ନୂଆଦିଲ୍ଲୀ : ବଦଳିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କ ଚେହେରା, ଏବେ ଦିଲ୍ଲୀ ବାସୀ ଦେଖିବେ ନୂଆ ମୁଖ୍ୟମନ୍ତ୍ରୀ l ଦିଲ୍ଲୀ ର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ ଆତିଶି l ଆଜି ସନ୍ଧ୍ୟାରେ ଆତିଶି ଉପ-ରାଜ୍ୟପାଳ ଭିକେ ସକ୍ସେନା ଙ୍କୁ ସାକ୍ଷାତ କରିବେ ଏବଂ ସରକାର ଗଢିବେ l
ବିଧାୟକ ଦଳ ବୈଠକ ରେ ଅରବିନ୍ଦ କେଜ୍ରିୱାଲ ମନ୍ତ୍ରୀ ଆତିଶି ଙ୍କୁ ମୁଖ୍ୟମନ୍ତ୍ରୀ ଚୌକୀ ବସାଇବାର ପ୍ରସ୍ତାବ ରଖିଥିଲେ ଯାହାଦ୍ୱାରା APP ବିଧାୟକ ସର୍ବ ସମ୍ମତି କ୍ରମେ ସ୍ୱୀକାର କରିଥିଲେ l ଏହି ବୈଠକ ୨୦-୨୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା l ଏହାକୁ ନେଇ ଦିଲ୍ଲୀ ଆପ ବିଧାୟକ ଅଖିଳେସ ପତି ତ୍ରିପାଠୀ କହିଥିଲେ ଯେ ‘ଆମ ସମସ୍ତଙ୍କ ର କେଜ୍ରିୱାଲ ଙ୍କ ଉପରେ ବିଶ୍ୱାସ ଅଛି l ଆମେ ସମସ୍ତେ ସର୍ବଦା ଏକାଠି ରହିଛୁ ଏବଂ ରହିବୁ l କେଜ୍ରିୱାଲ ଯାହା ନିଷ୍ପତି ନେବେ ବା ନେଉଛନ୍ତି ତାହା ଆମେ ଗ୍ରହଣ କରିବୁ l
ଆତିଶି ମୁଖ୍ୟମନ୍ତ୍ରୀ ଭାବରେ ଆଗାମୀ ମତଦାନ ପର୍ଯ୍ୟନ୍ତ ରହିବେ l ନଭେମ୍ବର ମାସରେ ବିଧାନସଭା ମତଦାନ ହେବାର ସମ୍ଭାବନା ରହିଛି l ଆମ ଆଦମୀ ପାର୍ଟି ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ମୁଖ୍ୟମନ୍ତ୍ରୀ ପଦବୀ ରୁ ଇସ୍ତଫା ଦେବାର ଘୋଷଣା କରିଥିଲେ l ସେ କହିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ପଦବୀ ରେ ବସିବି ଯେତେବେଳେ ତାଙ୍କୁ ଲୋକେ ସଚୋଟତା ର ପ୍ରମାଣପତ୍ର ଦେବେ l ବର୍ତମାନ ଆତିଶି ଙ୍କ ନିକଟରେ ଅର୍ଥ ବିଭାଗ, ଶିକ୍ଷା ବିଭାଗ ଏବଂ ଲୋକ ନିର୍ମାଣ ବିଭାଗ ରହିଛି l