Odisha news

ମିଛ ଖବର ଭାଇରାଲ କରିଥିବା ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

0

ଅନୁଗୁଳ: ମହଙ୍ଗା ପଡିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଅନୁଗୁଳ ଜିଲ୍ଲା ତାଳଚେରର ଜଣେ ଯୁବକ । ଘଟଣାରୁ ପ୍ରକାଶ ଯେ, ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ (ରିଙ୍କୁ) ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଟଂରେ ଅନୁଗୁଳ ଜିଲ୍ଲାର ନୂଆହତା ଗାଁର ଜଣେ ଯୁବକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଲେଖିଥିଲେ । ଏହାକୁ ନେଇ ଉତର-କେନ୍ଦ୍ରାଚଂଳ ଆଇଜି ନରସିଂହ ଭୋଳ ତାଙ୍କୁ ସଠିକ୍ ତଥ୍ୟ ଦେବାକୁ କହିଥିଲେ ।

ହେଲେ ଜୟ କ୍ରିଷ୍ଣ ସାହୁ (ରିଙ୍କୁ) ଏ ନେଇ କୋ÷ଣସି ସଠିକ୍ ତଥ୍ୟ ଦେଇ ପାରିନଥିବା ବେଳେ ପୁଲିସ ତଦନ୍ତ କରି ଘଟଣାର କୋ÷ଣସି ସତ୍ୟତା ନଥିବା ଜାଣିବାକୁ ପାଇଥିଲେ । ଏହା ପରେ କରୋନାକୁ ନେଇ ମିଛ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପୁଲିସ ଜୟ କ୍ରିଷ୍ଣ ସାହୁକୁ ତାଙ୍କ ଘରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।ସେହିପରି ମାସ୍କ, ସାନିଟାଇଜର ଏବଂ ଜିଲ୍ଲା ବାହାରୁ ବର୍ତମାନ କରୋନା ପାଇଁ କୋ÷ଣସି ନିତ୍ୟବ୍ୟବହାର ଜିନିଷ ଆମଦାନୀ ଉପରେ କଟକଣା ଲଗାଯାଇଥିବାରୁ ଜିଲ୍ଲାକୁ ତାହା ଆସିବାରେ ବାଧାସୃଷ୍ଟି କରିଛି ।

ଯ ଦ୍ୱାରା ଜିଲ୍ଲାରେ ଥିବା ବିଭିନ୍ନ ଦୋକାନ ଗୁଡିକରେ ନିତ୍ୟବ୍ୟବହାର ଜିନିଷର କଳାବଜାରୀ ବଢ଼ିବାରେ ଲାଗିଛି । ଏହି କଳାବଜାରୀକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଏକ ସ୍କ୍ୱାଡ ଗଠନ କରାଯିବ ବୋଲି ଜଣାଯାଇଛି ।

Leave A Reply