Odisha news

ଏୟାର ଫ୍ରାୟର ଶରୀର ପାଇଁ କେତେ ହିତକର ? କଣ କହୁଛି ବିଜ୍ଞାନ 

0
ଦିନକୁ ଦିନ ବିଜ୍ଞାନ ଯେତେ ଉନ୍ନତି କରୁଛି ସେତେ ମଣିଷ ପାଇଁ ସବୁ କାର୍ଯ୍ୟ ସହଜ ହୋଇ ଯାଉଛି l ଭାରତୀୟ ମାନଙ୍କ ସବୁଠୁ ଗୁରୁତପୂର୍ଣ ହେଲା ଖାଦ୍ୟ ପ୍ରସ୍ତୁତ କାର୍ଯ୍ୟ l ଯଦି ଟିକେ ସ୍ୱାସ୍ଥ୍ୟକର ଓ ସୁସ୍ୱାଦୁ ଖାଦ୍ୟ ମିଳିଗଲା ତେବେ ଦିନଟି ଭଲରେ କାଟିଲା ବୋଲି ଜାଣିଥାଉ l
ଯେତେବେଳେ ଭାରତୀୟ ଗୃହିଣୀ ଟିଏ ରୋଷେଇ ଘରକୁ ଯାଇଥାଏ ସେତେବେଳେ ଅନେକ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ତିଆରି କରିଥାଏ l ସେଥି ମଧ୍ୟରେ କିଛିଟା ତୈଳ ଯୁକ୍ତ ଖାଦ୍ୟ ମଧ୍ୟ ରହିଥାଏ l ଯାହାକି ଶରୀରର ଅନେକ ରୋଗର କାରଣ ହୋଇଥାଏ l ଯଦି ଆପଣ ଜାଣିବେ ତେଲ ଯୁକ୍ତ ଭୋଜନ କରିବା ପରେ ମଧ୍ୟ ଆପଣ ସୁସ୍ଥ ରହିବେ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେନି ତ l
ଆଜ୍ଞା ହଁ ବର୍ତମାନ ବିଜ୍ଞାନର ଜ୍ଞାନ କୌଶଳ ଯୋଗୁଁ ଏହା ମଧ୍ୟ ସମ୍ଭବ ହୋଇ ପାରିଛି l ନିକଟରେ ପ୍ରାୟ ସମସ୍ତ ଙ୍କ ଘରେ ଖୁବ ପ୍ରିୟ ଏୟାର ଫ୍ରାୟର ବ୍ୟବହର୍ ହେଉଛି l ଯେଉଁଥିରେ ପ୍ରସ୍ତୁତ ହେଉଛି ତୈଳ ମୁକ୍ତ ଖାଦ୍ୟ l
* ଏୟାର ଫ୍ରାୟର ରେ ନର୍ମାଲ ତେଲ ତୁଳନା ରେ ୫୦ ପ୍ରତିଶତ କମ ତେଲ ଲାଗିଥାଏ l
* ଏୟାର ଫ୍ରାୟର ରେ ପ୍ରସ୍ତୁତ ଖାଦ୍ୟ ରେ କେମିକାଲ ରିଆକ୍ସନ କମ ହୋଇଥାଏ ଓ ଏହା ଖୁବ ସ୍ୱାସ୍ଥ୍ୟକର ହୋଇଥଏ l
* ଏହାଦ୍ୱାରା ବିଜୁଳୀ ଖୁବ କମ ଖର୍ଚ୍ଚ ହୋଇଥାଏ l
* ଏୟାର ଫ୍ରାୟର ରେ ପ୍ରସ୍ତୁତ ଖାଦ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l
* ଉଚ୍ଚ ରକ୍ତଚାପ ଓ ମଧୁ ମେହ ରୋଗୀ ଙ୍କ ପାଇଁ ଏୟାର ଫ୍ରାୟର ରେ ପ୍ରସ୍ତୁତ ଖାଦ୍ୟ ଖୁବ ହିତକର l
* ଏୟାର ଫ୍ରାୟର ରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ୱାରା ଏହା ଆମ ର ପାଚନ ସମ୍ବନ୍ଧୀୟ ସମସ୍ୟା କୁ ମଜବୁତ କରିଥାଏ l
* ଆପଣ ଏୟାର ଫ୍ରାୟର ରେ ପକୁଡି , ବରା ସିଙ୍ଗଡ଼ା ଭଳି ସ୍ୱାଦିଷ୍ଟ ଖାଦ୍ୟ ତ ଖାଇ ପାରିବେ , କିନ୍ତୁ ବିନା ତେଲ ରେ l
* କ୍ୟାନ୍ସର ରୋଗୀ ଙ୍କ ପାଇଁ ଏୟାର ଫ୍ରାୟର ରେ ପ୍ରସ୍ତୁତ ଖାଦ୍ୟ ଖୁବ ଉପଯୋଗୀ l
Har Ghar Tiranga

Leave A Reply