ଚେନାଇ : ଏକ ବିବାଦୀୟ ପଦକ୍ଷେପରେ ଯାହାକି ଗୁଣବତ୍ତାକୁ ପ୍ରଭାବିତ କରିବ ଦେଶରେ ପ୍ରସ୍ତୁତ ହେଉଥିବା ଇଞ୍ଜିନିଅରଙ୍କୁ ନେଇ l ଅଖିଳ ଭାରତୀୟ ଯାନ୍ତ୍ରିକ ପରିଷଦ ୨୦୨୧ – ୨୨ ପର୍ଯ୍ୟନ୍ତ BE ଓ BTECH ପାଠ୍ୟକ୍ରମରେ ପ୍ରବେଶ କରିବା ପାଇଁ ଏକାଦଶ ଶ୍ରେଣୀରେ ଗଣିତ ଓ ବିଜ୍ଞାନକୁ ବିକଳ୍ପ କରିଛନ୍ତି l
ବର୍ତମାନ ପର୍ଯ୍ୟନ୍ତ ଇଞ୍ଜିନିଅରିଂ ଓ ପ୍ରଦ୍ୟୋଗିକ ସ୍ନାତକ କାର୍ଯ୍ୟକ୍ରମ ରେ ପ୍ରବେଶ କରିବା ପାଇଁ ଦ୍ୱାଦଶ ଶ୍ରେଣୀରେ ଗଣିତ ଓ ବିଜ୍ଞାନ ଅନିବାର୍ଯ୍ୟ ଅଟେ l
AICTE ଦ୍ୱାରା ଜାରି କରାଯାଇଥିବା ୨୦୨୧ – ୨୨ ପାଇଁ ଅନୁମୋଦନ ପ୍ରକ୍ରିୟା ପୁସ୍ତକରେ UG ପ୍ରବେଶ ପାଇଁ ପାତ୍ରତା ମାଣଦଣ୍ଡର ପ୍ରକ୍ରିୟାରେ ପରିବର୍ତ୍ତନ କରିଛି l ବର୍ତମାନ ଛାତ୍ରମାନଙ୍କୁ ନିମ୍ନଲିଖିତ ଯେ କୌଣସି ବିଷୟକୁ ନେଇ ପାସ କରିବାକୁ ପଡିବ ୧୦ +୨ ପାସ କରିବାକୁ ପଡିବ -ଭୌତିକ /ଗଣିତ /ରସାୟନ ବିଜ୍ଞାନ /କମ୍ପ୍ୟୁଟର ବିଜ୍ଞାନ /ଇଲେକ୍ଟ୍ରୋନିକ୍ସ /ସୂଚନା ପ୍ରଦ୍ୟୋଗିକ /ଜୀବ ବିଜ୍ଞାନ /ସୂଚନା ବିଜ୍ଞାନ ପ୍ରଥା /ଜୈବ ବିଜ୍ଞାନ / ଯାନ୍ତ୍ରିକ ଓ ବ୍ୟବସାୟିକ ବିଷୟ / କୃଷି / ଇଂଜିନିୟରିଂ ଗ୍ରାଫିକ୍ସ / ବ୍ୟବସାୟିକ ଅଧ୍ୟୟନ / ଉଦ୍ୟମଶୀଳତା l
ଚୟନକର୍ତ୍ତାଙ୍କ ଦ୍ୱାରା ଏକା ସହିତ ନିଆଯାଇଥିବା ଉପରୋକ୍ତ ବିଷୟରେ ୪୫ % ( ଆରକ୍ଷଣ ଶ୍ରେଣୀର ଛାତ୍ରଙ୍କ ପାଇଁ ଏହା ୪୦ %ଅଟେ )ପ୍ରାପ୍ତ କରିବାକୁ ହେବ l AICTE ଦ୍ୱାରା ନିଜ ହ୍ୟାଣ୍ଡବୁକରେ କହିଛି ,”ବିଶ୍ୱବିଦ୍ୟାଳୟ ବିଭିନ୍ନ ପୃଷ୍ଠଭୂମିରୁ ଆସୁଥିବା ଛାତ୍ର ମାନଙ୍କ ପାଇଁ ଗଣିତ ,ଭୌତିକ ,ଇଂଜିନିୟରିଂ ଭଳି ଉପଯୁକ୍ତ ବ୍ରିଜ କୋର୍ସ ଉପଲବ୍ଧ କରାଯିବ l ”
ଏହି ପଦକ୍ଷେପ ଶିକ୍ଷାବିତ ମାନଙ୍କର ଆଲୋଚନା ପରେ ଆସିଛି ଯେଉଁମାନେ କହିଛନ୍ତି ଗଣିତ ସମସ୍ତ ଇଂଜିନିୟରିଂ ଡିଗ୍ରୀ ପାଇଁ ଗୋଟିଏ ଆଧାର ଅଟେ l “ବ୍ରିଜ କୋର୍ସ ସେହି ଛାତ୍ର ମାନଙ୍କ ପାଇଁ ଯେଉଁମାନେ ଉପଚାରକ ପାଠ୍ୟକ୍ରମ ଅଟେ ଯେଉଁମାନେ ଗଣିତରେ ଦୁର୍ବଳ ଅଟନ୍ତି l ଏହି ଉଚମାଧ୍ୟମିକ ସ୍ତରରେ ଗଣିତକୁ ପ୍ରତିଷ୍ଠାପିତ କରି ପାରିବନାହିଁ ,ଯାହା ଗୋଟିଏ ମୁଲଭୁତ ପାଠ୍ୟକ୍ରମ ଅଟେ ,”ଏହାକୁ S ଵୈଦ୍ୟଶୁଭ୍ରମଣୀୟଂ ,ଶସ୍ତାରl ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି l
ଇଂଜିନିୟରିଂ କାର୍ଯ୍ୟକ୍ରମ ପାଇଁ AICTE ର ମଡେଲ ପାଠ୍ୟକ୍ରମରେ ପାଖାପାଖି ସମସ୍ତ କାର୍ଯ୍ୟକ୍ରମରେ ୫ଟି ସେମିଷ୍ଟାରରେ ଗଣିତ ଅଛି l “ଗଣିତ ଓ ଭୌତିକକୁ ସମସ୍ତ ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ଅନିର୍ବର୍ଯ୍ୟ ହେବା ଆବଶ୍ୟକ ” ସେ କହିଛନ୍ତି l
କିନ୍ତୁ ,AICTE ର ଅଧକ୍ଷ ଅନିଲ ଡି ସହସ୍ରବୁଧେ ଟିଓଆଇ ଙ୍କୁ କହିଛନ୍ତି :”ଏହା ବିକଳ୍ପ ପ୍ରଶ୍ନ ନୁହେଁ l ଇଂଜିନିୟରିଂ ଶିକ୍ଷା ପାଇଁ ଇନପୁଟ ଭାବରେ ୩ଟି ଅନିରବlର୍ଜ୍ୟ ଅଟେ l ଏଥିପାଇଁ ତିନିଟି ଅଲଗା ଅଲଗା ପାଠ୍ୟକ୍ରମ ହେବା ଆବଶ୍ୟକ l
“ଯଦି ବିନା ଗଣିତରେ ଛାତ୍ର ପ୍ରବେଶିକା ପରୀକ୍ଷା ଦିଅନ୍ତି ,ତେବେ ତାଙ୍କୁ ପ୍ରଥମ ବର୍ଷରେ ବହୁତ ଗୁଡିଏ ଗଣିତର ପାଠ୍ୟକ୍ରମ କରିବାକୁ ପଡିବ l ରାଷ୍ଟ୍ରୀୟ ଶିକ୍ଷାନୀତି ୫ +୩ +୩ + ୪ ନୂଆ ପ୍ରଣାଳୀରେ କଳା ବିଜ୍ଞାନ ଓ ବାଣିଜ୍ୟ ରହିବ ନାହିଁ l କିନ୍ତୁ ଇଞ୍ଜିନିଅରିଂକୁ ବୁଝିବା ପାଇଁ ଗଣିତର ଆବଶ୍ୟକତା ରହିଛି l ରିତା ଜନ , ସିଦ୍ଧାନ୍ତିକ ଭୌତିକ ବିଜ୍ଞାନ , ମାଡ୍ରାସ ବିଶ୍ୱ ବିଦ୍ୟାଳୟର ଜଣେ ଡୋମେନ ବେଶେଷଜ୍ଞ କହିଛନ୍ତି “ଭୌତିକ ଓ ଗଣିତ ବିନା ବିଜ୍ଞାନର ମୌଳିକ ଭାବ ବିଝିବl କଷ୍ଟକର ଅଟେ “l
ପ୍ରଫେସର ମାନେ କହିଛନ୍ତି ଗଣିତର ୮ରୁ ୭ଟି ସେମିଷ୍ଟରରେ ପଢ଼ାଯାଏ ଓ ଛାତ୍ରମାନେ ଇଞ୍ଜିନିଅରିଂ ରେ ଭଲ କରିଥାନ୍ତି l ଗଣିତ ବିନା ଛାତ୍ର ମାନେ ଚମକି ପାରିବେ ନାହିଁ l ଆନା ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତିଯେ ଗଣିତ ଗୋଟିଏ ଅନିରବାର୍ଜ୍ୟ ବିଷୟ ହେବ ଆବଶ୍ୟକ l