Odisha news

ଯଦି ଅକ୍ଷୟ ତୃତୀୟା ରେ ସୁନା ଚାନ୍ଦି କିଣି ପାରୁ ନାହାନ୍ତି, ତେବେ ଘରକୁ କିଣି ଆଣନ୍ତୁ ଏହି ୫ଟି ଜିନିଷ ଚମକି ଉଠିବ ଭାଗ୍ୟ

0

ଓଡ଼ିଆ ଘରର ଗୋଟିଏ ବଡ଼ ପର୍ବ ହେଉଛି ଅକ୍ଷୟ ତୃତୀୟା l ଏହିଦିନ ଟିର ଅନେକ ମହତ୍ୱ ରହିଛି, ଏହିଦିନ ଅନେକ ଗୁଡିଏ ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ l ମାନ୍ୟତା ଅନୁସାରେ ଅକ୍ଷୟତୃତୀୟା ଦିନ ଚାଷୀ ଅକ୍ଷିମୁଠି ନେଇ ବିଲକୁ ଯାଇଥାଏ ଓ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ l ଏବଂ ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥକାର୍ଯ୍ୟ ର ଅନୁକୂଳ ହୋଇଥାଏ l ଏହାଛଡା ଅକ୍ଷୟତୃତୀୟା ଦିନ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଯେପରିକି ବିବାହ, ଗୃହ ପ୍ରବେଶ, ନୂତନ ବ୍ୟବସାୟ ଆରମ୍ଭ ଇତ୍ୟାଦି କାର୍ଯ୍ୟ ଆରମ୍ଭ କରିବା ଶୁଭ ହୋଇଥାଏ l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନା ଏବଂ ରୁପା ଜିନିଷ କୁ ମାଲକ୍ଷ୍ମୀ ରୂପ ଭାବରେ ଗ୍ରହଣ କରାଯାଇ ଥାଏ, ତେଣୁ କୁହାଯାଏ ଯେ ଅକ୍ଷୟତୃତୀୟା ଦିନ ଯେଉଁ ବ୍ୟକ୍ତି ଘରକୁ ସୁନା ଅଳଙ୍କାର ନେଇ ଆସିଥାଏ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l କିନ୍ତୁ ଏହା ସମସ୍ତଙ୍କ ପାଇଁ କରିବା ବା କିଣିବା ସମ୍ଭବ ନୁହେଁ l ତେଣୁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଏଭଳି ୫ଟି ଜିନିଷ ରହିଛି ଯାହାକୁ ଆପଣ ଅକ୍ଷୟ ତୃତୀୟା ଦିନ ଘରକୁ ଆଣିବା ଦ୍ୱାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ଅକ୍ଷୟତୃତୀୟା ଦିନ ତୁଳା କିଣିବା ଖୁବ ଶୁଭ ହୋଇଥାଏ ଏବଂ ଏହାର ବିଶେଷ ମହତ୍ୱ ରହିଛି l ଏହିଦିନ ତୁଳା କିମ୍ବା ତୁଳା ଜାତୀୟ ଜିନିଷ କିଣିବା ଦ୍ୱାରା ଜୀବନ ରେ ସୁଖ ଶାନ୍ତି ଭରି ରହିଥାଏ ଏବଂ ଧନଧାନ୍ୟ ବୃଦ୍ଧି ମଧ୍ୟ ହୋଇଥାଏ l

– ଅକ୍ଷୟତୃତୀୟା ଦିନ ଘରକୁ ସୈନ୍ଧବ ଲୁଣ କିଣିକି ଆଣିବା ଖୁବ ଶୁଭ ଅଟେ l ସୈନ୍ଧବ ଲୁଣ ଘରକୁ ଆଣିବା ଦ୍ୱାରା ଶୁକ୍ର ଗ୍ରହ ଏବଂ ଚନ୍ଦ୍ରଙ୍କ ଶୁଭ ଦୃଷ୍ଟି ଭାଗ୍ୟ ଉପରେ ପଡିଥାଏ l ଏହିଦିନ ସୈନ୍ଧବ ଲୁଣ କିଣିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ l

– ଅକ୍ଷୟ ତୃତୀୟା ଦିନ ମାଟି କଳସି କିଣିବା ଶୁଭ ଅଟେ, ଏହିଦିନ ମାଟିର କଳସି ଟିଏ କିଣି ତାହାକୁ ଘରର ସମୁଖ ଦ୍ୱାରରେ ପାଣି ଭରି କଳସ ଟିଏ ବସାଇବା ଦ୍ୱାରା ଘରର ସଦସ୍ୟଙ୍କ ର ଉନ୍ନତି ହୋଇଥାଏ l

– ଅକ୍ଷୟ ତୃତୀୟା ଦିନ ହଳଦିଆ ସୋରିଷ କିଣି ଘରକୁ ଆଣିବା ଶୁଭ ଅଟେ, ନଚେତ ଯ କିଣିବା ମଧ୍ୟ ଜରୁରୀ ଅଟେ l ଏହାକୁ ଘରକୁ କିଣି ଆଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l

– ଏହି ପବିତ୍ର ଦିନରେ ବାସନ କିମ୍ବା କଉଡ଼ି ଘରକୁ କିଣି ଆଣିବା ଖୁବ ଶୁଭ ହୋଇଥାଏ, ଏହିଦିନ ତମ୍ବା କିମ୍ବା ପିତଳ ବାସନ କିଣନ୍ତୁ ଏହା ଶୁଭ ସୂଚନା ଜୀବନ ରେ ଆଣିବ l ଏହିସବୁ ବସ୍ତୁକୁ ସବୁ କିଣିବା ଦ୍ୱାରା ଧନଧାନ୍ୟ ବୃଦ୍ଧି ହୋଇଥାଏ l

Nalco

Leave A Reply