Odisha news

ବାୟୁ ପ୍ରଦୂଷଣ କେବଳ ଫୁସଫୁସ ପାଇଁ ବିପଦ ସୃଷ୍ଟି କରି ନଥାଏ, ଶରୀରର ଏହିସବୁ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ

0

ଲାଇଫଷ୍ଟାଇଲ ଓ ଆହାର ରେ ଅସୁବିଧା କାରଣରୁ ଗତ ୨୦ ବର୍ଷରୁ ଅନେକ ପ୍ରକାରର ନୂଆ ନୂଆ ସ୍ୱାସ୍ଥ୍ୟ ସମସ୍ୟା ସାମ୍ନାକୁ ଆମର ଆସୁଛି l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବର୍ତମାନ ଖୁବ କମ ଆୟୁର ଲୋକେ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ ହେଉଛନ୍ତି l ଯାହା କେବଳ ସ୍ୱାସ୍ଥ୍ୟକୁ ନୁହେଁ ବରଂ ସାମାଜିକ ଓ ଆର୍ଥିକ ଭାବରେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହେଉଛି l ବିଭିନ୍ନ ରୋଗକୁ ନେଇ ଲୋକ ମାନଙ୍କୁ ସଚେତନ କରିବା ପାଇଁ ପ୍ରତି ବର୍ଷ ଅପ୍ରେଲ ୭ତାରିଖ ଦିନ ଟିକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବରେ ପାଳନ କରାଯାଇ ଥାଏ l

ଚଳିତ ବର୍ଷର ୱାର୍ଲଡ ହେଲଥ ଥିମ ହେଉଛି ‘ମାଇଁ ହେଲଥ ମାଇଁ ରାଇଟ ‘ ଅର୍ଥାତ ମୋ ସ୍ୱାସ୍ଥ୍ୟ ମୋ ଅଧିକାର l ତେଣୁ ବିଶେଷ ଭାବରେ ଦେଖିବାକୁ ବର୍ତମାନ ବିଶ୍ୱର ସବୁଠୁ ବଡ଼ ଚିନ୍ତାର କାରଣ ହେଉଛି ବାୟୁ ପ୍ରଦୂଷଣ l ବିଶେଷ ଭାବରେ ବାୟୁ ପ୍ରଦୂଷଣ ଯୋଗୁଁ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଗୁରୁତ୍ୱ ଦିଆଯାଉଛି l

ବାୟୁ ପ୍ରଦୂଷଣ ଯୋଗୁଁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା –
ଦୀର୍ଘ ସମୟ ଧରି ପ୍ରଦୂଷିତ ଜଳବାୟୁ ରେ ରହିବା କାରଣରୁ ଗତ କିଛିବର୍ଷ ହେଲାଣି ଫୁସଫୁସ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି l ଯାହାକି ଅନେକ ଗୁଡିଏ ଗମ୍ଭୀର ରୋଗ କୁ ଜନ୍ମ ଦେଉଛି l ଯେଉଁ ବ୍ୟକ୍ତିମାନେ ଅଧିକ ପ୍ରଦୂଷିତ ଜଳବାୟୁ ସଂସ୍ପର୍ଶରେ ଆସୁଛନ୍ତି ସେମାନେ ଆସ୍ଥମା ଓ ବ୍ରୋଙ୍କାଇଟିସ ରେ ପୀଡିତ ହେଉଛନ୍ତି l

– ବାୟୁ ପ୍ରଦୂଷଣ କେବଳ ଫୁସଫୁସ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଉଛି l ଗବେଷକ ଙ୍କ ମତରେ ପ୍ରଦୂଷିତ ଜଳବାୟୁ ମସ୍ତିସ୍କ ର କୋଷିକା ଗୁଡିକୁ କ୍ଷତି ଘଟାଇଥାଏ l ଯେଉଁ କାରଣରୁ ସ୍ମୃତିଶକ୍ତି ପ୍ରଭାବିତ ହୋଇଥାଏ, ଏବଂ ଖୁବ ଅଧିକ ଅବସାଦ ଓ ଡିପ୍ରେସନ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ l

– ବାୟୁ ପ୍ରଦୂଷଣ ର ଗଭୀର ଚାପ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ପଡୁଛି l ଅଧ୍ୟୟନ କର୍ତ୍ତା ଙ୍କ ମତରେ ପ୍ରଦୂଷିତ ଜଳବାୟୁ ଉଭୟ ପୁରୁଷ ଓ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ପ୍ରଭାବ ପକାଇଥାଏ l ପ୍ରଦୂଷିତ ଜଳବାୟୁ ମହିଳା ମାନଙ୍କ ନିକଟରେ ହର୍ମୋନଲ ପରିବର୍ତ୍ତନ ର ବଡ଼ କାରଣ ଅଟେ l

Nalco

Leave A Reply