Odisha news

ଆଗରପଡ଼ା : ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

0

ଆଗରପଡ଼ା : ଲଦାଖର ଗଲୱାନ ଠାରେ ଚୀନର ର୍ବୋରଚିତ ଆକ୍ରମଣ ଘଟଣାକୁ ସାରା ଭାରତରେ ନିନ୍ଦା କରାଯାଉଛି । ଯେଉଁ ଜବାନମାନେ ବିରତ୍ୱ ପ୍ରଦର୍ଶନ ପୂର୍ବକ ଶହୀଦ ହୋଇଛନ୍ତି ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଆଗରପଡ଼ା ନିକଟସ୍ଥ ପଢିଆରୀପଲ୍ଲୀ ପଞ୍ଚାୟତ କହାଳିଆ ଗଢିଆ ଗ୍ରାମର ଏ.ସି.ବି. ଫାଉଣ୍ଡେସନର ସଦସ୍ୟମାନେ ।

ଏହି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ସଦସ୍ୟ ସୁରେନ୍ଦ୍ର କୁମାର ବେହେରା, ସୌଭାଗ୍ୟ ସାହୁ, କେଶବ ଚନ୍ଦ୍ର ବେହେରା, ଜଗନ୍ନାଥ ବେହେରା, ଶିବ ପ୍ରସାଦ ବେହେରାଙ୍କ ସହଯୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।

ନିକଟସ୍ଥ କହାଳିଆ ଗଢିଆ ଓ କୁରାଢିଘଷା ଗ୍ରାମର ଯୁବକମାନେ ଏକ ବିଶାଳ କ୍ୟାଣ୍ଡେଲ ଶେଭାଯାତ୍ରରେ ଗ୍ରାମ ପରିକ୍ରମା ପୂର୍ବକ ବୀର ଶହୀଦ ଯବାନ ଅମରରହେ. ଚନ୍ଦ୍ରକାନ୍ତ ପ୍ରଧାନ ଅମର ରହେ, ନନ୍ଦୁରାମ ସୋରେନ ଅମର ରହେ ସ୍ଲୋଗାନ ଦେଇ ସଭାସ୍ଥଳରେ ପହଞ୍ଚି ଥିଲେ । ପରେ ମୃତ ଯବାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଚୀନସେନାର ପଛରୁ ଛୁରୀକାଘାତ କାର୍ଯ୍ୟକୁ ଦୃଡ ନିନ୍ଦା କରାଯାଇଥିଲା । ସେହିପରି ମା’ ସିଦ୍ଧଦୁର୍ଗା ଯୁବ ସଙ୍ଗଠନ ପକ୍ଷରୁ ସଭାପତି ଭରତ ବାରିଙ୍କ ତତ୍ୱାବଧାନରେ ଭୀମସେନ ସାମଲ, ସାମ୍ବାଦିକ ହେମନ୍ତ ସିଂହ, ଜିତେନ୍ଦ୍ର ବେହେରା, ପଦ୍ମଲୋଚନ ବେହେରା, ରବିନ୍ଦ୍ର ବେହେରା ପ୍ରମୁଖ କପାସିଆ ସିଦ୍ଧଦୁର୍ଗା ମନ୍ଦିରରେ ବୀର ଶହିଦ ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡଲ ଜଳାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

Leave A Reply