Odisha news

ଅଜୟ ରାୟ କିଏ ? ଯିଏକି ବାରଣାସୀ ଲୋକସଭା ସିଟ ରେ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଟକର

0

ନୂଆଦିଲ୍ଲୀ : ବର୍ତମାନ ଦେଶରେ ରାଜନୀତି କୁ ମାହୋଲ ଗରମ ହୋଇ ରହିଛି l ଯେଉଁଠି ଦେଖିବ ରାଜନୀତି କୁ ନେଇ ଚର୍ଚା, କାହିଁକି ନ ବର୍ତମାନ ଭାରତରେ ସାଧାରଣ ନିର୍ବାଚନ କୁ ଚାରିଆଡେ ଉଷ୍ମତା l ଏହି ସମୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ତାଲିକା ପ୍ରକାଶ ପାଇବା ସହିତ ପାର୍ଥି ମାନଙ୍କ ତାଲିକା ମଧ୍ୟ ପ୍ରକାଶ ପାଇବାରେ ଲାଗିଛି l  ସେହିଭଳି କଂଗ୍ରେସ ଦଳ ପକ୍ଷରୁ ଶନିବାର ୨୩ ତାରିଖ ଦିନ ଲୋକସଭା ମତଦାନ ପାଇଁ ଚତୁର୍ଥ ତାଲିକା ପ୍ରକାଶ ପାଇଛି l ଦଳ ପକ୍ଷରୁ ଉତର ପ୍ରଦେଶ ବାରଣାସୀ ସିଟ ରୁ ଉତ୍ତରପ୍ରଦେଶ କଂଗ୍ରେସ ଅଧକ୍ଷ ଅଜୟ ରାୟ ଙ୍କୁ ଟିକେଟ ଦିଆଯାଇଛି l ୨୦୧୪ ରୁ ନେଇ ଆଜି ପର୍ଯ୍ୟନ୍ତ ଅଜୟ ରାୟ ଏହି ହାଇ ପ୍ରୋଫାଇଲ ସିଟ ରୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଟକର ଦେଇ ଆସୁଛନ୍ତି l

୨୦୧୪ ଓ ୨୦୧୯ ର ମତଦାନ ରେ ସେ ମୋଦୀ ଙ୍କ ନିକଟରୁ ପରାଜିତ ହୋଇଥିଲେ ଏବଂ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ l ୨୦୧୪ ରେ ଆପ ନେତା ଅରବିନ୍ଦ କେଜ୍ରିବଲ ଓ ୨୦୧୯ ସମାଜବାଦୀ ପାର୍ଟି ର ଶାଳିନୀ ଯାଦବ ଦ୍ଵିତୀୟ ସ୍ଥାନରେ ଥିଲେ l

ଅଜୟ ରାୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ରେ ନିଜ ପୋଷ୍ଟ ଜରିଆରେ କହିଛନ୍ତି ଯେ ‘ମୁଁ କଂଗ୍ରେସ ର ଶୀର୍ଷ ନେତୃତ୍ୱବୃନ୍ଦ ଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋ ଭଳି ଜଣେ କଂଗ୍ରେସ କାର୍ଯ୍ୟକର୍ତା ଙ୍କ ଉପରେ ଅତୁଟ ବିଶ୍ୱାସ ରଖି ପୁନର୍ବାର ବାରଣାସୀ ଲୋକସଭା ରୁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ରୁ ପାର୍ଥି ଭାବରେ ଘୋଷଣା କରିଛନ୍ତି l ‘

କିଏ ସେହି ଅଜୟ ରାୟ –
ୟୁପି ର ବାହୁବଳୀ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଜୟ ରାୟ, ତାଙ୍କ ରାଜନୈତିକ ଜୀବନ ର ଆରମ୍ଭ ଭାଜପା ର ବିଦ୍ୟାର୍ଥୀ ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ  ରୁ ହୋଇଛି l ସେ ୧୯୯୬ ରୁ ୨୦୦୭ ମଧ୍ୟରେ ଲଗାତାର ୩ଥର କଲିକତା ନିର୍ବାଚନୀ କ୍ଷେତ୍ରରୁ ବିଧାନସଭା ମତଦାନ ରେ ବିଜୟ ଲାଭ କରିଥିଲେ  l ଏହାପରେ ସେ ସମାଜବାଦୀ ପାର୍ଟି ରେ ଶାମିଲ ହୋଇଥିଲେ l ଏବଂ ୨୦୦୯  ରେ ମୁରଲୀ ମନୋହର ଯୋଶୀଙ୍କ ବିରୁଦ୍ଧରେ ପରାଜୟ ଲାଭ କରିଥିଲେ l

୨୦୦୯ ରେ ସେ ନିର୍ଦଳୀୟ ପାର୍ଥି ଭାବରେ ପିଣ୍ଡାର କ୍ଷେତ୍ରରୁ ବାଏ ଇଲେକ୍ସନ ରେ ବିଜୟ ଲାଭ କରିଥିଲେ l ୨୦୧୨ ରେ କଂଗ୍ରେସ ରେ ଶାମିଲ ହୋଇଥିଲେ ଓ ପିଣ୍ଡାରା ଆସନ ରେ ବିଜୟ ଲାଭ କରିଥିଲେ l ଏବଂ ୨୦୧୪ ଓ ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିପକ୍ଷରେ ପରାଜିତ ହୋଇ ସାରିଛନ୍ତି l

Har Ghar Tiranga

Leave A Reply