Odisha news

ବିବାହିତଙ୍କୁ ଡେଟ୍‌ କରୁଛନ୍ତି ଅନୁଷ୍କା

0

ବାହୁବଳୀ ଫେମ୍‌ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରହିଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଅନୁଷ୍କା ପ୍ରଫେଶନାଲ ଲାଇଫ୍‌ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ପୂର୍ବରୁ ଅନୁଷ୍କାଙ୍କ ନାମ ପ୍ରଭାସଙ୍କ ସହ ଅଫେୟାର ଓ ବାହାଘରକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛି । ଦର୍ଶକ ତାଙ୍କୁ ବାସ୍ତବରେ ଏକାଠି ଦେଖିବାକୁ ଚାହୁଁଥିଲେ । ହେଲେ ଉଭୟ ସୋସାଲ ମିଡିଆରେ ନିଜକୁ କେବଳ ଭଲ ବନ୍ଧୁ ବୋଲି କହିଛନ୍ତି । ଅନୁଷ୍କା ଏବେ ଜଣାଶୁଣା ଡାଇରେକଫର କେ. ରାଘବେନ୍ଦ୍ର ରାଓଙ୍କ ପୁଅ ପ୍ରକାଶ କୋଭଲାମୁଡିଙ୍କୁ ଡେଟ୍‌ କରୁଛନ୍ତି । ଉଭୟ ଖୁବ୍‌ଶୀଘ୍ର ବାହା ହେବେ ବୋଲି ଶୁଣିବାକୁ ମିଳୁଛି । ପ୍ରକାଶ୨୦୧୪ରେ ଫେମସ୍‌ ରାଇଟର୍‌ କନିକା ଢିଲ୍ଲନଙ୍କୁ ବାହା ହୋଇଥିଲେ । ଉଭୟ ଏବେ ଅଲଗା ହୋଇଯାଇଥିଲେ ମଧ୍ୟ ଡିଭୋର୍ସକୁ ନେଇ କୌଣସି ସୂଚନା ମିଳିନାହିଁ । ପ୍ରକାଶ ‘ଜଜ୍‌ମେଣ୍ଟଶଲ ହେ କ୍ୟା’ର ନିର୍ଦ୍ଦେଶନା ଦେଇ ବଲିଉଡ୍‌ରେ ଏଣ୍ଟି୍ର କରିଥିଲେ । ମୁଭିରେ ରାଇଟର୍‌ ଥିଲେ କନିକା । ‘ସାଇଜ୍‌ ଜିରୋ’ ସୁଟିଂ ସମୟରେ ଅନୁଷ୍କା ଓ ପ୍ରକାଶଙ୍କ ଦେଖା ହୋଇଥିଲା ।

Leave A Reply