Odisha news

ଆନନ୍ଦପୁର ବ୍ଲକରେ ଜିଲ୍ଲାପାଳଙ୍କ  ଜନଶୁଣାଣୀ

0
 ଆନନ୍ଦପୁର:  ଆନନ୍ଦପୁର ବ୍ଲକ ଠାରେ କେନ୍ଦୁଝର ଜିଲ୍ଲା ପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣୀ କାର୍ଯ୍ୟ ଶୃଂଖଳାର ସହିତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରସାଶନିକ ଅଧିକାରୀ ଜିଲ୍ଲା ପରିଷଦ ସଭ୍ୟ ବ୍ଲକ ଅଧ୍ୟକ୍ଷା ସମିତି ସଭ୍ୟ ସରପଞ୍ଚ ଙ୍କ ସମେତ ବ୍ଲକ ଅଧିବାସୀ ଜିଲ୍ଲା ପାଳଙ୍କ ଠାରେ ଆବଶ୍ୟକ ଲିଖିତ ପତ୍ର ପ୍ରଦାନ କରିଥିଲେ।ରାଜୀବଗାନ୍ଧୀ ଭବନ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ll
ଆଜିର ଏହି ଜନଶୁଣାଣୀରେ ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ଆରୋକ୍ଷ ଅଧିକାରୀ କୁସଲକର ନିତିନ, ପ୍ରକଳ୍ପ ନିର୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲ୍ଲାପାଳ ଅନିଲ କୁମାର ସେଠି ଙ୍କ ଉପସ୍ଥିତରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ll ଆଜିର ଏହି ଜନଶୁଣାଣୀରେ ବୈତରଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ଆନନ୍ଦପୁର ବ୍ଲକର ପଞ୍ଚୁପଲ୍ଲୀ, ହରିଡ଼ାପାଳ, ବାଇଲୋ, ଅଞ୍ଚଳରେ ଅନେକ ଚାଷ ଜମି କ୍ଷତି ହୋଇଥିଲା ll ଯାହାକୁ ନେଇ ଆନନ୍ଦପୁର ତହସିଲଦାର କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାପରେ ସେହି ରିପୋର୍ଟ କୁ ଆଧାର କରି ଜିଲ୍ଲା ପରିଷଦ ର ସଦସ୍ୟା ଅସୀମା ମିଶ୍ର ଅନେକ ଚାଷୀଙ୍କୁ ନେଇ ତହସିଲଦାର ଦେଇଥିବା ରିପୋର୍ଟକୁ ଭୁଲ ଦର୍ଶାଇ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ କରିଥିଲେ ll ଜିଲ୍ଲାପାଳ ଅଭିଯୋଗକୁ ବିଚାର କରି ଯଥାଶୀଘ୍ର ପୁନର୍ବାର କ୍ଷୟକ୍ଷତି ଆକଳନ କରି ଚାଷୀ ମାନଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ ll ତହସିଲଦାରଙ୍କର କ୍ଷୟକ୍ଷତିର ଭୁଲ ରିପୋର୍ଟକୁ ନେଇ ବିଭିନ୍ନ ତହସିଲଦାର ବିଭିନ୍ନ ମ୍ୟାସେଜ ଏବଂ ଟ୍ୟୁଇଟର ଆକାଉଣ୍ଟରେ ପୋଷ୍ଟ କରିବାକୁ ନେଇ ପ୍ରେସ ଫୋରମର ସଭାପତି ଉମେଶ ଚନ୍ଦ୍ର ପାଢ଼ୀ ଏକ ଲିଖିତ ଅଭିଯୋଗ ପ୍ରଦାନ କରିବା ସହିତ ଏହି ଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ll ସେହିପରି ସମାଜସେବୀ ଝାନ୍ସୀରାଣୀ ଦାସ ଆନନ୍ଦପୁରର ବିଭିନ୍ନ ସମସ୍ୟା ଯଥା ମୋଚିନ୍ଦା ପଞ୍ଚାୟତରେ ଥିବା ସ୍କୁଲ ପରିସରରେ ଖୋଲା ଟ୍ରାନ୍ସମିଟର, ଅଶୁଦ୍ଧ ପିଇବା ପାନୀୟ ଜଳ ପଞ୍ଚାୟତରେ ଏକ ମାତ୍ର ଦୈନିକ ବ୍ୟବହୃତ ହୋଇଥିବା ପୋଖରୀକୁ ଦୂଷିତ ଡ୍ରେନ ପାଣି ନିଷ୍କାସନ ଆଦି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ll ଆଜିର ଏହି ଜନଶୁଣାଣୀରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଭାଗରୁ ଉଚ୍ଚ କତୃପକ୍ଷ ଉପସ୍ଥିତ ଥିବା ବେଳେ ଆନନ୍ଦପୁର ବିଡ଼ିଓ ପଞ୍ଚାନନ ମଲ୍ଲିକ, ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ ଜନଶୁଣାଣୀ କାର୍ଯ୍ୟକ୍ରମ ଶେଷ କରିଥିବା ବେଳେ ଏହି ଜନଶୁଣାଣୀରେ 295 ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଅଧିକ ପଞ୍ଜିକୃତ ହୋଇଥିବା ବେଳେ ଆନନ୍ଦପୁର ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଛଅ ଗୋଟି ବେଟ୍ରି ଚାଳିତ ଟ୍ରାୟ ସାଇକେଲକୁ ଜିଲ୍ଲାପାଳ ଓ ଆରୋକ୍ଷ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସାଇକେଲ ଗୁଡିକୁ ବଣ୍ଟନ କରିଥିଲେ ll ଆଜିର ଏହି ଜନଶୁଣାଣୀକୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆନନ୍ଦପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ll
Nalco

Leave A Reply