ଆନନ୍ଦପୁର : ଘଷିପୁରା ବ୍ଲକ ମଦନପୁର ପଂଚାୟତ କାନପୁର ଗ୍ରାମରେ ମା ଶାରଦୀୟ ଦୁର୍ଗାପୂଜା କମିଟି ର ୫୦ ତମ ପୂଜା ଉତ୍ସବ ନିମନ୍ତେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ଏହା ମହାସମାରୋହରେ ତଥା ବିଭିନ୍ନ କାର୍ଯ୍ୟ କ୍ରମ କରାଯିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। କେନ୍ଦୁଝର ଜିଲ୍ଲାର କାନପୁର ଗ୍ରାମରେ ଉଭୟ ମା ବାସନ୍ତୀ ଦୁର୍ଗା ପୂଜା ଓ ଶାରଦୀୟ ଦୁର୍ଗାପୂଜା ଧୁମଧାମରେ ପ୍ରତିବର୍ଷ ପାଳନ କରାଯାଏ।ଚଳିତ ବର୍ଷ କାନପୁର ଗ୍ରାମରେ ମା ଶାରଦୀୟ ଦୁର୍ଗାପୂଜା କମିଟି ତାର ୫୦ ତମ ପୂଜା ଉତ୍ସବ ପାଳନ କରୁଛି।୧୯୭୩ ମସିହାରୁ ଗ୍ରାମବାସିଙ୍କ ଉଦ୍ୟମ କ୍ରମେ ପ୍ରତିବର୍ଷ ମା ଙ୍କ ପୂଜା ଉତ୍ସବ କୁ ମହା ଆଡ଼ମ୍ବରରେ ପାଳନ ହୋଇ ୨୦୨୩ ରେ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ଅନଷ୍ଠିତ ହେବବୋଲି ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଛି । ମାଙ୍କ ପୂଜାର ସୁବର୍ଣ୍ଣ ଜୟନ୍ତୀ ସହ ଚଳିତବର୍ଷ ଗ୍ରାମର ବହୁ ପୁରାତନ ଶିକ୍ଷା ଅନୁଷ୍ଠାନ ନନ୍ଦିନୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ତାର ୫୦ତମ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବାକୁ ସ୍ଥିର ହୋଇଛି। ସୁବର୍ଣ୍ଣ ଜୟନ୍ତୀର ସଭାପତି ଭାବରେ ଘଷିପୁରା ବିଧାୟକ ଶ୍ରୀଯୁକ୍ତ ପ୍ରଫେସର ବଦ୍ରୀ ନାରାୟଣ ପାତ୍ରଙ୍କୁ ମନୋନୀତ କରାଯାଇଛି । ଗ୍ରାମର ପାରିପାର୍ଶ୍ବିକ ପ୍ରାୟ ୧୦ ଟି ଗ୍ରାମର ଜନସାଧରଣଙ୍କୁ ନିମନ୍ତ୍ରିତ କରାଯାଇଛି । ପ୍ରତେକଦିନି ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ଆଞ୍ଚଳିକ କଳାକାର ମାନଙ୍କ ଦ୍ବାରା ନୃତ୍ୟ, ପାଇକ ଆଖଡ଼ା, ଖଡ୍ଗ ଯୁଦ୍ଧ, ମଲ୍ଲ ଯୁଦ୍ଧ, ଲାଖ ବିନ୍ଧା, ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ,ସାଧାରଣଜ୍ଞାନ ଆଦି ପ୍ରତି ଯୋଗିତା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଏଥି ସହିତ ମୁଖ୍ୟ ଆକର୍ଷଣ ଓଡ଼ିଶା ର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ଭଜନ, ମେଲୋଡି, ନିଉ ଧୋଉଳି ଅପେରା ମଞ୍ଚସ୍ଥ ହେବ। ଚଳିତବର୍ଷ ଭସାଣି ଯାତ୍ରା କୁ ଅଧିକ ଆକର୍ଷଣୀୟ କରଯିବ । ସବର୍ଣ୍ଣ ଜୟନ୍ତୀ ରେ ଉଦ୍ଘାଟନୀ ଉତ୍ସବ ରେ ଓଡ଼ିଶା ର ରାଜ୍ୟପାଳ ମହାମହିମ ପ୍ରଫେସର ଗଣେଶୀ ଲାଲ ଙ୍କୁ ନିମନ୍ତ୍ରିତ କରାଯାଇଛି । ଓଡ଼ିଶା ର ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀ ସୁଦାମ ମାରାଣ୍ଡି, କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣି ମୁର୍ମୁ, ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ,ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ଘଷିପୁରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ସାହୁ, ଆନନ୍ଦପୁର ପୌର ଅଧ୍ୟକ୍ଷା ସୁଶ୍ରୀ ରଜନୀ ରାଣୀ ଖଟୁଆ , ଓ ସ୍ଥାନୀୟ ସରପଞ୍ଚ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରିତ କରାଯିବ ବୋଲି ନିଷ୍ପତି ହୋଇଛି । ପ୍ରତ୍ୟହ ଦିନ ପୂଜା ରେ ସମାଜର ମହତ୍ତ୍ଵ ଉଦ୍ଦେଶ୍ୟ ରଖି ଲୋକମାନଙ୍କ ପାଇଁ ଭଲ କାମ କରୁଥିବା ବିଭିନ୍ନ ବର୍ଗର ଲୋକମାନଙ୍କୁ ସମ୍ମାନିତ କରାଯିବ। ସବର୍ଣ୍ଣ ଜୟନ୍ତୀ ପାଇଁ ସ୍ମରଣିକା ଉନ୍ମୋଚନ କରାଯିବାକୁ ସ୍ଥିର ହୋଇଛି । ଏଥି ପାଇଁ ସମସ୍ତ ଗ୍ରାମବାସୀ ଙ୍କ କାମନା କରାଯାଇଛି । କମିଟି ର ସଦସ୍ୟ କେଶବ ଚନ୍ଦ୍ର ଚକ୍ର, ବ୍ରଜକିଶୋର ଚକ୍ର, ବାବାଜୀ ଚରଣ ଜେନା, ପ୍ରଦୀପ ଚକ୍ର, ପିତାମ୍ବର ଜେନା, ଚିନ୍ତାମଣି ଚକ୍ର, ତ୍ରିଲୋଚନ ଚକ୍ର ନିର୍ମଳ ଚକ୍ର, ଆଶିଷ ଚକ୍ର, ବିଜେନ୍ ଚକ୍ର, ଦେବେନ୍ଦ୍ର ଜେନା, ବିବେକା ଜେନା, ମହେଶ୍ୱର ଚକ୍ର, ନିରାକାର ଚକ୍ର,ରବୀନ୍ଦ୍ର ଚକ୍ର, ସୁକାନ୍ତ ଜେନା,ସୁଧାଂଶୁ ଚକ୍ର,ଉଦ୍ଧବ ଜେନା, ସନ୍ତୋଷ ଚକ୍ର, ଭାବେନ୍ ଜେନା, ଶରତ ଚକ୍ର, ମନ୍ମଥ ଚକ୍ର, ସୁମନ୍ତ ଚକ୍ର,ଭାଲୁ ଜେନା, ବାଇଧର ଚକ୍ର, ବଟକୃଷ୍ଣ ଚକ୍ର, ଦୋଳଗୋବିନ୍ଦ ଚକ୍ର, ଅକ୍ଷୟ ଚକ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି