Odisha news

କିଏ ସେହି ମହାନ ବ୍ୟକ୍ତି ଯାହାଙ୍କ ହାତ ତିଆରି ମୂର୍ତ୍ତି ପୂଜା ପାଇବ ଅଯୋଧ୍ୟାର ରାମ ମନ୍ଦିରରେ

0

ଦୀର୍ଘ ଦିନର ଅପେକ୍ଷାର ଅନ୍ତ ହେବାକୁ ଯାଉଛି ….
ପାଖେଇ ଆସୁଛି ସେହି ଶୁଭ ଦିନ , ଯେଉଁଦିନ ପ୍ରତିଷ୍ଠା ପାଇବେ ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମ l ସାଙ୍ଗରେ ରହିବେ ମା ସୀତା ,ଭ୍ରାତା ଲକ୍ଷ୍ମଣ ଏବଂ ଶ୍ରେଷ୍ଠ ଭକ୍ତ ହନୁମାନ , ଯେଉଁଠି ପ୍ରଭୁ ଶ୍ରୀରାମ ରହିବେ ସେହିଠାରେ ରହିବେ ଭକ୍ତ ହନୁମାନ l ଏହା ପ୍ରତ୍ୟେକ ସନାତନ ଧର୍ମାବଲମ୍ବୀ ମାନଙ୍କ ପାଇଁ ଗୋଟିଏ ଗର୍ବ ଓ ଗୌରବ ର ମୁହୂର୍ତ୍ତ ହୋଇ ରହିବ l ଏହି ଅବସରରେ ଶ୍ରୀରାମ ଙ୍କ ର ୫୧ ଇଞ୍ଚ ର ଗୋଟିଏ ମୂର୍ତ୍ତି ଗର୍ଭ ଗୃହରେ ପ୍ରତିଷ୍ଠା ହେବ l ଏହାର ଅଫିସିଆଲ ଭାବେ ଜାନୁଆରୀ ୫ ତାରିଖ ଦିନ ଘୋଷଣା କରାଯିବ l ଏହି ମୂର୍ତ୍ତି କୁ ତିଆରି କରିଛନ୍ତି ପ୍ରସିଧ ମୂର୍ତ୍ତିକାର ଯୋଗୀ ରାଜ ଅରୁଣ l

ଯୋଗୀରାଜ ଅରୁଣ ବିଶେଷ ଭାବରେ କର୍ଣ୍ଣାଟକ ର ବାସିନ୍ଦା , ସେ ମୈଶୁର ବିଶ୍ୱବିଦ୍ୟାଳୟ ରୁ 𝙼𝙱𝙰 ପାସ କରିଛନ୍ତି l ସେ ସୁପ୍ରସିଦ୍ଧ ମୂର୍ତ୍ତିକାର ଯୋଗିରାଜ ଙ୍କ ପୁତ୍ର ଅଟନ୍ତି l ତାଙ୍କର ୫ ପିଢ଼ି ମୂର୍ତ୍ତିକାର ଭାବରେ କାର୍ଯ୍ୟ କରି ଆସୁଛନ୍ତି l ଏହା ପୂର୍ବରୁ ସେ ସୁବାସ ବୋଷ ଙ୍କର ୩୦ ଫୁଟ ଉଚ୍ଚ ପ୍ରତିମା ପ୍ରସ୍ତୁତ କରିଛନ୍ତି, ଯାହା ଅମର ଯବାନ ଜ୍ୟୋତି ରେ ଶୋଭା ପାଉଛି l

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଦେବା ଆରମ୍ଭ ହୋଇ ସାରିଛି l ଜାନୁଆରୀ ୨୨ ତାରିଖ ଦିନ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ଦୀପାବଳୀ ଉତ୍ସବ ଭାବରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ଜନସାଧାରଣ ଙ୍କୁ କହିଛନ୍ତି l

Nalco

Leave A Reply