ଅମିବା କଣ ?
ଅମିବା ଗୋଟିଏ ସେଲ ଅଟେ, ଏହା ଦେଖିବାକୁ ଖୁବ ଛୋଟ ଅଟେ l ସେଥିପାଇଁ ଏହାକୁ ଖାଲି ଆକ୍ଷିରେ ଦେଖା ମଧ୍ୟ ଯାଇ ନଥାଏ l ଏହାକୁ କେବଳ ମାଇକ୍ରୋସ୍କୋପ ଜରିଆରେ ଦେଖା ଯାଇଥାଏ l ଏହା ଖୁବ ଗରମ ବାତାବରଣ ଓ ପାଣିରେ ଉତ୍ପନ୍ନ ହୋଇ ଥାଆନ୍ତି l ଯେପରିକି ନଦୀ ଓ ଝରଣା ରେ ଏହା ବିଶେଷ ଭାବରେ ରହି ଥାଆନ୍ତି l ଅମିବା ଦେଖିବାକୁ ଏତେ କ୍ଷୁଦ୍ର ଯେ ନାକ ଜରିଆରେ ମସ୍ତିଷ୍କ ରେ ପ୍ରବେଶ କରି ଥାଆନ୍ତି ଏବଂ ମସ୍ତିଷ୍କ ର ସେଲସ କୁ ନଷ୍ଟ କରି ଦେଇ ଥାଆନ୍ତି l ଏହି ଅମିବା କୁ ମେଡିକାଲ ଭାଷାରେ ନେଗ ଲେରିଆ ଫାଉଲେରୀ କୁହ ଯାଇଥାଏ l
ଏହି ଅମିବା ଶରୀରରେ ପ୍ରବେଶ କରିବା ପରେ କେଉଁସବୁ ଲକ୍ଷଣ ଦେଖା ଯାଇଥାଏ –
– ଏହି ଅମିବା ନାକ ମଧ୍ୟରେ ପ୍ରବେଶ କରିବା ପରେ ଏହାର ଲକ୍ଷଣ ଶରୀର ରେ ଦେଖା ଯାଇଥାଏ, ଯେପରିକି ମୁଣ୍ଡରେ ଯନ୍ତ୍ରଣା ହେବା l
– ଏବଂ ଗମ୍ଭୀର ଜ୍ୱରରେ ପୀଡିତ ହେବାର ଦେଖା ଯାଇଥାଏ l
– ବାନ୍ତି ଲାଗି ଦେହ ବୁଲାଇ ଥାଏ l
– ସଂକ୍ରମଣ ବଢିବା ଦ୍ୱାରା ଶରୀରରେ ଗଭୀର ଯନ୍ତ୍ରଣା ଦେଖା ଯାଇଥାଏ ଓ ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା ହ୍ରାସ ହୋଇଥାଏ l
– ଏବଂ ସେସର ବ୍ୟକ୍ତିର ମୃତ୍ୟୁ ହୋଇଥାଏ l
ନିଜକୁ ଏଭଳି ସୁରକ୍ଷିତ ରଖନ୍ତୁ –
– ଗ୍ରୀଷ୍ମ ଋତୁରେ ଓ ବର୍ଷା ଋତୁରେ ଏହି ସବୁ ରୋଗରେ ପୀଡିତ ହେବାର ଅଧିକ ସମ୍ଭାବନା ରହିଥାଏ l
– ଏହି ଦୁଇଟି ଋତୁରେ ୱାଟର ପାର୍କ ଯିବା ଉଚିତ ନୁହେଁ l
– ଏବଂ ନଦୀ , ପୋଖରୀ ରେ ଗାଧେଇବା ମଧ୍ୟ ଉଚିତ ନୁହେଁ l