଆଶାକର୍ମୀମାନେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।