ଆଣ୍ଟିବାୟୋଟିକ ଅଧିକ ସେବନ କରୁଥିବା ବ୍ୟକ୍ତି ହୋଇ ଯାଆନ୍ତୁ ସାବଧାନ, ମସ୍ତିଷ୍କ ରୋଗ ବଢି ଯାଇଥାଏ ଦୁଇଗୁଣ : ଷ୍ଟଡି ରେ ହେଲା ଖୁଲାସା
ଆଣ୍ଟିବାୟୋଟିକ ଔଷଧର ସେବନ ବ୍ୟାକ୍ଟେରିଆ ନିକଟରୁ ଇନଫେକ୍ସନ କୁ ଅଟକାଇବା ପାଇଁ ସେବନ କରାଯାଇ ଥାଏ l କିନ୍ତୁ ନିକଟରେ ଏହାର ଗମ୍ଭୀର ସାଇଡ ଇଫେକ୍ଟ ସାମ୍ନାକୁ ଆସିଛି l ଦକ୍ଷିଣ କୋରିଆର ଗବେଷକଙ୍କ ଅନୁସାରେ ଜଣା ପଡିଛି ଯେ ଦୀର୍ଘ ଦିନ ଧରି ଆଣ୍ଟିବାୟୋଟିକ ସେବନ କରିବା ଦ୍ୱାରା ପର୍କିସଂସ ରୋଗର କାରଣ ହୋଇଥାଏ l
ଏହି ଗବେଷଣା ରେ ଜଣା ପଡିଛି ଯେ ଯେଉଁ ବ୍ୟକ୍ତିମାନେ ୪୦ ବର୍ଷରୁ ଉର୍ଧ୍ଵ ସେମାନେ ଅଧିକ ପାର୍କିସଂସ ରୋଗରେ ପୀଡିତ ହେଉଛନ୍ତି l ଏବଂ ଏଭଳି ବ୍ୟକ୍ତିଙ୍କ ନିକଟରେ ନିୟୁରୋଲୋଜି ଜନିତ ସମସ୍ୟା ଅଧିକ ଦେଖା ଯାଉଛି l
ଆଣ୍ଟିବାୟୋଟିକ କେତେ ସେବନ କରିବା କ୍ଷତିକାରକ –
ଗବେଷଣା ଅନୁସାରେ ଯେଉଁ ବ୍ୟକ୍ତିମାନେ ୧୨୧ ରୁ ଅଧିକ ସମୟ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ସେବନ କରନ୍ତି ସେମାନଙ୍କ ନିକଟରେ ପର୍କିସଂସ ରୋଗ ର ବିପଦ ଅଧିକ ଦେଖିବାକୁ ମିଳିଥାଏ l ଏହାଛଡା ଗବେଷକ ଙ୍କ ମତରେ ଅଧିକ ଆଣ୍ଟିବାୟୋଟିକ ସେବନ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରିଥାଏ l
ପାର୍କିସଂସ ଡିଜିଜ କଣ –
ଏହା ଗୋଟିଏ ନିୟୁରୋଲୋଜିକାଲ ଡ଼ିଜାର୍ଡ଼ର ଅଟେ l ଯାହାକି ଶରୀରର ଗତିପଥ ଉପରେ ପ୍ରଭାବ ପକାଇଥାଏ l ହାତ ଥରିବା, ମାଂସପେଶୀ ରେ କଠୋରତା, ବାଲାନ୍ସ ରେ ସମସ୍ୟା ଦେଖାଯାଏ l ଏହା ବିଶେଷ ଭାବରେ ମସ୍ତିଷ୍କ ରେ ଡୋପାମାଇନ ନାମକ ରାସାୟନିକ କମିଯିବ କାରଣରୁ ହୋଇଥାଏ l ଯାହାକି ମାଂସପେଶୀ ର ଗତିକୁ ହ୍ରାସ କରିଥାଏ l
ତେଣୁ ଯେତେବେଳେ କି ଆଣ୍ଟିବାୟୋଟିକ ସେବନ କରୁଛନ୍ତି ନିଜ ଇଚ୍ଛାରେ ନକରି ଡାକ୍ତରଙ୍କୁ ପରାମର୍ଶ କରି ସେବନ କରନ୍ତୁ l