Odisha news

କୋର୍ଟ ଲଢେଇରେ ଅନୁଭବଙ୍କୁ ଝଟକା : ବର୍ଷା-ଅନୁଭବ ଅଲଗା ହେବେନି

0

କଟକ: ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି | କୋର୍ଟ ଲଢେଇରେ ଅନୁଭବଙ୍କୁ ଝଟକା ଲାଗିଛି | ଅଭିନେତା ତଥା ସାଂସଦ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ. କଟକ ଫାମିଲି କୋର୍ଟ ଖାରଜ କରିଦେଇଛନ୍ତି | ତେବେ କେବଳ ଅନୁଭବ ନୁହେଁ ବରଂ ବର୍ଷାଙ୍କ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିବା ଅନୁଭବଙ୍କ ଓକିଲ କହିଛନ୍ତି | ବର୍ଷାଙ୍କୁ ଛାଡ଼ପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ | ଯାହାକୁ ହାଇକୋର୍ଟରେ ବର୍ଷା ଚ୍ୟାଲେଞ୍ଜ କରିଥିଲେ | ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ |

କଟକ ପରିବାର ଅଦାଲତରେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା, ଯାହାର ରାୟ ଆଜି ପ୍ରକାଶ ପାଇଛି | ତେବେ ରାୟ ପ୍ରକାଶ ପାଇବା ପରେ ସାଂସଦ ଅନୁଭବ କହିଛନ୍ତି ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ଅଛି | ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ | ତେଣେ ପରିବାର ଅଦାଲତଙ୍କ ରାୟକୁ ସେମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ | ତେବେ ଏ ସଂକ୍ରାନ୍ତରେ ପ୍ରତିପକ୍ଷ ବର୍ଷା କିମ୍ବା ତାଙ୍କ ଓକିଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

Har Ghar Tiranga

Leave A Reply