Odisha news

କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ- ସବୁ ସ୍ତରରେ ବ୍ୟାପକ ପ୍ରସ୍ତୁତି ଓ ସଜାଗ ରହିବା ଉପରେ ଗୁରୁତ୍ୱ

0

ଅନୁଗୁଳ: କରୋନା ଭୂତାଣୁ (କୋଭିଡ୍‌-୧୯) ର ସଠିକ୍ ମୁକାବିଲା ନିମନ୍ତେ ତ୍ରି-ସ୍ତରୀୟ ପଚାଂୟତିରାଜ ବ୍ୟବସ୍ଥାରେ ଗ୍ରାମ ପଚାଂୟତ ଓ ପଚାଂୟତ ସମିତି ବୈଠକ ସରିଥିବା ବେଳେ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ କିଷାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । କରୋନାର ସଠିକ ମୁକାବିଲା ନିମନ୍ତେ ସରକାରଙ୍କ ନିୟମାବଳୀ ଆଧାରରେ ଗ୍ରାମାଚଂଳରେ ବ୍ୟାପକ ଜନସଚେତନତା ସୃଷ୍ଟି ସୃଷ୍ଟି କରିବା ଉପରେ ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଓ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କରୋନାର ସଠିକ୍ ମୁକାବିଲା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସରକାରଙ୍କ ଦ୍ୱାରା ପ୍ରଦତ ନିୟମାବଳୀକୁ ଅନୁସରଣ କରି ବାହାରୁ ଆସୁଥିବା ଲୋକ ମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି । ଲୋକ ମାନଙ୍କ ଭିତରେ ଥିବା ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଭଳି ସାମାଜିକ ବାସନ୍ଦ ଅତ୍ୟନ୍ତ ନିନ୍ଦନୀୟ ଅଟେ । ସାମ୍ପ୍ରତିକ ପରିସ୍ଥିତିରେ ଧୈର୍ଯ୍ୟ ଓ ସାହାସର ସହିତ ଏହି ସଂକ୍ରମଣକୁ ପ୍ରତିରୋଧ କରିବାକୁ ହେଲେ ସରକାରଙ୍କ ନିୟମାବଳୀକୁ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଥିଲେ । ଭୟ ନକରି ଘରେ ଅଲଗା ରହିବା ସହ ସତର୍କ ଓ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ପରିସ୍ଥିତିରେ ରାଜ୍ୟ ସରକାର ନେଇଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ । ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ପ୍ରଦାନ କରାଯାଉଥିବା ଭତାକୁ ଅଗ୍ରୀମ ୪ ମାସ ପାଇଁ ଏକକାଳୀନ ପ୍ରଦାନ କରାଯିବ । ସେହିପରି ଜାତୀୟ ଖାଦ୍ୟ ନିରାପତା ଆଇନରେ ହିତାଧିକାରୀ ମାନଙ୍କୁ ଆସନ୍ତା ଏପ୍ରିଲ ୧ ତାରିଖରୁ ମଇ ମାସ ୧୫ ଅର୍ଥାତ୍ ୪୫ ଦିନ ମଧ୍ୟରେ ୩ ମାସ ପାଇଁ ଚାଉଳ, ଗହମ ଓ କିରୋସିନ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଦେଶ ବାହାରୁ ଓଡିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ରେଜିଷ୍ଟ୍ରେସନ ରେଗୁଲେସନ ଅନୁଯାୟୀ ନିଜ ନାମ ପଜିଂକୃତ କରି ନିଜ ଘରେ ୧୪ ଦିନ ସଫଳତାର ସହ କ୍ୱାରାଟାଂଇନ ରେ ରହିଲେ ସେମାନଙ୍କୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଗ୍ରାମ ପଚାଂୟତର ସଭ୍ୟ ମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଦେଶ ବାହାରୁ ଆସୁଥିବା ଲୋକ ମାନଙ୍କର ପଜିଂକରଣ ନିମନ୍ତେ ସୂଚନା ଦେବେ ।

୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ନିଜ ଘରେ ରହିବା ପାଇଁ ପରାମର୍ଶ ଦେବାକୁ କୁହାଯାଇଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବା ହେତୁ କର୍ମୀ ଓ ସହାୟିକା ମାନେ ଉଦ୍ଦିଷ୍ଟ ଖାଦ୍ୟ ହିତାଧିକାରୀ ମାନଙ୍କ ଘରେ ପହଚାଂଇବେ । ପ୍ରତି ଗ୍ରାମରେ ଏ ଏନ ଏମ ଓ ଆଶା କର୍ମୀ ମାନଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ଯଥା ପାରାସିଟାମଲ ଓଆରଏସ ଗଚ୍ଛିତ ରଖିବା ସହ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କାଟଂରରେ ଜୀବନ ରକ୍ଷାକାରୀ ଔଷଧ ଉପଲବଧ କରାଇବେ । ପ୍ରତ୍ୟେକ ଗ୍ରାମ ପଚାଂୟତର ଯେ କୌଣସି ଗୋଟିଏ ହାଇସ୍କୁଲ ଗୃହରେ ୫୦ରୁ ୧୦୦ ଜଣ ରହିବା ଭଳି ସୁରକ୍ଷିତ ଘର ସ୍ଥିର କରକିବା ସହ ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।

ଢ଼େଙ୍କାନାଳ ସାଂସଦ ସାମ୍ପ୍ରତିକ ପରିସ୍ଥିତିରେ ଆତଙ୍କିତ ନ ହୋଇ ଏହାର କିପରି ସଠିକ୍ ମୁକାବିଲା କରାଯାଇ ପାରିବ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମାବଳୀକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି । ଆମ ପ୍ରାଚୀନ ପରମ୍ପରାରେ ହାଡଫୁଟି ହେଲେ ଯେପରି ୧୪ ଦିନ ଘରେ ଏକୁଟିଆ ରହିଥାନ୍ତି ଠିକ୍ ସେହିପରି କରୋନା ଭୂତାଣୁକୁ ପ୍ରତିରୋଧ କରିବା ନିମନ୍ତେ ଏକୁଯିଆ ରହିବା ସହ ହଳଦୀ ଓ ନିମ୍ବ ପତ୍ର ଭଳି ଦେଶୀ ଚିକିତ୍ସା ପଦ୍ଧତିକୁ ଆପଣେଇବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଛଡା ପରିସ୍କାର ପରିଚ୍ଛନ୍ନତା ବଜାୟ ରଖିବା ସହ ବିଚଳିତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆଠମଲ୍ଲିକ ବିଧାୟକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବା ସହ ସାମାଜିକ ଗଣମାଧ୍ୟମରେ ଗୁଜବ ଖବର ପ୍ରସାରଣକୁ ସେ ନିନ୍ଦା କରିଥିଲେ ।

ବୈଠକରେ ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ ଗ୍ରାମାଚଂଳରେ ବିଭିନ୍ନ ଜଳଖିଆ ଦୋକାନରେ ଭିଡ ଜମିବା, ଥଣ୍ଡା କାଶ ଓ ଜ୍ୱର ପାଇଁ ଆବଶ୍ୟକ ପାରାସିଟାମଲ ବଟିକା ମିଳୁନଥିବା ଓ ଯେଉଁ ମାନେ ଡାକ୍ତର ଖାନାକୁ ଆସୁଛନ୍ତି ସେମାନଙ୍କୁ ହ୍ୟାଣ୍ଡ ସାନିଟାଇଜର ଓ ମାସ୍କ ବିନା ମୂଲ୍ୟରେ ଯୋଗାଇ ଦେବା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଔଷକ୍ଷ, ଫଳ, ରାସନ ଓ ପନିପରିବା ଦୋକାନକୁ ଛାଡି ଦେଲେ ବାକି ସମସ୍ତ ଦୋକାନକୁ ଆଜି ଠାରୁ ବନ୍ଦ କରାଯାଇଛି । ଯେଉଁ ମାନେ ବାହାରୁ ଆସୁଛନ୍ତି ଓ ନିଜର ଯାତ୍ରାକୁ ଗୋପନ ରଖୁଛନ୍ତି ଏବଂ ଗୁଜବ ଖବର ଯେଉଁ ମାନେ ପ୍ରସାରଣ କରୁଛନ୍ତି ସେମାନଙ୍କ ବୁରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟଙ୍‌କୁ ଜିଲ୍ଲାପାଇଁ କରୋନା ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି ।

ରାଜ୍ୟ ସରକାର ଏହି ଅସାଧାରଣ ସମସ୍ୟାର ମୁକାବିଲା ନିମନ୍ତେ ଯେଉଁ କୌଶଳ ଅବଲମ୍ବନ କରିଛନ୍ତି ତାକୁ ଅନୁସରର କରିବା ସହ ନିୟମିତ ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ । ଗ୍ରାମାଚଂଳର ଲୋକ ମାନେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ପ୍ରତି ଆସ୍ଥା ପ୍ରକଟ କରୁଥିବାରୁ ସରକାରଙ୍କ ଏହି ବାର୍ତା ସେମାନଙ୍କ ନିକଟରେ ସହଜରେ ପହଚାଂଇବାକୁ ପରାମର୍ଶ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ବୈଠକରେ ଜିଲ୍ଲା ପରିଷଦର ବିଭିନ୍ନ ଜୋନରୁ ଆସିଥିବା ସଦସ୍ୟ/ସଦସ୍ୟା ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତାକୁ ଅବଲମ୍ବନ କରି ବୈଠକରେ ଯୋଗ ଦେଇଥିଲେ ।
ରାଜ୍ୟ ବାହାରୁ ତଥା ଜିଲ୍ଲା ବାହାରୁ ଆସୁଥିବା ସମସ୍ତଙ୍କର ସଙ୍ଗରୋଧ କୁ କଡାକଡି କରାଯିବା ଉପରେ ଗୁରୁତ୍ୱ

Leave A Reply