Odisha news

ବଲିଉଡ୍‌ରେ ଅମଲାଙ୍କ ଡେବୁ୍ୟ

0

ସାଉଥ୍‌ ଆକେଫ୍ରସ୍‌ ଅମଲା ପଲ୍‌ ଏବେ ବଲିଉଡ୍‌ରେ ଡେବୁ୍ୟ କରିବା ପାଇଁ ପୂରା ପ୍ରସ୍ତୁତ । ଅମଲା ଏବେ ଫିଲ୍ମ ନିର୍ମାତା ଓ ୭୦ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ଜୀବନ ଉପରେ ଆଧାରିତ ମହେଶ ଭଟ୍ଟଙ୍କ େୱବ୍‌ ସିରିଜ୍‌ରେ ନଜର ଆସିବେ । ଏଥିରେ ତାହିର ରାଜ୍‌ ଭାସିନ୍‌ ଫିଲ୍ମ ନିର୍ମାତା ଭୂମିକା ନିଭାଇବେ । ଅମଲା େୱବ୍‌ ସିରିଜ୍‌ରେ ନିଜ ଚରିତ୍ରକୁ ନେଇ ବହୁତ ଉତ୍ସାହିତ । ୩ ମାସ ହେବ ଏହା ଉପରେ କଠିନ ପରିଶ୍ରମ କରିବା ସହ ଭାଷା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଅମଲା କହିଛନ୍ତି, ‘ଇଣ୍ଡଷ୍ଟ୍ରୀ ଲୋକ ମୋ ଭାଷାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । ସେଥିପାଇଁ େୱବ୍‌ ସିରିଜ୍‌ ସୁଟିଂ ପୂର୍ବରୁ ଭାଷା ପରଫେକଫ କରିବି ।’ େୱବ୍‌ ସିରିଜ୍‌ରେ ଅମ୍ରିତା ପୁରୀ ବି ମୁଖ୍ୟ ଭୂମିକାରେ ନଜର ଆସିବେ । ମହେଶ ଭଟ୍ଟ କହିଛନ୍ତି, ଡିଜିଟାଲ୍‌ ଦୁନିଆରେ ଏହି ନୂଆ ଆରମ୍ଭ ଉପରେ ମୋର ବିଶ୍ୱାସ ଅଛି । ଅମଲା, ତାହିର, ଅମ୍ରିତା ଓ ନିର୍ଦ୍ଦେଶକ ପୁଷ୍ପଦୀପ୍‌ ଭରଦ୍ୱାଜଙ୍କ ସହ ପ୍ରଥମ େୱବ୍‌ ସିରିଜ୍‌ ଆରମ୍ଭ କରିବୁ ।

 

Leave A Reply