Odisha news

ଆମେରିକାର ସାଂସଦଙ୍କର ଟ୍ରମ୍ପଙ୍କୁ ଚିଠି : ଭାରତ ଭଳି ଟିକଟକ ବ୍ୟାନ ହେଉ

0

ନୂଆଦିଲ୍ଲୀ :ବର୍ତମାନ ସାରା ବିଶ୍ୱରେ ଚୀନ ବିରୋଧୀ ପରିସ୍ଥିତି ଦେଖାଦେଇଛି l ଆମେରିକା ଲଗାତାର ଭାବରେ ଚୀନ ବିରୁଦ୍ଧରେ ମନ୍ତବ୍ୟ ଦେଇ ଆସୁଛି l ଆମେରିକା କଂଗ୍ରେସକୁ ଇତି ମଧ୍ୟରେ ୨୫ ଜଣ ସଦସ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ପତ୍ର ଲେଖିଛନ୍ତି l ଯେଉଁଥିରେ ସେମାନେ ଦର୍ଶାଇଛନ୍ତି ଯେ ଆମେରିକା ବର୍ତ୍ତମାନ ଭାରତ ଭଳି ପଦକ୍ଷପ ନେବା ଆବଶ୍ୟକ ,ଓ ଦେଶ ଟିକଟକ ସହିତ ଅନ୍ୟ ସମସ୍ତ ଚୀନ ଆପକୁ ପ୍ରତିବନ୍ଧକ ଲଗାଇବା ଉଚିତ l ଏହି ଚିଠିରେ ଦର୍ଶାଯାଇଛି ଯେ ଜୁନ ମାସରେ ଭାରତ ଚୀନ ବିରୁଦ୍ଧରେ ଗୋଟିଏ ବଡ ପଦକ୍ଷପ ଉଠାଇଥିଲା l

ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଭାରତ ଟିକଟକ ସହିତ ଅନେକ ଗୁଡିଏ ମୋବାଇଲ ଆପକୁ ପ୍ରତିବନ୍ଧକ ଲଗାଇଲା l ଚୀନର କମୁନିଷ୍ଠ ପାର୍ଟିର ଗୋଟିଏ ଉଦେଶ୍ୟ ହେଲାଯେ ଲୋକମାନଙ୍କର ଡାଟାକୁ ଏକଠିକରି ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରିବା ,ଯାହା ବିରୁଦ୍ଧରେ ଭାରତ ସରକାର ଫଇସଲା ନେଇଥିଲେ l ଡୋନାଲ୍ଡ ଟ୍ରମ୍ପଙ୍କୁ ନିବେଦନ କରାଯାଇଛି ଯେ ଟିକଟକ ଉପରେ ଭରସା କରିବା ଆବଶ୍ୟକ ନାହିଁ,ଯେଉଁ ୱେବ ସାଇଡ ଓ ଆପ ଆମେରିକା ପାଇଁ ବିପଦ ପୂର୍ଣ୍ଣ ତାହାକୁ ତୁରନ୍ତ ବ୍ୟାନ କରିବା ଆବଶ୍ୟକ l

ଗତ ସପ୍ତାହରେ ଆମେରିକା ସିନେଟରେ ଟିକଟକକୁ ନେଇ ଭୋଟିଂ ହୋଇଥିଲା l ଜଣେ ସିନେଟର ପ୍ରସ୍ତାବ ଦେଇଥିଲେ ଯେ ଟିକଟକ ବ୍ୟାନ ହେବ ଆବଶ୍ୟକ l ଭାରତ ସାରକଙ୍କ ପକ୍ଷରୁ ଗତ ମାସରେ ୫୯ ଟି ଚାଇନିଜ ଆପକୁ ବ୍ୟାନ କରାଯାଇଛି ,ଯେଉଁଥିରେ ଟିକଟକ ମଧ୍ୟ ସାମିଲ ଅଛି l ଆରୋପ ଲଗା ଯାଇଥିଲା ଯେ ଏହି ସମସ୍ତ ଆପ୍ସ ପର୍ଶନlଲ ଡାଟା ଚୋରି କରୁଛନ୍ତି ଯାହା ଦ୍ୱାରା ଦେଶର ସୁରକ୍ଷା ସଂକଟରେ ପଡିପାରେ l

ଭାରତର ଏହି ପଦକ୍ଷପ ଦ୍ୱାରା ସାରା ବିଶ୍ୱକୁ ଗୋଟିଏ ସନ୍ଦେଶ ଦିଆଗଲା ,ଏହା ଅନ୍ୟାଦେଶ ମାନଙ୍କ ପାଇଁ ଫଇସଲା ନେବାର ଗୋଟିଏ ବାଟ ଖୋଲିଗଲା l ଭାରତ ଓ ଚୀନ ସୀମାରେ ଉତେଜନା ଚାଲିଥିବା ବେଳେ ଭାରତ ଏହିପରି ପଦକ୍ଷପ ନେଇଥିଲା l

Leave A Reply