ବିବାହ ର ୨୯ ବର୍ଷ ପରେ ବିଶିଷ୍ଟ ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀ ଏ.ଆର. ରହମାନ ଙ୍କର ଖୁବ ଶୀଘ୍ର ହେବାକୁ ଯାଉଛି ବିବାହ ବିଚ୍ଛେଦ
ଓସ୍କାର ବିଜେତା ମିୟୁଜିକ କାମ୍ପୋଜର ଓ ସିଙ୍ଗର ଏ. ଆର. ରହମାନ ଙ୍କୁ ନେଇ ଗୋଟିଏ ଏଭଳି ଖବର ସାମ୍ନାକୁ ଆସିଛି, ଯାହା ତାଙ୍କ ପ୍ରଶଂସକ ମାନଙ୍କ ମନରେ କଷ୍ଟ ଦେଇଛି l ଏ. ଆର . ରହମାନ ବିବାହର ଦୁଇସତକ ପରେ ନିଜ ପତ୍ନୀ ସାୟାର ବାନୋ ଙ୍କ ନିକଟରୁ ଅଲଗା ହେବାକୁ ଯାଉଛନ୍ତି l ଗୋଟିଏ ମହତ୍ଵପୁର୍ଣ ବ୍ୟକ୍ତିଗତ ଘଟଣା କ୍ରମ ରେ ଏ. ଆର . ରହମାନ ଙ୍କ ପତ୍ନୀ ସାୟାରା ବାନୋ ନିଜ ସ୍ୱାମୀ ଙ୍କ ନିକଟରୁ ଅଲଗା ହେବାର ଘୋଷଣା କରିଛନ୍ତି l ୨୦ ବର୍ଷରୁ ଅଧିକ ସମୟ ଧରି ଏକ ସଙ୍ଗରେ ରହୁଥିବା ଏହି ଦମ୍ପତି ଏହା ପଛର କାରଣ କଣ ରହିଛି ଦର୍ଶାଇ ନାହାନ୍ତି l
ନିକଟରେ ଗୋଟିଏ ରିଲିଜ ହୋଇଥିବା ଗୋଟିଏ ପ୍ରେସ ରିଲିଜ ଦ୍ୱାରା ଏହାର ଘୋଷଣା କରାଯାଇଛି, ଯେଉଁଥିରେ ଲେଖା ଯାଇଛି ଯେ ‘ ବିବାହର ଅନେକ ବର୍ଷ ପରେ ସାୟାରl ନିଜ ସ୍ୱାମୀ ଓ ମିୟୁଜିକ କମ୍ପୋଜର ଏ. ଆର . ରହମାନ ଙ୍କ ନିକଟରୁ ଅଲଗା ହେବାର ନିଷ୍ପତି ନେଇଛନ୍ତି l ଏହି ନିଷ୍ପତି ସେ ନିଜ ସମ୍ପର୍କ ରେ ଗୋଟିଏ ମହତ୍ଵପୁର୍ଣ ଭାବନାତ୍ମକ ସ୍ଥିତି ଉପୁଜିବାରୁ ନେଇଛନ୍ତି l ଉଭୟ ଉଭୟଙ୍କ ପ୍ରତି ଗଭୀର ପ୍ରେମ ଓ ସମ୍ମାନ ସତ୍ୱେ ମଧ୍ୟ ଉଭୟ ଅନୁଭବ କଲେ ଯେ ତାଙ୍କ ସମ୍ପର୍କ ରେ ଅନେକ ଉତେଜନା ରହିଛି l ଯାହାକି ଉଭୟଙ୍କୁ ଦୁରେଇ ଦେଇଛି l ସାୟାରା ପବ୍ଲିକ ଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଏହି ନିଷ୍ପତି ତାଙ୍କ ସମ୍ବନ୍ଧ ରେ ଥିବା ଯନ୍ତ୍ରଣା ଓ ଦୁଃଖ କରଣରୁ ନେଇଛନ୍ତି , ତେଣୁ ପବ୍ଲିକ ଏହାକୁ ବୁଝିବା ଜରୁରୀ ଏବଂ ଏହାକୁ ନେଇ ଅଧିକ ଆଲୋଚନା ମଧ୍ୟ ନକରିବା ଆବଶ୍ୟକ l
ଏ. ଆର . ରହମାନ ଓ ସାୟାରା ଙ୍କ ବିବାହ ୧୯୯୫ ରେ ଆରଞ୍ଜ ମ୍ୟାରେଜ ହୋଇଥିଲା, ଏ. ଆର . ରହମାନ ସିମୀ ଗାରେୱଲ ଙ୍କ ଚାଟ ଶୋ ରେ କହିଥିଲେ ଯେ ତାଙ୍କ ମା ତାଙ୍କର ବିବାହ ଫିକ୍ସ କରାଇଥିଲେ l ଏବଂ ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ନିକଟରେ ନିଜ ପାଇଁ କନିଆଁ ଖୋଜିବାର ସମୟ ମଧ୍ୟ ନଥିଲା l